ହୋଟେଲର ଅନୁଭୂତି କହିଲେ ବନ୍ଧୁ…

ଗୋଟିଏ ରୁମ୍‌ରେ ରହିଥିଲେ ୩୦ ଦିନ…

ଖାଦ୍ୟ ପାଇଁ ସାମ୍ନା କରିବାକୁ ପଡିଥିଲା ଅସୁବିଧା…

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର କିମ୍ବଦନ୍ତି ଖେଳାଳି ଏମ.ଏସ.ଧୋନିଙ୍କୁ କିଏ ବା ନଜାଣେ। କ୍ୟାପଟେନ କୁଲ ଭାବେ ସେ ତାଙ୍କ ଫ୍ୟାନଙ୍କ ପାଖେ ବେସ୍ ପରିଚିତ । ଧୋନିଙ୍କ ଲାଇଫ ଷ୍ଟାଇଲ ହେଉ ଅବା ତାଙ୍କ ହେୟାର ଷ୍ଟାଇଲ ପାଇଁ ସେ ବେସ୍ ଜଣାଶୁଣା। ଭାରତୀୟ କ୍ରିକେଟ ଦଳର ସବୁଠାରୁ ସଫଳ ଅଧିନାୟକ ଏବଂ ଜଣେ କିମ୍ବଦନ୍ତୀ ୱିକେଟ କିପର-ବ୍ୟାଟସ ମ୍ୟାନ ଭାବେ ଧୋନି ତାଙ୍କ କ୍ଷାତି ବଜାୟ ରଖିଛନ୍ତି। ଧୋନି ୨୦୨୦ ମସିହାରେ କ୍ରିକେଟରୁ ଅବସର ନେଇ ସାରିଛନ୍ତି ସତ କିନ୍ତୁ ଏବେ ବି କ୍ରିକେଟପ୍ରେମିଙ୍କ ମନରେ ସେ ରାଜ୍ କରୁଛନ୍ତି । କ୍ରିକେଟର ମାନେ ସାଧାରଣତଃ ସେଲିବ୍ରିଟି, କିନ୍ତୁ ସେମାନେ ବି ସାଧାରଣ ଲୋକଙ୍କ ପରି ଜୀବନଯାପନ କରନ୍ତି ଏକଥା ଧୋନିଙ୍କ ଠାରୁ ଶିଖିବାକୁ ମିଳେ। ଆଜି କିନ୍ତୁ ତାଙ୍କ ଖାଦ୍ୟପେୟକୁ ନେଇ ଚର୍ଚ୍ଚା। ସେ ନିରାମିଷ ଭୋଜୀ ନା ଅନ୍ୟ ମାନଙ୍କ ପରି ମାଂସାହାରୀ ? ଏମଏସ ଧୋନି କି ପ୍ରକାରର ଖାଦ୍ୟକୁ ଅଧିକ ପସନ୍ଦ କରନ୍ତି ? ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଏବେ ଏହି ଗୁପ୍ତ କଥା ପ୍ରକାଶ କରିଛନ୍ତି ।

ଆକାଶ ଚୋପ୍ରା କହିଛନ୍ତି ଯେ, ଏହା ୨୦୦୪ ମସିହାର କଥା, ଯେତେବେଳେ ଭାରତ ଦଳ ଜିମ୍ବାୱେ ଏବଂ କେନିଆ ଗସ୍ତ କରୁଥିଲା। ଆକାଶ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିଲେ, ଏବଂ କ୍ୟାମ୍ପ ବେଙ୍ଗାଲୁରୁରେ ଥିଲା। ଯେତେବେଳେ ଆକାଶ ହୋଟେଲରେ ପହଞ୍ଚିଲେ, ତାଙ୍କୁ କୁହାଗଲା ଯେ, ଏମଏସ ଧୋନି ତାଙ୍କର ରୁମମେଟ୍ ହେବେ। ପଚାରିବାରୁ ତାଙ୍କୁ କୁହାଗଲା ଯେ ଧୋନି ରାଞ୍ଚିର ଜଣେ ଖେଳାଳି। ଆକାଶ କହିଛନ୍ତି ଯେ ବେଙ୍ଗାଲୁରୁରେ ସେହି କ୍ୟାମ୍ପ ସମୟରେ, ସେ ଏବଂ ଧୋନି ପ୍ରାୟ ଗୋଟିଏ ମାସ ପାଇଁ ରୁମମେଟ୍ ଥିଲେ।।

ରୁମ୍‌ରେ ହୋଇଥିଲା ଏହି ଅସୁବିଧା…

ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାରରେ, ଆକାଶ ଚୋପ୍ରା ସେମାନଙ୍କ ରୁମ୍ ସେୟାରିଂ ଦିନ ଗୁଡ଼ିକୁ ମନେ ପକାଇ କହିଛନ୍ତି କି, "ମୁଁ ଧୋନିଙ୍କୁ ପଚାରିଥିଲି ଯେ ସେ ନିରାମିଷ କି ଆମିଷ। ଏହା ସର୍ବଦା ଏକ ସମସ୍ୟା ଥିଲା, କାରଣ ଆମକୁ ଖାଦ୍ୟ ଅର୍ଡର କରିବାକୁ ପଡୁଥିଲା। ଯଦି ଉଭୟ ନିରାମିଷ ହୁଅନ୍ତି, ତେବେ ଜିନିଷ ଗୁଡ଼ିକ ସହଜ ହୋଇଥାନ୍ତା। କାହିଁକି ନାଁ ମୁଁ ଜଣେ ନିରାମିଷ।"

ଆକାଶ ଆହୁରି କହିଛନ୍ତି କି, "ଧୋନି ମୋତେ ପଚାରିଲେ, 'ତୁମେ କଣ ଖାଉଛ?' ମୁଁ କହିଲି ନିରାମିଷ, ତେଣୁ ୩୦ ଦିନ ପର୍ଯ୍ୟନ୍ତ ଧୋନି ମଧ୍ୟ ନିରାମିଷ ଖାଦ୍ୟ ଖାଇଲେ। ମୁଁ ପରେ ଜାଣିବାକୁ ପାଇଲି ଯେ ସେ ଜଣେ ନିରାମିଷ। କିନ୍ତୁ ସେ କେବେ ଅନ୍ୟ କିଛି ମାଗିବା ପାଇଁ ରୁମ୍ ସେବାକୁ ଫୋନ୍ କରି ନଥିଲେ।

ଏହା ବି ପଢନ୍ତୁ : ଗୁଜରାଟରେ ଏବେ ଦିଲ୍ଲୀର ନିର୍ଭୟା ଭଳି କାହାଣୀ, ୬ ବର୍ଷର ଝିଅ ସହ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ଲୁହା ରଡ୍ ପୁରାଇଦେଲା ଅଭିଯୁକ୍ତ…​​​​​​​