ନୂଆଦିଲ୍ଲୀ: ତିଲକ ବର୍ମାଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବାଇ କଲା ୧୬୬ ରନ୍ । ୭ ଓ୍ବିକେଟ ବିନିମୟରେ ଦଳ ଏହି ସ୍କୋର କରିବାରେ ସଫଳ ହୋଇଛି । ବେଙ୍ଗାଲୁରୁ ଆଗରେ ୧୬୭ ରନର ଟାର୍ଗେଟ ରହିଛି । RCB ପକ୍ଷରୁ ଭୁବନେଶ୍ବର କୁମାର ୪ ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି ।
ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ବେଙ୍ଗାଲୁରୁ । ମୁମ୍ବାଇକୁ ପ୍ର୍ଥମେ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା । ରୋହିତ ଶର୍ମା ୨୨ ରନ କରିଥିବାବେଳେ ରିକଲଟନ ମାତ୍ର ୨ ରନରେ ଆଉଟ୍ ହୋଇଥିଲେ । ପରେ ତିଲକ ବର୍ମା ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଆଜିର ମ୍ୟାଚରେ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ ସୂର୍ଯ୍ୟକୁମାର ଯାଦବ । ତେବେ ନମନ ଧୀର ୪୭ ରନ କରିଛନ୍ତି ।