ନୂଆଦିଲ୍ଲୀ,୨୦/୦୭; ଚଳିତ ଫିଫା ବିଶ୍ୱକପକୁ ତାର ବାଦଶାହ ମିଳିଛି । ଦୀର୍ଘ ଦେଢ ମାସର ରୋମାଞ୍ଚ ଶେଷ ହୋଇଛି । ଆର୍ଜେଣ୍ଟିନାର ସବୁ ସ୍ୱପ୍ନକୁ ମଉଳାଇ ଦେଇଛି ସ୍ପେନ୍ । ମେଟ୍ ଲାଇଫ୍ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ ମୁକାବିଲାରେ ଡିଫେଣ୍ଡି ଚାମ୍ପିଅନ୍ ଲିଓନେଲ୍ ମେସିଙ୍କ ଆର୍ଜେଣ୍ଟିନାକୁ ପରାସ୍ତ କରି ଫୁଟବଲ ରାଜା ହୋଇଛି ସ୍ପେନ୍ । ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ଆର୍ଜେଣ୍ଟିନାକୁ ୧-୦ ଗୋଲରେ ପରାସ୍ତ କରି ସ୍ପେନ୍ ଫିଫା ବିଶ୍ୱକପ ଚାମ୍ପିଅନ୍ ହୋଇଛି । ୧୬ ବର୍ଷ ପରେ ଦ୍ୱିତୀୟ ଟାଇଟଲ ଜିତିଛି ସ୍ପେନ୍ । ଫେରାନ ଟୋରେସ୍ ବିଜୟରେ ହିରୋ ଥିଲେ ।
ପଞ୍ଚମ ମିନିଟରେ ସ୍ପେନ୍ ପ୍ରଥମ ସୁଯୋଗ ସୃଷ୍ଟି କରିଥିଲା । ଲାମିନ ୟମାଲଙ୍କ ଏକ ସଟକୁ ଆର୍ଜେଣ୍ଟିନା ଗୋଲ୍ କିପରି ଏମିଲିଆନୋ ମାର୍ଟିନେଜ ଅଟକାଇ ଦେଇଥିଲେ । ପ୍ରଥମ ଜଳପାନ ବିପତି ପର୍ଯ୍ୟନ୍ତ ଅନ୍ୟ କୌଣସି ଗୋଲ ସୁଯୋଗ ସୃଷ୍ଟି ହୋଇ ନଥିଲା । ସ୍ପେନ୍ ବଲ୍ ଯୋଜେସନରେ ଆଗୁଆ ରହିଥିଲା ଓ ବାରମ୍ୱାର ଆକ୍ରମଣ କରିଥିଲା । ଆର୍ଜେଣ୍ଟିନା ଡିଫେନ୍ସ ଲାଇନ୍ ଆତିକ୍ରମ କରି ପାରିନଥିଲା । ଆର୍ଜେଣ୍ଟିନା କଡ଼ା ଟକ୍କର ଦେଇଥିଲେ ହେଁ ଫରୱାର୍ଡରେ ସେଭଳି ତାଳମେଳ ଦେଖିବାକୁ ମିଳି ନଥିଲା । ଲୟ ଫେରି ପାଇବା ପାଇଁ ଆର୍ଜେଣ୍ଟିନା ସଂଘର୍ଷ କରିଥିଲା । ୩୯ ତମ ମିନିଟରେ ସ୍ପେନ୍ ଆଉ ଏକ ପ୍ରୟାସ କରିଥିଲା । ଡାନି ଓଲମୋଙ୍କ ଠାରୁ ଏକ ପାସ୍ ମିକେଇ ଓୟାରବାଲ ଗୋଲ୍ ପାଇଁ ପ୍ରୟାସ କରିଥିଲେ । ତାଙ୍କ ସଟକୁ ମାର୍ଟିନେଜ ଅଟକାଇ ଦେଇଥିଲେ । ୪୩ ତମ ମିନିଟରେ ଅକଟାଇ ଦେଇଥିଲେ । ୪୩ ତମ୍ ମିନିଟରେ ମାର୍କ କୁକୁରେଲା ମଧ୍ୟ ଏକ ପ୍ରାୟସ କରି ବିଫଳ ହୋଇଥିଲେ । ଏହା ପୂର୍ବରୁ ୪୧ ତମ ମିନିଟରେ ଲାମିନ ୟମାଲଙ୍କୁ ଫାଉଲ ମାରି ଲିସାନ୍ଦ୍ରୋ ମାର୍ଟିନେଜ ୟୋଲୋ କାର୍ଡ ପାଇଥିଲେ । କୋଚ୍ ଲିଓନେଲ ସ୍କାଲୋନି ୪୪ତମ ମିନିଟରେ ତାଙ୍କୁ ଗ୍ରାଉଣ୍ଡରୁ ବାହାରକୁ ଡାକିଥିଲେ । ତାଙ୍କ ସ୍ଥାନରେ ନିକୋଲାସ ଓଟାମେଣ୍ଡି ଖେଳିଥିଲେ ।
