ପ୍ରମୂଖ ଖବର
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ମୁମ୍ବାଇ ଆସୁଥିବା ଇଥିଓପିଆନ୍ ଏୟାରଲାଇନ୍ସ ବିମାନରେ ଯାନ୍ତ୍ରିକ ତ୍ରୁଟି: ମଝି ଆକାଶରେ ଫଶିଲା ୩୦୦ ଯାତ୍ରୀଙ୍କ ଜୀବନ, ୭ ଅସୁସ୍ଥ

Published By : Harapriya Biswal | June 28, 2025 1:38 PM

ମୁମ୍ବାଇ,୨୮।୬: ଅଦିସ ଆବାବରୁ ମୁମ୍ବାଇ ଅଭିମୁଖେ ଆସୁଥିବା ଇଥିଓପିଆନ୍ ଏୟାରଲାଇନ୍ସ  ବିମାନର ଛତ୍ରପତି ଶିବାଜୀ ମହାରାଜା ଏୟାରପୋର୍ଟରେ ଜରୁରୀ ଅବତରଣ। ୩୦୦ ଯାତ୍ରୀଙ୍କୁ ନେଇ ଆସୁଥିବା ବିମାନରେ ମଝି ଆକାଶରେ ଦେଖାଗଲା ଯାନ୍ତ୍ରିକ ତ୍ରୁଟି। ବିମାନରେ ଡି ପ୍ରେସରାଇଜେସନ୍  ଯୋଗୁଁ ଅସୁସ୍ଥ ହୋଇପଡିଲେ ୭ ଯାତ୍ରୀ । ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି।

ଇଥିଓପିଆନ୍ ଏୟାରଲାଇନ୍ସର ୭୮୭ ଡ୍ରୀଲାଇନର ବିମାନରେ ମିଡ୍-ଏୟାର ଡିପ୍ରେସରାଇଜେସନ୍ ସ୍ଥିତି ସୃଷ୍ଟି ହୋଇଥିଲା। ଏଭଳି ସ୍ଥିତିରେ ବିମାନର କ୍ୟାବିନ୍‌ରେ ଏୟାର ପ୍ରେସର କମ୍ ହୋଇଯାଇଥାଏ। ଏଭଳି ଯାନ୍ତ୍ରିକ ତ୍ରୁଟି ସାଧାରଣତଃ କ୍ୟାବିନ୍ ପ୍ରେସର ସିଷ୍ଟମରେ ବିଫଳତା କିମ୍ବା ବିମାନର ସଂରଞ୍ଚନାରେ ଲିକ୍ କାରଣରୁ ହୋଇଥାଏ। ଏହାଦ୍ବାରା ଯାତ୍ରୀଙ୍କୁ ଙ୍କୁ ନିଶ୍ବାସ ନେବାରେ କଷ୍ଟ ହେବା ମୁଣ୍ଡ ବୁଲାଇହେବା ଅନୁଭବ ହୋଇଥାଏ।

ମିଳିଥିବା ସୂଚନା ଅନୁସାରେ, ଫ୍ଲାଇଟ ନମ୍ବର ET640 ରେ ୩୦୦ ଯାତ୍ରୀ ଓ ୧୧ ଜଣ କ୍ରୁ ମେମ୍ବର ଥିଲେ। ଏହା ଇଥିଓପିଆର ରାଜଧାନୀ ଅଦିସ ଅବାବାରୁ ମୁମ୍ବାଇ ଅଭିମୁଖେ ଉଡାଣ ଭରିଥିଲା। ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ବିମାନ ଆରବ ସାଗର ଉପରେ ଉଡୁଥିଲା। ଫ୍ଲାଇଟ ରାଡାର ୨୪ର ଡାଟା ଅନୁସାରେ, ଏହା ୩୩ ହଜାର ଫୁଟ୍ ଉଚ୍ଚତାରେ ଥିଲା। ଯେତେବେଳେ କ୍ୟାବିନ୍‌ରେ ପ୍ରେସର କମ୍ ହୋଇଯାଇଥିଲା ଓ ପାଇଲଟ୍ ଦ୍ରୁତ ଗତିରେ ତଳକୁ  ଓହ୍ଲାଇଥିଲେ। ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ଏୟାରପୋର୍ଟରେ ବିମାନ ରାତି ୧ଟା ୫୫ ମିନିଟ୍‌ରେ ଅବତରଣ କରିଥିଲା। ତା ପୂର୍ବରୁ ବିମାନର କ୍ୟାବିନ୍ ପ୍ରେସର ହଠାତ କମି ଯାଇଥିଲା। ଏହି କାରଣରୁ ଯାତ୍ରୀ ଓ ଚାଳକ ଦଳଙ୍କ ମଧ୍ୟରେ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇଥିଲା। ଅସୁସ୍ଥ ୭ ଯାତ୍ରୀଙ୍କର ବର୍ତ୍ତମାନ ଚିକିତ୍ସା ଚାଲିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.