ନୂଆଦିଲ୍ଲୀ: ପରାଗଙ୍କ ପରାକ୍ରମୀ ପାଳି । ଜୁରେଲଙ୍କ ଧମାକା । ୮ ଓ୍ବିକେଟରେ ୧୯୩ ରନ କଲା ରାଜସ୍ଥାନ । ଦିଲ୍ଲୀ ଆଗରେ ୧୯୪ ରନର ବିଜୟ ଲକ୍ଷ୍ୟ । ଦିଲ୍ଲୀ ପକ୍ଷରୁ ମିଚେଲ ଷ୍ଟାର୍କ ଅକ୍ତିଆର କଲେ ୪ ଓ୍ବିକେଟ୍ ।
ଟସ୍ ପ୍ରଥମେ ବୋଲିଂ ନିଷ୍ପିତ୍ତି ନେଇଥିଲା ଦିଲ୍ଲୀ । ରାଜସ୍ଥାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ରାଜସ୍ଥାନର ଓପନର ଯୁବ ବ୍ୟାଟ୍ସମ୍ୟାନ ବୈଭ ସୂର୍ଯ୍ୟବଂଶୀ ଧମାକାଦାର ପାଳି ଆରମ୍ଭ କରିଥିଲେ । ସେ ୨୧ ବଲରୁ ୪୬ ରନ କରିଥିବାବେଳେ ସାଥୀ ଖେଳାଳି ଜୟସ୍ବାଲ ୧୨ ରନ କରିପାରିଥିଲେ । ଦଳର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଜୁରେଲ ୪୦ ବଳରୁ ୫୩ ରନ କରିଥିବାବେଳେ ପରାଗ ୨୬ ବଲରୁ ୫୧ ରନ କରିଥିଲେ ।
ଦଳର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସନାକା କେବଳ ୧୦ ରନ କରିଥିଲେ । ବାକି ବ୍ୟାଟ୍ସମ୍ୟାନମାନେ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ସେପଟେ ଦିଲ୍ଲୀ ପକ୍ଷରୁ ଲୁଙ୍ଗି ନିଙ୍ଗଡ଼ି ଏବଂ ମାଧବ ତିଓ୍ବାରୀ ୨ଟି ଲେଖାଏଁ ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି । ବାକି ବୋଲର ଆଜିର ମ୍ୟାଚରେ ଓ୍ବିକେଟ ଲେସ ଯାଇଛନ୍ତି ।