ନୂଆଦିଲ୍ଲୀ,୧୧।୩: ଇରାନ-ଇସ୍ରାଏଲ ଯୁଦ୍ଧ ଏବେ ଏକ ନିର୍ଣ୍ଣାୟକ ମୋଡ଼ ଆଡକୁ ଗତି କରୁଛି। ଯୁଦ୍ଧର ୧୧ତମ ଦିନରେ ମଧ୍ୟ ଆକ୍ରମଣ ଜାରି ରହିଛି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆମେରିକା ୫୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏକ ନୂତନ ତୈଳ ବିଶୋଧନାଗାର କାରଖାନା ନିର୍ମାଣ କରିବାକୁ ଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତୀୟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହି ପ୍ରକଳ୍ପରେ ନିବେଶ କରିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହା ଘୋଷଣା କରିଛନ୍ତି।
ଟ୍ରମ୍ପ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଆମେରିକା ପୁଣି ଥରେ ଶକ୍ତି କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବ। ସେ କହିଛନ୍ତି, ଗର୍ବର ସହିତ ଘୋଷଣା କରୁଛନ୍ତି ଯେ ୫୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆମେରିକା ଏକ ନୂତନ ତୈଳ ବିଶୋଧନାଗାର ନିର୍ମାଣ କରିବ। ଏହାକୁ ପ୍ରାୟ ୩୦୦ ମିଲିୟନ ଡଲାରର ଏକ ପ୍ରମୁଖ ଚୁକ୍ତି ବୋଲି କୁହାଯାଉଛି। ଏହାପରେ ଟ୍ରମ୍ପ୍ ଭାରତକୁ ଧନ୍ୟବାଦ ଜଣାଇଥିଲେ ଏବଂ ଉଲ୍ଲେଖ କରିଥିଲେ ବିଶ୍ୱର ସବୁଠାରୁ ବଡ଼ ଘରୋଇ ଶକ୍ତି କମ୍ପାନୀଗୁଡ଼ିକ ମଧ୍ୟରୁ ଅନ୍ୟତମ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସହିତ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ରିଫାଇନାରୀ ଆମେରିକାର ବଜାର ଏବଂ ଜାତୀୟ ସୁରକ୍ଷା ଉଭୟକୁ ଯଥେଷ୍ଟ ଲାଭ ଦେବ। ଏହା ଆମେରିକାର ସବୁଠାରୁ ସ୍ୱଚ୍ଛ ରିଫାଇନାରୀ ମଧ୍ୟରୁ ଗୋଟିଏ ହେବ। ଏହା ନିଯୁକ୍ତି ସୃଷ୍ଟି କରିବ ଏବଂ ଆର୍ଥିକ ଅଭିବୃଦ୍ଧିକୁ ବୃଦ୍ଧି କରିବ।
ଡୋନାଲ୍ଡ ଟ୍ରମ୍ପ ଏବଂ ମୁକେଶ ଅମ୍ବାନୀଙ୍କ ମଧ୍ୟରେ ୩୦୦ ବିଲିୟନ ଡଲାରର ଏହି ମେଗା-ଡିଲ୍ ବିଶ୍ୱ ବ୍ୟବସାୟ ଜଗତରେ ହଇଚଇ ସୃଷ୍ଟି କରିଛି। ଏହା କେବଳ ରିଲାଏନ୍ସ ପାଇଁ ନୁହେଁ ବରଂ ଭାରତ-ଆମେରିକା ସମ୍ପର୍କ ପାଇଁ ମଧ୍ୟ ଏକ ଐତିହାସିକ ପଦକ୍ଷେପ। ଉଲ୍ଲେଖନୀୟ ଯେ,ଏହି ଘୋଷଣା ଏଭଳି ସମୟରେ ଆସିଛି ଯେତେବେଳେ ପୁରା ଦୁନିଆରେ ତୈଳକୁ ନେଇ ଅନିଶ୍ଚିତତା ଆହୁରି ଗମ୍ଭୀର ହେବାରେ ଲାଗିଛି। ଆମେରିକାରେ ମଧ୍ୟ ପେଟ୍ରୋଲ ଓ ଗ୍ୟାସ୍ର ଦାମ୍କୁ ନେଇ ଚିନ୍ତା ବଢିଛି। ଏହା ଭିତରେ ମଙ୍ଗଳବାର ହ୍ବାଇଟ ହାଉସ୍ ପ୍ରେସ୍ ବ୍ରିଫିଙ୍ଗ ବେଳେ ପ୍ରେସ୍ ସେକ୍ରେଟରୀ କେରୋଲାଇନ୍ ଲୋଭିଟ୍ କହିଛନ୍ତି, ଆମେରିକାର ଲୋକ ଜାଣନ୍ତି ଏବେ ତେଲ ଓ ଗ୍ୟାସ୍ର ଦାମ୍ ବଢି ଯାଇଛି। ତେବେ ସେ ଭରସା ଦେଇଛନ୍ତି ଯେ, ଅପରେସନ୍ ‘ଏପିକ୍ ଫ୍ୟୁରି’ର ଲକ୍ଷ୍ୟ ପୁରା ହେବା ମାତ୍ରେଦାମ୍ରେ ହ୍ରାସ ଦେଖିବାକୁ ମିଳିପାରେ।
ଆହୁରି ପଢନ୍ତୁ :ବିରୋଧିଙ୍କୁ ଜୋରଦାର ଝଟକା, ସଂସଦରେ ଓମ୍ ବିର୍ଲାଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଧ୍ୱନୀମତରେ ଖାରଜ