ପ୍ରଥମାର୍ଦ୍ଧରେ ୬୪% ବଲ ପୋଜେସନ ବଜାୟ ରଖି ସ୍ପେନ୍ ସମ୍ପୂର୍ଣ୍ଣ ମ୍ୟାଚକୁ ନିୟନ୍ତ୍ରଣ କରିଥିଲା । ୪୫ମିନିଟ୍ ମଧ୍ୟରେ ୩ଟି ଗୋଲ ସୁଯୋଗ ସୃଷ୍ଟି କରିଥିଲା । ଆର୍ଜେଣ୍ଟିନା ୩୬% ବଲ ପୋଜେସନ ହାସଲ କରିଥିଲା । ପ୍ରଥମାର୍ଦ୍ଧ ମଧ୍ୟରେ ଆର୍ଜେଣ୍ଟିନାର କୌଣସି ଖେଳାଳି ସ୍ପେନ୍ ଡିଫେନ୍ସ ଲାଇନ ପର୍ଯ୍ୟନ୍ତ ପହଞ୍ଚି ପାରି ନଥିଲେ । ୪୬ତମ ମିନିଟ୍ରେ ଆଲେକ୍ସ ବାଏନା ଏକ ଲଙ୍ଗ ରେଞ୍ଜ ସଟ୍ ମାରିଥିଲେ । ଏଥର ମଧ୍ୟ ମାର୍ଟିନେଜ ଡାଇଭ ମାରି ବଲ୍ ଅଟାଇଥିଲେ । ୪୮ତମ ମିନିଟ୍ରେ ଆର୍ଜେଣ୍ଟିନାକୁ ପ୍ରଥମ କର୍ଣ୍ଣର ମିଳିଥିଲା । ମେସିଙ୍କ କର୍ଣ୍ଣର ଆଉଟ୍ ଲାଇନ ଅତିକ୍ରମ କରିଥିଲା । ଏହାପରେ ସ୍ପେନ୍ ଘନ ଘନ ଆକ୍ରମଣ କରିଥିଲା । ୬୧ ମିନିଟ୍ରେ ଲାମିନ ୟମାଲ, ୬୪ତମ ମିନିଟ୍ରେ ଡାନି ଓଲମୋ ଓ ୬୭ତମ ମିନିଟ୍ରେ ଫରାନ ଟୋର୍ସ ଗୋଲ ପାଇଁ ପ୍ରୟାସ କରିଥିଲେ । ହେଲେ ଏମି ମାର୍ଟିନେଜ ସମସ୍ତ ପ୍ରୟାସକୁ ଅଟକାଇ ଦେଇଥିଲେ ।
ଦ୍ୱିତୀୟ ଜଳପାନ ବିରତି ପର୍ଯ୍ୟନ୍ତ ଆର୍ଜେଣ୍ଟିନା କେବଳ ସ୍ପେନ୍କୁ ଅଟକାଇବାରେ ସମୟ କଟାଇଥିଲା । ଜଳପାନ ବିରତି ପରେ ମଧ୍ୟ ସ୍ପେନ୍ର ଆଧିପତ୍ୟ ଜାରି ରହିଥିଲା । ଆକ୍ରମଣ ପରେ ଆକ୍ରମଣ ଚାଲିଥିଲା । ଆର୍ଜେଣ୍ଟିନା କେବଳ ଗୋଲ ପୋଷ୍ଟ ସୁରକ୍ଷାରେ ଲାଗି ପଡ଼ିଥିଲା । ୭୭ତମ ମିନିଟ୍ରେ ପେଡ୍ରି, ୭୮ତମ ମିନିଟ୍ ପାଉ କୁବାର୍ସି ଓ ୮୧ତମ ମିନିଟ୍ରେ ଜୁଆନ ଲାପୋର୍ଟ ଗୋଲ ପାଇଁ ପ୍ରୟାସ କରିଥିଲେ । ପ୍ରତ୍ୟେକ ଥର ଏମି ମାର୍ଟିନେଜ ବଲ୍ ଅଟକାଇଥିଲେ । ୯୦+୩ତମ ମିନିଟ୍ରେ ଏଞ୍ଜୋ ଫର୍ଣ୍ଣାଣ୍ଡିଜ ଦ୍ୱିତୀୟ ଫାଉଲ ମାରି ରେଡ୍ କାର୍ଡ ପାଇଥିଲେ । ପ୍ରାରମ୍ଭରୁ ସଂଘର୍ଷ କରୁଥିବା ଆର୍ଜେଣ୍ଟିନା ୧୦ଜଣରେ ଖେଳିବାକୁ ବାଧ୍ୟ ହୋଇଥିଲା ।
