ଭୁବନେଶ୍ବର,୯।୪ :  ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଦଳରେ କେହି ନୁହନ୍ତି।  ସେ ଦଳରେ ନାହାନ୍ତି ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି। ଚିଟଫଣ୍ଡ ମାମଲାରେ ସେ ଜେଲ ଯାଇଥିଲେ ।  ଦଳରୁ ତାଙ୍କୁ ସେତେବେଳେ ବହିଷ୍କାର କରାଯାଇଛି ବୋଲି ସେ କହିଛନ୍ତି।

ସେହିପରି  ୧୦ ମାସ ହେଲା ପାଣ୍ଡିଆନ ଦଳରେ ନାହାନ୍ତି। ସେ ଦଳ ଛାଡି ସାରିଛନ୍ତି   । ଦଳର କାର୍ଯ୍ୟକ୍ରମ ପାଇଁ ତାଙ୍କୁ ଦାୟୀ କରାଯାଇ ପାରିବନି।  ସେ ରାଜ୍ୟ ଓ  ଦଳ ପାଇଁ ଭଲ କାମ କରିଛନ୍ତି  । ତାଙ୍କ ବିଷୟରେ ଆଲୋଚନା ନ କରିବାକୁ ସେ ଦଳୀୟ କର୍ମକର୍ତ୍ତାଙ୍କୁ ତାଗିଦ କରିଛନ୍ତି। ପାର୍ଟି ଅଫିସ ବାହାରେ ବିଭିନ୍ନ ହୋଟେଲରେ ଦଳର ନେତାଙ୍କ ବୈଠକକୁ ସେ ନାପସନ୍ଦ କରିଛନ୍ତି।  ବୈଠକ ପାଇଁ ଶଙ୍ଖ ଭବନ ରହିଛି  ବୋଲି ସେ କହିଛନ୍ତି।

ରାଜ୍ୟସଭାରେ ଓ୍ବାକଫ ସଂଶୋଧନ ବିଧେୟକ ଉପରେ ଭୋଟିଂ ପୂର୍ବରୁ ରାଜ୍ୟସଭା ସାଂସଦ ସମ୍ବିତ ପାତ୍ର ବିବେକ ଅନୁସାରେ ଭୋଟ ଦେବାକୁ ସୋସିଆଲ ମିଡିଆରେ ଟୁଇଟ କରିଥିଲେ। ଏହାକୁ  ନେଇ  ଦଳର ନେତାମାନେ ବିଭିନ୍ନ ବୟାନବାଜି ଦେଇଥିଲେ। ଏପରିକି ଦଳର ନେତାମାନେ ପାର୍ଟି ଅଫିସ ବାହାରେ   ବାରମ୍ବାର ବୈଠକ କରିଥିଲେ। ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ବୟାନ ଦେଇଥିଲେ। ଗତ କିଛି ଦିନ ଧରି ଦଳର ନେତାମାନେ ବିଭିନ୍ନ ବୟାନ ଦେବା ପରେ ବୁଧବାର ନବୀନ ମୁହଁ ଖୋଲିଛନ୍ତି।