ନୂଆଦିଲ୍ଲୀ,୨୩/୦୩; ଆଇପିଏଲ ୨୦୨୬ ସିଜିନକୁ ନେଇ ଫ୍ୟାନ୍ସ ଉତ୍ସାହିତ । କ୍ରିକେଟ୍ ଟିମ୍ ବି ପ୍ରସ୍ତୁତ । ଗୋଟିଏ ବଡ ପ୍ରଶ୍ନ କଣ ଏହି ସିଜିନ୍ ଥାଲାଙ୍କର ଶେଷ ଆଇପିଏଲ ହେବ କି ? ଏହାରି ଭିତରେ ଚେନ୍ନାଇ ସୁପର କିଙ୍ଗସ୍ର ଏକ ଇଭେଣ୍ଚରେ ଆଇପିଏଲ ଅବସରକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ଯାହାକୁ ନେଇ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ୪୪ ବର୍ଷୀୟ ଧୋନୀ ମଜାଳିଆ ଢଙ୍ଗରେ କହିଛନ୍ତି, ମୁଁ ୬୦ ବର୍ଷ ଯାଏ ଆଇପିଏଲ ଖେଳି ପାରିବି । ଏହା ଶୁଣି ପୁରା ଚେପକ ଷ୍ଟାଡିୟମ ଉଛୁଳିଥିଲା ।
କିଛି ଦିନ ତଳେ ପୂର୍ବତନ ଭାରତୀୟ କ୍ରିକେଟର ରବିନ ଉଥାପ୍ପା ସମ୍ପ୍ରତି ଭବିଷ୍ୟବାଣୀ କରିଥିଲେ ଯେ ୨୦୨୬ ସିଜିନ ଧୋନୀଙ୍କ ଶେଷ ହୋଇପାରେ । ଅଧିନାୟକ ଭାବରେ ଧୋନୀ ଦଳକୁ ୫ଟି ଆଇପିଏଲ ଟାଇଟଲ ଜିତିଥିଲେ, ଯଦିଓ ସେ ୨୦୨୪ ସିଜିନ ପୂର୍ବରୁ ଅଧିନାୟକ ପଦ ଛାଡି ଦେଇଥିଲେ । ଏକ ଆଲୋଚନା ସମୟରେ, ଉଥାପ୍ପା ଆଗାମୀ ସିଜିନରେ ଧୋନୀଙ୍କ ସମ୍ଭାବ୍ୟ ଭୂମିକା ବିଷୟରେ ଆଲୋଚନା କରିଥିଲେ । ସେ ଅନୁମାନ କରିଥିଲେ ଯେ, ଧୋନୀଙ୍କ ଭୂମିକା ଜଣେ ପରାମର୍ଶଦାତାଙ୍କ ହେବ । ଧୋନୀ ବ୍ୟାଟିଂ କ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ନାହିଁ, ଏବଂ ୭ ନମ୍ବର ବଦଳରେ ୮ ନମ୍ବରରେ ବ୍ୟାଟିଂ କରିପାରନ୍ତି । ଏହି ପଦକ୍ଷେପ ଧୋନୀଙ୍କୁ ଧୀରେ ଧୀରେ ତାଙ୍କର କ୍ଷେତ୍ର ଦାୟିତ୍ୱ ହ୍ରାସ କରିବାକୁ ଏବଂ ନୂତନ ଅଧିନାୟକ ଋତୁରାଜ ଗାୟକୱାଡଙ୍କୁ ତାଙ୍କ ଅଧିନାୟକତ୍ୱ ଭୂମିକାରେ ଭଲ ପ୍ରଦର୍ଶନ କରିବାକୁ ଅନୁମତି ଦେବ । ଏହି ବୟାନ ପ୍ରଶଂସକମାନଙ୍କୁ ନିରାଶ କରିଥିଲା । ଏବେ କିନ୍ତୁ ଧୋନୀ ଦେଇଥିବା ବୟାନ ତାଙ୍କ ଫ୍ୟାନ୍ସଙ୍କ ମୁହଁରେ ହସ ଫୁଟାଇଛି ।
ଏବେ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଏକ ଇଭେଣ୍ଟରେ ଧୋନୀ ସ୍ୱୀକାର କରିଥିଲେ ଯେ, ସେ ଏବେ ଅବସର ବିଷୟରେ ଚିନ୍ତା କରୁନାହାଁନ୍ତି । ସିଏସକେ ଇଭେଣ୍ଟରେ, ଅଭିନେତା ଶିବକାର୍ତିକେୟନ ମଜାରେ ଧୋନୀଙ୍କ ଅବସର କଥାକୁ ଅଣଦେଖା କରି ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଖେଳିବା ପାଇଁ ପରାମର୍ଶ ଦେଇଥିଲେ । ଧୋନୀ ଉତ୍ତର ଦେଇଥିଲେ, "ଏହା କଷ୍ଟକର ହେବ... କିନ୍ତୁ ମୁଁ ଚେଷ୍ଟା କରିପାରିବି ।" ଧୋନୀଙ୍କ ଉତ୍ତର ପ୍ରଶଂସକଙ୍କ ହୃଦୟ ଜିତି ନେଇଥିଲା, ଯେଉଁମାନେ ଏହା ଶୁଣି "ଧୋନୀ, ଧୋନୀ !" ସ୍ଲୋଗାନ ଦେବା ଆରମ୍ଭ କରିଥିଲେ ।
ଏହା ବି ପଢନ୍ତୁ...ଏମଏସ୍ ଧୋନୀଙ୍କ '୭ ଷ୍ଟାର ସିଜିନ୍', ୭ ବଡ଼ ରେକର୍ଡ କରିବାକୁ ମୈଦାନକୁ ଓହ୍ଲାଇବେ ମାହି
ଧୋନୀ ୨୭୮ ମ୍ୟାଚ୍ ଖେଳି ୫,୪୩୯ ରନ୍ କରିଛନ୍ତି । ଧୋନୀଙ୍କ ଅଧିନାୟକତ୍ୱରେ, ସିଏସକେ ୫ ଥର ଆଇପିଏଲ ଟାଇଟଲ ଜିତିଛି । ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେବ । ଏକ ଚ୍ୟାଲେଞ୍ଜିଂ ଆଇପିଏଲ ୨୦୨୫ ସିଜିନ ପରେ, ସିଏସକେ ତା'ର ହଜିଯାଇଥିବା ଗତି ଫେରି ପାଇବାକୁ ଲକ୍ଷ୍ୟ ରଖିଛି । ଋତୁରାଜ ଗାୟକୱାଡଙ୍କ ନେତୃତ୍ୱରେ ସିଏସକେ ଆଇପିଏଲ ୨୦୨୬ରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ପ୍ରସ୍ତୁତ ।