ଜୁନାଗଡ଼,୧୬/୮ : ଟାଙ୍ଗିଆରେ ହାଣି ହତ୍ୟା l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚେରମହୁଲ ଗାଁରେ । ମୃତକ ହେଲେ ରଥ କନ୍ଦପାନ । 

ସୂଚନା ଅନୁସାରେ, ରତ୍ନାକର ମାଝୀ ନାମକ ଜନୈକ ଯୁବକ ଚେରମହୁଲ ଗାଁର ରଥ କନ୍ଦପାନକୁ ଟାଙ୍ଗିଆରେ ହାଣି ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିବା ଜଣାପଡ଼ିଛି l ମାତ୍ର କେଉଁ କାରଣରୁ ହତ୍ୟା ହୋଇଛି କାରଣ ଅସ୍ପଷ୍ଟ ଥିବାବେଳେ ଜୁନାଗଡ଼ ପୋଲିସ ଘଟଣାସ୍ଥଳକୁ ଯାଇ ଅଭିଯୁକ୍ତ ରତ୍ନାକର ମାଝୀକୁ ଅଟକ ରଖିବା ସହ ଅଧିକ ତଦନ୍ତ କରୁଛି l