ପ୍ରମୂଖ ଖବର
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'

Published By : Rasmita Pradhan | August 26, 2025 8:42 AM

ଢାକା, ୨୬/୦୮ : ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା। ୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର। ୟୁନୁସ୍ କହିଲେ, 'ବାଂଲାଦେଶରେ ଏବେ ସ୍ଥିତି ସୁଧୁରିଛି, ନିର୍ବାଚନ ପାଇଁ ଦେଶ ପ୍ରସ୍ତୁତ ହୋଇଗଲାଣି। ଆସନ୍ତା ବର୍ଷ ଫେବୃଆରୀ ମାସରେ ସାଧାରଣ ନିର୍ବାଚନ ହେବ। ଯିଏ ଜିତିବ, ତାଙ୍କ ହାତରେ ଶାସନ ଭାର ଟେକିଦେବୁ। ଏବେ ବାଂଲାଦେଶ ରାଜନୀତି ଆଉ ଏକ ପରିବର୍ତ୍ତନ ପାଇଁ ପ୍ରସ୍ତୁତ।' କକ୍ସ ବଜାରରେ ଆୟୋଜିତ ତିନି ଦିନିଆ ଅନ୍ତର୍ଜାତୀୟ ସମିତି ଷ୍ଟେକହୋଲ୍ଡର୍ସ ଡାଇଲଗ୍ : ଟେକଅୱେଜ୍ ଟୁ ଦ ହାଇ-ଲେବୁଲ କନଫରେନ୍ସ ଅନ୍ ରୋହିଙ୍ଗ୍ୟା ସିଚୁଏସନରେ ୟୁନୁସ୍ ଏହା କହିଛନ୍ତି।

ୟୁନୁସ୍ କହିଛନ୍ତି ଯେ, ଆମେ ଏବେ ଆମ ରାଜନୈତିକ ଇତିହାସର ଗୁରୁତ୍ଵପୂର୍ଣ୍ଣ ମୋଡ଼ ଦେଇ ଗତି କରୁଛେ। ଏକ ବର୍ଷ ପୂର୍ବେ ଆମେ ଏକ ଭୟଙ୍କର ନରସଂହାର ଦେଇ ଗତି କରିଥିଲେ। ଏହାପରେ ଛାତ୍ରଙ୍କ ନେତୃତ୍ଵାଧୀନ ଜନଆନ୍ଦୋଳନ ମାଧ୍ୟମରେ ଦେଶ ଫାସୀବାଦ ଶାସନରୁ ମୁକ୍ତ ହେଲା। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଟାର୍ଗେଟ୍ କରି ୟୁନୁସ୍ ଏଭଳି କହିଛନ୍ତି। 

ପ୍ରକାଶ ଥାଉକି, ବାଂଲାଦେଶରେ ଗତ ବର୍ଷ କୋଟା ସିଷ୍ଟମକୁ ନେଇ ବଡ଼ ଛାତ୍ର ଆନ୍ଦୋଳନ ହୋଇଥିଲା। ଧୀରେ ଧୀରେ ଏହା ଜନ ବିଦ୍ରୋହରେ ପରିଣତ ହେଲା। ୨୦୨୪ ଅଗଷ୍ଟ ୫ରେ ଶେଖ ହସିନାଙ୍କ ସରକାରଙ୍କୁ ଗାଦିଚ୍ୟୁତ ହେବାକୁ ପଡ଼ିଲା। ବାଂଲାଦେଶର ଇଣ୍ଟରନ୍ୟାସନାଲ କ୍ରାଇମ୍ ଟ୍ରିବ୍ୟୁନାଲ୍‌ରେ ହସିନାଙ୍କ ଉପରେ ଏବେ ମାନବତା ବିରୋଧରେ ଅପରାଧ ସମେତ ଅନେକ ଅଭିଯୋଗରେ ମକୋଦ୍ଦମା ଚାଲିଛି। ହସିନା ଭାରତର ଶରଣ ନେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ବିଏନପି ପାର୍ଟି ଏବେ ବାଂଲାଦେଶର ସବୁଠୁ ସକ୍ରିୟ ରାଜନୈତିକ ଦଳ ଭାବରେ ଅଭୁଦୟ ହୋଇଛି। ସେପଟେ ଷ୍ଟୁଡେଣ୍ଟସ୍ ଅଙ୍ଗେଷ୍ଟ ଡିସ୍କ୍ରିମିନେସନର ଏକ ସମୂହ ଚଳିତ ବର୍ଷ ଫେବୃଆରୀରେ ନ୍ୟାସନାଲ୍ ସିଟିଜେନ୍ ପାର୍ଟି ନାମକ ନୂଆ ଦଳ ଗଠନ କରିଛି। ୟୁନୁସ୍‌ଙ୍କ ସମର୍ଥନରେ ଏହି ଦଳ ତିଆରି ହୋଇଥିବା ଚର୍ଚ୍ଚା ହେଉଛି। ତେବେ ଏନସିପିର କଟ୍ଟରପନ୍ଥୀ ଜମାତ-ଏ-ଇସଲାମୀ ଓ ଅନ୍ୟ ଇସଲାମୀ ସମୂହ ସହ ସମ୍ପର୍କରେ ଅଛନ୍ତି। ଯାହାକି ବିଏନପି ବିରୋଧରେ କାମ କରୁଛନ୍ତି। ୟୁନୁସ୍‌ଙ୍କ ନିଷ୍ପକ୍ଷ ନିର୍ବାଚନ ଘୋଷଣା ସତ୍ତ୍ଵେ ଏନସିପିର ବୟାନବାଜି କାରଣରୁ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ଅନିଶ୍ଚିତତା ବୃଦ୍ଧି ପାଇଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.