ଦେବଗଡ଼,୧୨/୩: ପାରିବାରିକ କଳହରୁ କରୁଣ ପରିଣତି। ହାତୁଡ଼ିରେ ପିଟି ସ୍ତ୍ରୀ, ବୋହୂ ଓ ନାତୁଣୀକୁ ହତ୍ୟା। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଗରିଆପାଲି ଗ୍ରାମରୁ ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଗତକାଲି ରାତି ୧୧ଟା ୩୦ ସମୟରେ ଗରିଆପାଲି ଗ୍ରାମର ରମେଶ ଗରିଆ ନିଜ ସ୍ତ୍ରୀ ଗୁଲ୍ ଗରିଆଙ୍କ ସହିତ କୌଣସି କାରଣକୁ ନେଇ କଳହ କରି ମାଡ଼ ମାରିଥିଲେ । ଫଳରେ ଗୁଲ ନିଜକୁ ବଞ୍ଚାଇବା ପାଇଁ ବୋହୂ ଲିପି ମହାକୁଳ ପାଖକୁ ଚାଲିଯାଇଥିଲା । ରାଗରେ ରମେଶ ଏକ ହାତୁଡି ଦ୍ଵାରା ନିଜ ସ୍ତ୍ରୀ ,ବୋହୂଙ୍କୁ ଆକ୍ରମଣ କରି ମାରିବା ପରେ ନିଜର ୪ ବର୍ଷର ନାତୁଣୀ ଇଶାନିକୁ ଆକ୍ରମଣ କରି ମାରିଦେବା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା । ଘଟଣା ଘଟିବା ପରେ ଅଭିଯୁକ୍ତଙ୍କ ପୁତ୍ର ଧିରେନ୍ ଗରିଆ ଘରକୁ ଫେରି ଦେଖିବା ପରେ କୁଣ୍ଢେଇଗୋଳା ପୁଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳକୁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଖବର ଲେଖା ପର୍ଯ୍ୟନ୍ତ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି ।