ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ୬୯ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ (MI) ପଞ୍ଜାବ କିଙ୍ଗ୍ସ (PBKS) ପାଇଁ ୧୮୫ ରନ୍‌ ର ଟାର୍ଗେଟ ଦେଇଛି। ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ୍‌ରେ ପଞ୍ଜାବ ଚାଲୁଥିବା ଏହି ମ୍ୟାଚରେ ଟସ୍‌ ଜିତି ପଞ୍ଜାବ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁମ୍ବାଇ ୨୦ ଓଭର ସୁଦ୍ଧା ୭ ୱିକେଟ୍ ହରାଇ ୧୮୪ ରନ୍ ସଂଗ୍ରହ କରିଥିଲା। ସୂର୍ଯ୍ୟକୁମାର ଯାଦବ ୩୯ ବଲ୍ ରେ ୫୭ ରନ୍ ର ଏକ ଦମଦାର ଇନିଂସ ଖେଳିଥିଲେ। ସେ ୬ଟି ଚୌକା ଏବଂ ଦୁଇଟି ଛକା ମାରିଥିଲେ।

ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨୬ ରନ୍, ରୋହିତ ଶର୍ମା ୨୪ ରନ୍ ଏବଂ ରିଆନ୍ ରିକେଲଟନ୍ ୨୭ ରନ୍ କରି ଆଉଟ୍ ହୋଇଥିଲେ। ଅର୍ଶଦୀପ ସିଂ, ମାର୍କୋ ଜାନସେନ୍ ଏବଂ ବିଜୟକୁମାର ବୈଶାଖ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ହରପ୍ରୀତ ବ୍ରାର ଗୋଟିଏ ୱିକେଟ ହାସଲ କରିଥିଲେ।