ଜଳେଶ୍ବର,୧୯/୦୯: ପାରିବାରିକ କଳହ ଜୀବନ ନେଇଗଲା । ନୃଶଂସ ସ୍ବାମୀ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ବେକ କାଟି ଦେଲା । ଘଟଣାସ୍ଥଳରେ ସ୍ତ୍ରୀ ମୃତ ହୋଇଥିବା ଜଣାପଡ଼ିଛି । ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଚାକୁଆପାଳ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣକ ଜୟନ୍ତୀ ପାତ୍ର ବୋଲି ଜଣାପଡ଼ିଛି ।  

ସୂଚନା ମୁତାବକ,ଚାକୁଆପାଳ ଗାଁର ଚନ୍ଦ୍ର ମୋହନ ପାତ୍ର ଏବଂ  ତାଙ୍କ ସ୍ତ୍ରୀ ଜୟନ୍ତୀଙ୍କ ଭିତରେ ଗତକାଲି କୌଣସି କଥାକୁ ନେଇ ଝଗଡା ହୋଇଥିଲା । ଏହି କଳହ ଧୀରେ ଧୀରେ ଉଗ୍ରରୂପ ଧାରଣ କରିଥିଲା । ଏଥିରେ ଚନ୍ଦ୍ର ମୋହନ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ଜୟନ୍ତୀଙ୍କ ବେକ କାଟି  ଦେଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ଜୟନ୍ତୀଙ୍କ ମୃତ୍ୟୁ ହୋଇଥିଲା । ହତ୍ୟା ପରେ ସ୍ବାମୀ ଚନ୍ଦ୍ର ମୋହନ  ଫେରାର ହୋଇଯାଇଛି। ଖବର ପାଇ ରାଇବଣିଆ ଥାନା ପୁଲିସ ଏବଂ ଜଳେଶ୍ବର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।