ନୂଆଦିଲ୍ଲୀ: ସ୍ତ୍ରୀ ଙ୍କ ଅତ୍ୟଚାରରେ ଅତିଷ୍ଠ ହୋଇ ପୁଣି ଜୀବନ ହାରିଲେ ଆଉଜଣେ ୪୧ ବର୍ଷିୟ ଯୁବକ। ଯୁବକ ଜଣକ ପେଶାରେ ଜଣେ ଆନିମେଟର ହୋଇଥିବା ବେଳେ ସେ ମୁମ୍ୱାଇର ଏକ ହୋଟେଲରେ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି। ସେ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ ନୋଟ ଛାଡିଯିବା ସହ ତାଙ୍କ କମ୍ପାନି ୱେବସାଇଟରେ ମଧ୍ୟ ଏକ ସୁଇସାଇଡ ନୋଟକୁ ପବ୍ଲିକ କରିଦେଇଛନ୍ତି। ମୃତ ଯୁବକଙ୍କ ନାମ ନିଶାନ୍ତ ତ୍ରିପାଠି ହୋଇଥିବା ବେଳେ ସେ ନିଜ ହୋଟେଲ ରୁମରେ ଆତ୍ମହତ୍ୟା କରିଥିବା ଜଣାପଡିଛି।
ସୁଇସାଇଡ ନୋଟରେ ମିଜ ପତ୍ନୀଙ୍କ ନାମ ଉଲ୍ଲେଖ କରି ନିଶାନେତ ଲେଖିଚନ୍ତି ଯେ “ହାଏ ବେବ। ତୁମେ ଯେତେବେଳେ ଏ ଚିଠି ପାଇବ, ମୁଁ ସେତେବେଳେ ଏ ଦୁନିଆରୁ ଯାଇସାରିଥିବି। ତୁମେ ମୋ ସହ ଯାହା ସବୁ କରିଛ ତାହା ପାଇଁ ମୋର ଶେଷ ସମୟରେ ମଧ୍ୟ ମୁଁ ତୁମକୁ ଘୃଣା କରିପାରିଥାନ୍ତି। କିନ୍ତୁ ନା ମୁଁ ତାହା ପାରୁନି। ଏହି ସମୟରେ ମୁଁ ପ୍ରେମ କରିବାକୁ ପସନ୍ଦ କରିବି। ମୁଁ ସେତେବେଳେ ବି ତୁମକୁ ଭଲ ପାଉଥିଲି ଏବେ ମଧ୍ୟ ଭଲ ପାଏ ଆଉ ଆଗକୁ ମଧ୍ୟ ପାଇବି। ମୁଁ ତୁମକୁ ଯେମିତି କଥା ଦେଇଥିଲି ଏଥିରେ ଜମାବି ଉଣା ହେବ ନାହିଁ।”
ନୋଟ୍ ରେ ଆହୁରି ଲେଖା ରହିଛି ଯେ “ମୋ ମା ମୋର ସବୁ ଉତ୍ଥାନ ପତ୍ତନ ସମ୍ପର୍କରେ ଜାଣେ। ତେବେ ତୁମେ ଆଉ ପ୍ରାର୍ଥନା ମାଉସି ମୋ ମୃତ୍ୟୁ ପାଇଁ ସମ୍ପୂର୍ଣ୍ଣ ରୂପେ ଦାୟି। ମୁଁ ତୁମକୁ ଅନୁରୋଧ କରୁଛି, ଏବେ ତାଙ୍କ ପାଖକୁ ଯିବା ଦରକାର ନାହିଁ। ସେ ଯଥେଷ୍ଟ ଭାଙ୍ଗି ପଡ଼ିଛନ୍ତି। ତାଙ୍କୁ ଶାନ୍ତିରେ ବଞ୍ଚିବାକୁ ଦିଅ।”
ଏହା ସହ ନିଶାନ୍ତ ତାଙ୍କ ଭାଇ, ଭଉଣୀ ଓ ମା’ଙ୍କ ପାଇଁ ମଧ୍ୟ ଏହି ନୋଟ୍ ରେ ବାର୍ତ୍ତା ଲେଖିଛନ୍ତି। ଏହା ସହ ସୁଇସାଇଡ ନୋଟ୍ ର ଶେଷରେ ନିଜ ପତ୍ତ୍ନିଙ୍କ ପ୍ରତି ପ୍ରେମ ଦେଖାଇ ଏକ କବିତା ମଧ୍ୟ ଉଲ୍ଲେଖ କରିଛନ୍ତି।
ଖବର ମୁତାବକ, ପାଲଘର ଜିଲ୍ଲାରେ ରହୁଥିବା ନିଶାନ୍ତ ଭିଲ୍ଲେ ପାର୍ଲେ ଅଞ୍ଚଳରେ ଥିବା ସାହାରା ହୋଟେଲର୍ ରହୁଥିଲେ। ତେବେ ସେ ଗତ ଫେବୃୟାରୀ ୨୮ ତାରିଖରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସେ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ରୁମ ବାହାରେ ଡୁ ନଟ ଡିଷ୍ଟର୍ବ ସାଇନ ଲଗାଇ ଦେଇଥିଲେ। ତେବେ ଅନେକ ଦିନ ପରେ ମଧ୍ୟ ଭିତରୁ କିଛି ନଶୁଣାଯିବା ସହ କଲର ଉତ୍ତର ନଦେବାରୁ ହୋଟେଲ କର୍ମଚାରୀମାନେ ମାଷ୍ଟର କି ସହାୟତାରେ ଏହି ରୁମ ଖୋଲିଥିଲେ। ରୁମ ଖୋଲିବା ପରେ ନିଶାନ୍ତ ପଙ୍ଖାରେ ଝୁଲି ପଡିଥିବା ନଜରକୁ ଆସିଥିଲେ। ଏ ସମ୍ୱନ୍ଧରେ ଜଣା ପଡିବା ପରେ ହୋଟେଲ କତ୍ତୃପକ୍ଷ ପୋଲିସକୁ ସୂଚନା ପ୍ରଦାନ କରିଥିଲେ।
ପୋଲିସ ଏହି ମାମଲାର ଛାନଭିନ ଆରମ୍ଭ କରିବା ସହ ନିଶାନ୍ତ ଙ୍କ ପତ୍ତ୍ନି ଓ ମାଉସୀଙ୍କ ମାନରେ ଏକ ମାମଲା ରୁଜୁ କରିଛି। ଏହା ସହ ନିଶାନ୍ତ ସବୁବେଳେ ଦୁଃଖି ରହିବା ସହ ତାଙ୍କ ସ୍ତ୍ରୀଙ୍କ ଦ୍ୱାରା ଅତ୍ୟାଚାରର ଶିକାର ହେଉଥିଲେ ବୋଲି ତାଙ୍କ ମା ଅଭିଯୋଗ ଆଣିଛନ୍ତି। ଏହା ସହ ବିବାହକୁ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ବିବାଦ ରହିଥିଲା ବୋଲି ଜଣାପଡିଛି।