ବ୍ରହ୍ମପୁର,୦୯/୦୮:ବ୍ରହ୍ମପୁରରେ ଗଡିଲା ମୁଣ୍ଡ। ଘରଭଡ଼ା ବିବାଦକୁ ନେଇ ଆସିକା ରୋଡ଼ ହରିଡ଼ାଖଣ୍ଡିରେ ହୋଇଛି ହତ୍ୟାକାଣ୍ଡ। ମୃତକ ଜଣକ ଶ୍ରୀରାମ ନଗର ଅଞ୍ଚଳର ଶଙ୍କର ମାଝି ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ହରିଡ଼ାଖଣ୍ଡିରେ ଶଙ୍କର ଭଡ଼ାରେ ରହୁଥିଲେ। କିନ୍ତୁ ସେଠାରେ ସେ ଘର ଭଡ଼ା ଦେଉନଥିଲେ କି ଘର ଛାଡ଼ୁନଥିଲା। ଏହି କାରଣକୁ ନେଇ ଘର ମାଲିକ ଓ ତାଙ୍କ ଭିତରେ ଝଗଡ଼ା ହେଉଥିଲା।
ହେଲେ ଗତକାଲି ରାତିରେ ଶଙ୍କରଙ୍କ ଘରେ କେହି ନଥିବା ବେଳେ ଘର ମାଲିକ ଯାଇଥିଲେ। ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା। ଯାହାପରେ ଘର ମାଲିକ ତାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ଯାହାପରେ ଘର ବାହାରୁ ତାଲା ପକାଇ ଫେରାର ହୋଇଯାଇଥିଲେ।ଏନେଇ ପଡ଼ୋଶୀ ୧୧୨ରେ ଫୋନ କରି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଶଙ୍କରଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।