ନୂଆଦିଲ୍ଲୀ,୧୬/୬ : ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ୨୪ବର୍ଷୀୟ ମହିଳା ଚିତ୍କାର କରୁଥିବା ନଜର ଆସୁଛନ୍ତି ଏବଂ ତାଙ୍କର ପୁରୁଣା କ୍ଲାସମେଟ ଅୟାଜ ତାଜ ମଦାରେ ଜବରଦସ୍ତି ତାଙ୍କ ହାତ ଧରୁଥିବା ଦେଖାଯାଉଛନ୍ତି । ମଦାରେ କୁରାନର ଆୟତେ ପଢି ଯୁବତୀଙ୍କ ଉପରେ ଫୁଙ୍କୁଥିବା ଦେଖାଯାଉଛନ୍ତି । ଯାହାକି ମହିଳା ଲଗାତର ଚିତ୍କାର କରୁଥିବା ଦେଖାଯାଉଛନ୍ତି । ପୀଡ଼ିତାଙ୍କ ଅଭିଯୋଗ ଅଟେ କି ଏହାପରେ ସେ ତାଙ୍କୁ ମୁସଲମାନ ଘୋଷଣା କରିଛନ୍ତି ଏବଂ ତାଙ୍କ ସହ ବଳାତ୍କାର କରିଛନ୍ତି ।

ନାଗପୁରରେ ଭାରତୀୟ ବାୟୁ ସେନାର ଅଧିକାରୀଙ୍କ ସ୍ତ୍ରୀଙ୍କ ସହ ଏହି ଘଟଣା ଘଟିଛି । ପୀଡ଼ିତାଙ୍କ ଅଭିଯୋଗ ଅଟେ କି ତାଙ୍କୁ ନିଶା ଔଷଧ ଦେଇ ବଳାତ୍କାର କରାଯାଇଛି । ଅଶ୍ଳୀଳ ଭିଡ଼ିଓ ନିର୍ମାଣ କରି ବ୍ଲାକମେଲ୍ କରାଯାଇଛି ଏବଂ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ନିଆଯାଇଛି । ଏହି ସବୁ ପରେ ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଗଲା । ମାତ୍ର ଏହି ଘଟଣା ୧ବର୍ଷ ପୁରୁଣା ଘଟଣା ଅଟେ । କିନ୍ତୁ ଏବେ ପୀଡ଼ିତାଙ୍କ ଦ୍ବାରା ନିଜ ସ୍ବାମୀଙ୍କୁ ଘଟଣା ବିଷୟରେ କହିବା ଏବଂ ପୁଲିସରେ ଅଭିଯୋଗ କରିବା ପରେ ଏବେ ଏହି ମାମଲା ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଉପରେ ପୋଲିସ ମଦାରେ ଏବଂ ଅମୀନ ଶେଖଙ୍କୁ ଗିରଫ କରି ନେଇଛି । ଯାହାକି ମଧ୍ୟପ୍ରଦେଶର ତାମିୟା ନିବାସୀ ତୃତୀୟ ଅଭିଯୁକ୍ତ ହଜରତ ମୌଲାନାଙ୍କ ତଲାସ ଜାରି ରହିଛି । ପୋଲିସ ଅନୁସାରେ ଅଭିଯୋଗ କରିଥିବା ୨୪ବର୍ଷୀୟ ମହିଳାଙ୍କ ସ୍ବାମୀ ଇଣ୍ଡିଆନ ଏୟାର ଫୋର୍ସରେ ଅଛନ୍ତି ଏବଂ ଏବେ ଅନ୍ୟ ସହରରେ ଅଛନ୍ତି । ପୀଡ଼ିତା ପ୍ରପଟି ଡିଲିଂ କାମ କରିଥାନ୍ତି ।

ପୋଲିସର କହିବା ଅନୁଯାୟୀ, ଫେବୃଆରୀ ୨୦୨୫ରେ, ଅୟାଜ ଏକ ଜମି କିଣିବା ବାହାନାରେ ତାଙ୍କ ପାଖକୁ ଆସିଥିଲେ ଏବଂ ତାଙ୍କୁ ୱାର୍ଦ୍ଧା ରୋଡରେ ଥିବା ଏକ ହୋଟେଲକୁ ନିମନ୍ତ୍ରଣ କରିଥିଲେ। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ସେ ତାଙ୍କୁ ନିଶାଦ୍ରବ୍ୟ ଦେଇଥିଲେ ଏବଂ ସେ ଅଚେତ ଥିବା ସମୟରେ ତାଙ୍କୁ ବଳାତ୍କାର କରିଥିଲେ ଏବଂ ଏହି ଘଟଣାର ଭିଡିଓ ଏବଂ ଫଟୋ ମଧ୍ୟ ଉଠାଇଥିଲେ। ମହିଳା ଜଣକ ତିନି ଦିନ ପୂର୍ବରୁ ଡ୍ୟୁଟିରୁ ଘରକୁ ଫେରିବା ପରେ ତାଙ୍କ ସ୍ୱାମୀଙ୍କୁ ଘଟଣା ବିଷୟରେ କହିଥିଲେ। ପରେ ସୋନଗାଓଁ ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାଖଲ କରାଯାଇଥିଲା। ପୋଲିସ ବଳାତ୍କାର, ଜବରଦସ୍ତ ଆଦାୟ, ଧର୍ମପରିବର୍ତ୍ତନ କରିବା ପ୍ରୟାସ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।