ନୂଆଦିଲ୍ଲୀ: ଡିଜେ ଅପରେଟରଙ୍କ ପ୍ରେମ କାହାଣୀ । ଡିଜେ ବଜାଇବାକୁ ଆସିଥିଲେ, ବରର ଭଉଣୀକୁ ପ୍ରେମରେ ଫସାଇଲେ । ଆଉ ଶେଷରେ ଯୁବତୀ ଜଣକ ଡିଜେ ଅପରେଟରଙ୍କ ସହ ରହିବାକୁ ଜିନ୍ ଧରିଛନ୍ତି । ଘଟଣା ଥାନାରେ ପହଞ୍ଚିଥିବାବେଳେ ଏକ ରୋଚକ ମୋଡ ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ଆମେଥିରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି । ପୁଲିସ ଉଭୟ ପକ୍ଷଙ୍କୁ ବୁଝାଶୁଝା କରିଥିବାବେଳେ ଘଟଣାର ସମାଧାନ କରିଛି ।
ଅନୁରାଗ ନାମକ ଜଣେ ଯୁବକ ଯିଏକି ଡିଜେ ଅପରେଟର ଭାବେ କାମ କରନ୍ତି । ସେ ଗୋଟିଏ ବିବାହକୁ ଡିଜେ ବଜାଇବା ପାଇଁ ଯାଇଥିଲେ । ୨୦୨୨ ମସିହାର ଘଟଣା । ଏହି ସମୟରେ ସେ ବରର ସାନ ଭଉଣୀଙ୍କୁ ଭେଟିଥିଲେ । ଆଉ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ତିନବର୍ଷ ଧରି ସେମାନେ ଫୋନରେ କଥା ହୋଇଥିଲେ ଏବଂ ମିଳାମିଶ କରିଥିଲେ । ଆଉ ଶେଷରେ ଯୁବତୀ ଜଣକ ଘର ଚାଡ଼ି ଅନୁରାଗଙ୍କ ସହ ଫେରାର ହୋଇଯାଇଛନ୍ତି । ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ତେବେ ସେମାନେ ପୁଳିସ ଷ୍ଟେସନରେ ପହଞ୍ଚିଥିବାବେଳେ ଘଟଣାର ସମାଧାନ କରାଯାଇଛି ।
ତେବେ ଗତ ଜୁନ୍ ୧୩ ତାରିଖରେ ଯୁବତୀ ଜଣକ ଅନୁରାଗଙ୍କ ଘରକୁ ଚାଳି ଆସିଥିଲେ । ଏହାସହ ସେ ତାଙ୍କୁ ବିବାହ କରିବା ପାଇଁ ମଧ୍ୟ ଜିଦ୍ ଧରିଛନ୍ତି । ଅନୁରାଗଙ୍କ ପରିବାର ଲୋକେ ମଧ୍ୟ ଏହାକୁ ମାନିଥିଲେ । ମାତ୍ର ଝିଅ ଘର ଲୋକେ ଏହାକୁ ମାନୁନଥିବାବେଳେ ସେମାନେ ଆଇନର ଆଶ୍ରୟ ନେଇଥିଲେ । ପୁଲିସ ଉଭୟ ପକ୍ଷଙ୍କୁ ବୁଝାଶୁଝା କରିଥିଲା । ମାତ୍ର ଯୁବତୀ ଜଣକ ଜିଦ୍ ଧରିଥିଲେ କି, ସେ ତାଙ୍କୁ ହିଁ ବିବାହ କରିବେ । ଶାବାଳକ ହୋଇଥିବାବେଳେ ସେମାନଙ୍କ ବିବାହ ଥାନାରେ ହୋଇଥିଲା ।
ଏହାସହ ପଢ଼ନ୍ତୁ : ଅଂଶୁଲାଙ୍କୁ ଏହି ଗଛ ଉପହାର ହେଲେ ଜ୍ୟାକି ଶ୍ରଫ୍, ଭାଇରାଲ ହେଉଛି ଭିଡିଓ...