ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ: ଯାତାୟାତ ଠପ୍‌, ଯାତ୍ରୀ ହନ୍ତସନ୍ତ

Published By : Harapriya Sethi | October 4, 2024 7:53 AM

ନବରଙ୍ଗପୁର,୦୪/୧୦: ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ଜିଲ୍ଲାଭିତ୍ତିକ ନିଯୁକ୍ତି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶୁକ୍ରବାର ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ କରାଯାଇଛି । କ୍ରିୟାନୁଷ୍ଠାନ କମିଟିର ସଭାପତି ଅର୍ଜୁନଭତ୍ରା, କଂଗ୍ରେସ ବରିଷ୍ଠ ନେତା ମୁନ୍ନା ତ୍ରିପାଠୀ, ଵୃନ୍ଦାତ୍ରିପାଠୀ , ସିରାଜୁଦି ଅହମ୍ମଦ ପ୍ରମୁଖ ନେତୃତ୍ଵ ନବରଙ୍ଗପୁର ସହର ଚାଉରିଆଗୁଡା ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ରାସ୍ତା ଅବରୋଧ କରାଯାଇଛି । ଏହି କାରଣରୁ ଯାନବାହାନ ଚଳାଚଳ ଠପ୍‌ ହୋଇଛି । 

ସୂଚନା ମୁତାବକ, ନବରଙ୍ଗପୁର ଜିଲ୍ଲାରେ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ୮୬୦ ଜଣ କେବଳ ନବରଙ୍ଗପୁର ଜିଲ୍ଲାର ପ୍ରାର୍ଥୀଙ୍କୁ ନିଯୁକ୍ତି ଦାବିରେ ବିଭିନ୍ନ ସାମାଜିକ ସଂଗଠନ, କଂଗ୍ରେସ ଓ ବିଜେଡି, ବାମପନ୍ଥୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । 'ନବରଙ୍ଗପୁର ଆମର ଜିଲ୍ଲା,ଚାକିରି ପାଇବେ ଆମର ପିଲା' ଏଭଳି ନାରା ଲଗାଇ ଏହି ୧୨ ଘଣ୍ଟିଆ ବନ୍ଦ କରାଯାଇଛି । କ୍ରିୟାନୁଷ୍ଠାନ କମିଟିର ସଭାପତି ଅର୍ଜୁନଭତ୍ରା, କଂଗ୍ରେସ ବରିଷ୍ଠ ନେତା ମୁନ୍ନା ତ୍ରିପାଠୀ, ଵୃନ୍ଦାତ୍ରିପାଠୀ, ସିରାଜୁଦି ଅହମ୍ମଦ ପ୍ରମୁଖ ନେତୃତ୍ଵ ନଵରଙ୍ଗପୁର ସହର ଚାଉରିଆଗୁଡା ନିକଟ୨୬ ନମ୍ବର ଜାତୀୟ ରାଜପଥରେ ରାସ୍ତା ଅବରୋଧ କରାଯାଇଛି । ରାସ୍ତାରୋକ ଯୋଗୁଁ ଦୂରଗାମୀ ବସ, ଟ୍ରକ୍, ମାଲ ପରିବହନ ଗାଡି ଗୁଡିକ ସହରର ଉଭୟ ପାର୍ଶ୍ଵରେ ଅଟକି ରହିଛି । ଅନ୍ୟପକ୍ଷରେ ଦୂରଗାମୀ ବସର ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.