ନୂଆଦିଲ୍ଲୀ : ଆମେରିକୀୟ କୋଟିପତି ଏଲନ ମସ୍କ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ କରିଛନ୍ତି ଟାର୍ଗେଟ୍। ଆମେରିକାର ଆଗାମୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ଉପରେ କିଛି ଅଡ଼ୁଆ ଟିପ୍ପଣୀ ଦେଇଥିଲେେ ଟ୍ରୁଡୋ। ଏହି ଭିଡିଓକୁ ନେଇ ମସ୍କ ଦେଇଛନ୍ତି ବିସ୍ଫୋରକ ବୟାନ। କହିଛନ୍ତି ସେ ଜଣେ 'ଅସହନୀୟ ବ୍ୟକ୍ତି' । ସେ ଅଧିକାଂଶ ଦିନ ପର୍ଯ୍ୟନ୍ତ କାନାଡାର ଶାସନରେ ରହି ପାରିବେ ନାହିଁ।
ମହିଳାଙ୍କ ଅଧିକାରକୁ ନେଇ ଓଟାୱାରେ ଏକ କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟରେ କାନାଡିଆନ୍ ପ୍ରଧାନମନ୍ତ୍ରୀ କହିଛନ୍ତି , ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରେଟିକ୍ ପ୍ରାର୍ଥୀ କମଳା ହାରିସ୍ଙ୍କର ପରାଜୟ ମହିଳାଙ୍କ ଅଧିକାର ଓ ତାଙ୍କ ପ୍ରଗତି ପାଇଁ ଏକ ବଡ଼ ଝଟକା । ସେ କହିଛନ୍ତି, ନିକଟରେ ହୋଇଥିବା ଘଟଣାରୁ ମଧ୍ୟ ଏହା ଜଣାପଡ଼େ କି, ବିଶ୍ୱରେ ମହିଳାଙ୍କ ଅଧିକାର ଗୁଡ଼ିକ ଉପରେ ରୁଢୀବାଦୀ ଓ ପ୍ରତିକ୍ରିୟାବାଦୀ ରାଜନୀତିକ ଶକ୍ତି ମାନଙ୍କ ଦ୍ୱାରା ହମଲା କରାଯାଉଛି। ଟ୍ରୁଡୋ କହିଛନ୍ତି ଯେ, ଆଜିକା ସମୟରେ ଆମେ ମହିଳାଙ୍କ ବିଷୟରେ କଥାବାର୍ତ୍ତା କରୁଛେ। ତାଙ୍କର ଅଧିକାର ଓ ପ୍ରଗତି ବିଷୟରେ କଥାବାର୍ତ୍ତା କରୁଛେ। ସେପଟେ ଆମେ ଦେଖୁଛେ କି, ଆମେରିକାର ମତଦାତାମାନେ ଦ୍ୱିତୀୟ ଥର ନିଜର ପ୍ରଥମ ମହିଳା ରାଷ୍ଟ୍ରପତିଙ୍କୁ ବାଛିବାକୁ ମନା କରି ଦେଇଛନ୍ତି। ସେ କମଳାଙ୍କୁ ହରାଇ ଦେଇଛନ୍ତି।
ଟ୍ରମ୍ପଙ୍କ ଉପରେ ଟାର୍ଗେଟ୍ କରି ଟ୍ରୁଡୋ କହିଛନ୍ତି କି, ଆଜି ପ୍ରତି ସ୍ଥାନରେ ମହିଳାଙ୍କ ବିରୋଧରେ ତାଙ୍କର ଅଧିକାର ଗୁଡ଼ିକ ବିରୋଧରେ ଖୋଲା ଖୋଲି ଭାବେ ଓ ସୂକ୍ଷ୍ମ ରୂପେ ହମଲା ହେଉଛି। କିନ୍ତୁ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି କି ମୁଁ ଜଣେ ନାରୀବାଦୀ ବ୍ୟକ୍ତି ଏବଂ ସର୍ବଦା ଏମିତି ରହିବି। ଟ୍ରୁଡୋଙ୍କର ଏହି ଟିପ୍ପଣୀ ଏମିତି ସମୟରେ ଆସିଛି ,ଯେବେ ଗତ କିଛି ଦିନରୁ ଟ୍ରମ୍ପ ତାଙ୍କୁ ଲଗାତାର କାନାଡାର ଗଭର୍ଣ୍ଣର କହି ସମ୍ୱୋଧିତ କରୁଛନ୍ତି। ଟ୍ରୁଡୋଙ୍କର ଏହି ଟିପ୍ପଣୀକୁ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ ମହତ୍ତ୍ୱପୂର୍ଣ୍ଣ ସହଯୋଗୀ ଓ କୋଟିପତି ବ୍ୟବସାୟୀ ମସ୍କ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ସେ ଏକ ଅସହନୀୟ ଉପକରଣ । ସେ ଅଧିକ ସମୟ ଯାଏ କ୍ଷମତାରେ ରହି ପାରିବେ ନାହିଁ ।
କହୁ ରଖୁଛୁ କି , ଏହା ପ୍ରଥମ ଥର ନୁହେଁ , ଯେବେ ମସ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଟ୍ରୁଡୋଙ୍କୁ ଟାର୍ଗେଟ୍ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ଖୋଲାଖୋଲି କାନାଡିଆନ୍ ପିଏମଙ୍କର ସମାଲୋଚନା କରି ସାରିଛନ୍ତି।