କୋଣାର୍କ,୨୪/୦୭: ଚନ୍ଦ୍ରଭାଗା ମେଳା ପଡିଆରେ ଶୌଚାଳୟ ନିର୍ମାଣ କାମକୁ ବନ୍ଦ କଲେ କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ। ଚନ୍ଦ୍ରଭାଗା ମେଳା ପଡ଼ିଆରେ ଶୌଚାଳୟ ନିର୍ମାଣ ଘଟଣା ଖବର ପ୍ରକାଶ ପରେ ଗୁରୁବାର କୋଣାର୍କ ଏନ୍ଏସି ଅଧ୍ୟକ୍ଷା, ସମସ୍ତ କାଉନସିଲରଙ୍କ ସମେତ ଚନ୍ଦ୍ରଭାଗା ବଜାର କମିଟି କର୍ମକର୍ତ୍ତା ପହଞ୍ଚି ଏହି ବେଆଇନ କାମକୁ ବନ୍ଦ କରିଥିଲେ । ସୌନ୍ଦର୍ଯ୍ୟକରଣ ଆଳରେ ଚନ୍ଦ୍ରଭାଗା ମେଳାପଡିଆରେ ଅସ୍ଥାୟୀ ଦୋକାନ ଗୃହ ଓ ଶୌଚାଳୟ ନିର୍ମାଣ ମାଘ ସପ୍ତମୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ୟା ଉପୁଜିବ ବୋଲି ଅଭିଯୋଗ ହୋଇଛି ।
ଚନ୍ଦ୍ରଭାଗା ମେଳାପଡିଆରେ କଂକ୍ରିଟ ଢଳେଇ କରାଯାଇ ଏଠାରେ ଦୋକାନ ଗୃହ ଓ ଶୌଚାଳୟ ନିର୍ମାଣ କରାଯାଇ ବ୍ୟବସାୟୀମାନଙ୍କୁ ଥଇଥାନ କରାଯିବ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ମେଳାପଡିଆରେ ଏଭଳି ନିର୍ମାଣକୁ ବ୍ୟବସାୟୀମାନେ ତୀବ୍ର ବିରୋଧ କରିଛନ୍ତି । ପୂର୍ବ ନିଷ୍ପତ୍ତି ଅନୁଯାୟୀ ଜୟଦେବ ବାଟିକା ନିକଟରେ ଥଇଥାନ ନକରି ମେଳା ପଡ଼ିଆରେ ମନମୁଖୀ କାମ କରୁଥିବା କମିଟି କହିଛି ।