ବଲାଙ୍ଗୀର, ୦୬/୦୧: ଲୋଭ କରି ଧରାପଡ଼ିଲେ ଫରେଷ୍ଟର । ଲାଞ୍ଚ ନେଉଥିବା ବେଳେ ରେଡ୍ ହ୍ୟାଣ୍ଡ୍ ଧରିଲା ଭିଜିଲାନ୍ସ ଟିମ୍ । ୧୦ ହଜାର ଟଙ୍କା ନେଉଥିବା ବେଳେ ଧରାପଡ଼ିଲେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ୍ ଗୁଲୁମି ଫରେଷ୍ଟର ଅଶୋକ କୁମାର ନାଏକ । ସରକାରୀ ବାବୁଙ୍କ ବାସବଭନରେ ବି ଚଢ଼ାଉ ଜାରି ରଖିଛି ଦୁର୍ନୀତି ନିବାରଣ ଟିମ୍ ।
ସୂଚନା ଅନୁଯାୟୀ, କୁଟୁରାକେନ ଗାଁର ବାବୁଲାଲ ଭୋଇଙ୍କ ଠାରୁ ବେଆଇନ ଗଛ କଟା ନେଇ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ । ଦୁଇଟି ଗଛ ତଥା ଶାଗୁଆନ୍ ଏବଂ ଶାଳଗଛ କଟା ବାବଦକୁ ୨ ହାଜର ଟଙ୍କା ଫାଇନ୍ ଏବଂ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍ । ମଙ୍ଗଳବାର ସମ୍ବଲପୁର, ବରଗଡ଼, ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସ ଟିମ୍ ଚଢାଉ କରି ତାଙ୍କ ଠାରୁ ୧୦ ହଜାର ଟଙ୍କା ଜବତ କରିଛି । ଫରେଷ୍ଟ୍ ଅଫିସ ଓ ଆଦର୍ଶପଡ଼ା ନେହେରୁ ନଗରରେ ଥିବା ବାସଭବନରେ ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରଖିଛି । ଏନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ଡିଏସପି ପୁଲସ୍ତି ଛତ୍ରିଆ । ଚଢାଉ ବେଳେ ଖଟ ତଳୁ, ସ୍କାଏ ଲାଇଟ୍ ଏବଂ ଝରକାରୁ ପୁଳାପୁଳା ଟଙ୍କା ବାହାରିଥିବା ସୂଚନା ରହିଛି ।