ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ପ୍ରଭାତ ତ୍ରିପାଠୀ ଦଳରେ କେହି ନୁହଁନ୍ତି : ନବୀନ

Published By : Suraj Kumar | April 9, 2025 7:39 PM

ଭୁବନେଶ୍ବର,୯।୪ :  ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଦଳରେ କେହି ନୁହନ୍ତି।  ସେ ଦଳରେ ନାହାନ୍ତି ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି। ଚିଟଫଣ୍ଡ ମାମଲାରେ ସେ ଜେଲ ଯାଇଥିଲେ ।  ଦଳରୁ ତାଙ୍କୁ ସେତେବେଳେ ବହିଷ୍କାର କରାଯାଇଛି ବୋଲି ସେ କହିଛନ୍ତି।

ସେହିପରି  ୧୦ ମାସ ହେଲା ପାଣ୍ଡିଆନ ଦଳରେ ନାହାନ୍ତି। ସେ ଦଳ ଛାଡି ସାରିଛନ୍ତି   । ଦଳର କାର୍ଯ୍ୟକ୍ରମ ପାଇଁ ତାଙ୍କୁ ଦାୟୀ କରାଯାଇ ପାରିବନି।  ସେ ରାଜ୍ୟ ଓ  ଦଳ ପାଇଁ ଭଲ କାମ କରିଛନ୍ତି  । ତାଙ୍କ ବିଷୟରେ ଆଲୋଚନା ନ କରିବାକୁ ସେ ଦଳୀୟ କର୍ମକର୍ତ୍ତାଙ୍କୁ ତାଗିଦ କରିଛନ୍ତି। ପାର୍ଟି ଅଫିସ ବାହାରେ ବିଭିନ୍ନ ହୋଟେଲରେ ଦଳର ନେତାଙ୍କ ବୈଠକକୁ ସେ ନାପସନ୍ଦ କରିଛନ୍ତି।  ବୈଠକ ପାଇଁ ଶଙ୍ଖ ଭବନ ରହିଛି  ବୋଲି ସେ କହିଛନ୍ତି।

ରାଜ୍ୟସଭାରେ ଓ୍ବାକଫ ସଂଶୋଧନ ବିଧେୟକ ଉପରେ ଭୋଟିଂ ପୂର୍ବରୁ ରାଜ୍ୟସଭା ସାଂସଦ ସମ୍ବିତ ପାତ୍ର ବିବେକ ଅନୁସାରେ ଭୋଟ ଦେବାକୁ ସୋସିଆଲ ମିଡିଆରେ ଟୁଇଟ କରିଥିଲେ। ଏହାକୁ  ନେଇ  ଦଳର ନେତାମାନେ ବିଭିନ୍ନ ବୟାନବାଜି ଦେଇଥିଲେ। ଏପରିକି ଦଳର ନେତାମାନେ ପାର୍ଟି ଅଫିସ ବାହାରେ   ବାରମ୍ବାର ବୈଠକ କରିଥିଲେ। ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ବୟାନ ଦେଇଥିଲେ। ଗତ କିଛି ଦିନ ଧରି ଦଳର ନେତାମାନେ ବିଭିନ୍ନ ବୟାନ ଦେବା ପରେ ବୁଧବାର ନବୀନ ମୁହଁ ଖୋଲିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.