ବିଶ୍ୱକପ୍ର ଷଷ୍ଠ ଖେଳାଳି ଭାବେ ସେ ରେଡ୍ କାର୍ଡ ପାଇ ବିଦା ହୋଇଥିଲେ । ୯୦+୪ତମ ମିନିଟ୍ରେ ଆର୍ଜେଣ୍ଟିନା ବକ୍ସ ନିକଟରେ ସ୍ପେନକୁ ଏକ ଫ୍ରି-କିକ୍ ମିଳିଥିଲା । ୟମାଲ୍ ପୋଷ୍ଟର ଗୋଟିଏ କୋଣକୁ ଲକ୍ଷ୍ୟ କରି ସିଧା ସଟ୍ ମାରିଥିଲେ । ହେଲେ ମାର୍ଟିନେଜ ଡାଇଭ ମାରି ଅଟକାଇଥିଲେ । ୯୦ ମିନିଟ୍ ମଧ୍ୟରେ ସ୍ପେନ୍ ୧୬ଟି ସୁଯୋଗ ସୃଷ୍ଟି କରିଥିଲା । ଆର୍ଜେଣ୍ଟିନା ଏହି ସମୟ ମଧ୍ୟରେ ଗୋଟିଏ ହେଲେ ଗୋଲ୍ ପାଇଁ ପ୍ରୟାସ କରିପାରି ନଥିଲା । ଅତିରିକ୍ତ ୩୦ ମିନିଟ୍ ଖେଳ ଆରମ୍ଭ ହୋଇଥିଲା । ୯୬ତମ ମିନିଟ୍ରେ ସ୍ପେନ୍ ପକ୍ଷରୁ ନିକୋ ୱିଲିୟମ୍ସ ଏକ ଗୋଲ୍ କରିଥିଲେ । ମାତ୍ର ଏକ ଫାଉଲକୁ କେନ୍ଦ୍ର କରି ଏହି ଗୋଲ ନାକଚ କରି ଦିଆଯାଇଥିଲା ।
ଏହା ବି ପଢନ୍ତୁ...ହିଟମ୍ୟାନ୍ ବନ୍ଦ କଲେ ସମାଲୋଚକଙ୍କ ମୁହଁ: ପ୍ରଥମ ଭାରତୀୟ ଖେଳାଳିଭାବେ ଲର୍ଡ୍ସରେ ଦିନିକିଆରେ ମାରିଲେ ଶତକ
୧୦୩ତମ ମିନିଟ୍ରେ ସ୍ପେନ ପୁନର୍ବାର ସଙ୍ଘବଦ୍ଧ ଆକ୍ରମଣ କରିଥିଲା । ତଥାପି କିଛି ଫଳ ମିଳି ନଥିଲା । ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେଉ ହେଉ ସ୍ପେନ୍କୁ ମିଳିଥିଲା ସୁଯୋଗ । ଏଥର ଫେରାନ ଟୋରସ ସୁଯୋଗ ହାତଛଡ଼ା କରି ନଥିଲେ । ନିକୋ ୱିଲିୟମ୍ସଙ୍କ ପାସ୍କୁ ସେ ଗୋଲ୍ରେ ପରିଣତ କରିଥିଲେ । ୧୯ଟି ବିଫଳ ପ୍ରୟାସ ପରେ ସ୍ପେନ୍ ପ୍ରଥମ ଗୋଲ୍ କରିବାରେ ସଫଳ ହୋଇଥିଲା । ଏହାପରେ ଆର୍ଜେଣ୍ଟିନା ମ୍ୟାଚକୁ ଫେରିବା ପାଇଁ ସବୁ ଶକ୍ତି ଲଗାଇଥିଲା । ହେଲେ କିଛି ଫଳ ମିଳି ନଥିଲା । ମେସି ଓ ଆର୍ଜେଣ୍ଟିନାର ସବୁ ସ୍ୱପ୍ନ ମଉଳି ଯାଇଥିଲା । ସ୍ପେନ ୧-୦ରେ ବିଜୟ ହାସଲ କରିଥିଲା ।