ନୂଆଦିଲ୍ଲୀ: ରାତିରେ ଡାକିଲେ ପ୍ରେମିକା, ଦେଖା କରିବାକୁ ଧାଇଁଗଲେ ପ୍ରେମିକ । ଲୁଚି ଲୁଚି ଭେଟ ହେଉଥିବାବେଳେ ଧରି ପକାଇଲେ ଗାଁ ଲୋକେ । ଯୁବକଙ୍କ କାବୁ କରିବା ସହ ଦୀର୍ଘ ସମୟ ଧରି ଚାଲିଲା ଯୁକ୍ତିତର୍କ । ଶେଷରେ ଯୁବତୀଙ୍କ ସହ ବାହା କରେଇ ଦେଲେ ଗାଁ ଲୋକେ । ବିହାରର ମୁଜାଫର ନଗରରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ଯାହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ଖବର ଅନୁସାରେ, ଯୁବକଙ୍କ ବୟସ ୨୦ ହୋଇଥିବାବେଳେ ଯୁବତୀଙ୍କ ବୟସ ଥିଲା ୧୯ । ସେମାନେ ଦୀର୍ଘଦିନ ହେବ ପ୍ରେମ ସମ୍ପର୍କରେ ଥିଲେ । ସ୍କୁଲରୁ ଉଭୟ ପ୍ରେମ କରୁଥିବାବେଳେ ପ୍ରେମିକା ତାଙ୍କୁ ରାତିରେ ଭେଟ ହେବାକୁ ଘରକୁ ଡାକିଥିଲେ । ପ୍ରେମିକା କଥାରେ ଯାଇଥିଲେ ପ୍ରେମିକ । ହେଲେ ଘରକୁ ଯିବାବେଳେ ଧରି ପକାଇଥିଲେ ଗାଁ ଲୋକେ । ସେମାନେ ଯୁବକକୁ ଅଟକ ରଖିଥିବା ସହ ତାଙ୍କ ଘରକୁ ଖବର ଦେଇଥିଲେ ।

ପୁଅ ବନ୍ଧକ ଥିବା ଶୁଣି ପରିବାର ଲୋକଙ୍କ ସହ ତାଙ୍କ ଗାଁ ମୁଖିଆ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଝିଅର ଗାଁ ଲୋକେ ତାଙ୍କୁ ପୁଲିସରେ ଦେବାକୁ ଯୁକ୍ତି ଧରିଥିଲେ । ହେଲେ ଝିଅ ଘର ଲୋକ ମଧ୍ୟ ପୁଲିସକୁ ଖବର ଦେଇଥିଲେ । ଆଉ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ପୁଲିସ ଆସି ପହଞ୍ଚିବା ପରେ ଝିଅକୁ ପଚାରିଥିବାବେଳେ ସେ କହିଥିଲେ କି, ମୁଁ ତାଙ୍କୁ ବିବାହ କରିବାକୁ ଚାହେଁ ବୋଲି କହିଥିଲେ । ପରେ ପୁଲିସ ବୁଝାଶୁଝା କରିଥିଲେ । ସେପଟେ ପୁଅଘର ଲୋକ ମଧ୍ୟ ବିବାହ କରାଇବାକୁ ରାଜି ହୋଇଥିଲେ । ଆଉ ରାତିରେ ହିଁ ସେମାନଙ୍କ ବିବାହ ହୋଇଥିଲା ।

ଏହାସହ ପଢ଼ନ୍ତୁ : DC VS RR: ପରାଗ, ଜୁରେଲଙ୍କ ଅର୍ଦ୍ଧଶତକ, ଦିଲ୍ଲୀ ଆଗରେ ୧୯୪ ରନର ବିଜୟ ଲକ୍ଷ୍ୟ