ମହାରାଷ୍ଟ୍ର, ୧୯।୩: ନାଗପୁର ହିଂସାରେ ମାଷ୍ଟରମାଇଣ୍ଡର ପ୍ରଥମ ଫଟୋ ଜାରି କରିଛି ନାଗପୁର ପୁଲିସ୍ । ନାଗପୁର ସହରରେ ଘଟିଥିବା ସାମ୍ପ୍ରଦାୟିକ ସଂଘର୍ଷର ମୁଖ୍ୟ ଅଭିଯୁକ୍ତ ଥିଲେ ଫାହିମ ଶାମିମ ଖାନ । ଫହିମ୍ ଖାନକୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି । ୨୦୨୪ ଲୋକସଭା ନିର୍ବାଚନରେ ନାଗପୁର ନିର୍ବାଚନମଣ୍ଡଳୀରୁ ସଂଖ୍ୟାଲଘୁ ଡେମୋକ୍ରାଟିକ୍ ପାର୍ଟିର ପ୍ରତିନିଧିତ୍ୱ କରି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସାମ୍ପ୍ରଦାୟିକ ସଂଘର୍ଷ ସମ୍ପର୍କରେ ଦାୟର ହୋଇଥିବା ଏଫଆଇଆରରେ ତାଙ୍କ ନାଁ ଆନୁଷ୍ଠାନିକ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି । ନାଗପୁର ସଂଘର୍ଷରେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ଏହାକୁ ନେଇ ନୂଆ ନୂଆ ତଥ୍ୟ ହସ୍ତଗତ ହେବାରେ ଲାଗିଛି ।

ବରିଷ୍ଠ ବିଜେପି ନେତା ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ୬ ଲକ୍ଷ ୫ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିଲେ । ୩୮ ବର୍ଷୀୟ ଫହିମ ଖାନ ଏମଡିପିର ନଗର ସଭାପତି ଏବଂ ନାଗପୁରର ଯଶୋଧରା ନଗରର ସଞ୍ଜୟ ବାଗ କଲୋନିର ବାସିନ୍ଦା । ସାମ୍ପ୍ରଦାୟିକ ସଂଘର୍ଷ ସମ୍ପର୍କରେ ଦାୟର ହୋଇଥିବା ଏଫଆଇଆରରେ ତାଙ୍କ ନାଁ ଆନୁଷ୍ଠାନିକ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରାଥମିକ ତଦନ୍ତ ଏବଂ ପୁଲିସ ଦ୍ୱାରା ଜାରି କରାଯାଇଥିବା ଏକ ଭିଡିଓରୁ ଜଣାପଡ଼ିଛି ଯେ, ଫହିମ ଖାନ ହିଂସା ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଏକ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇଥିଲେ ।

ଛତ୍ରପତି ସମ୍ଭାଜୀନଗରରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ସମାଧିସ୍ଥଳକୁ ହଟାଇବା ଦାବି କରି ଡାହାଣପନ୍ଥୀ ବିରୋଧ ପ୍ରଦର୍ଶନ ସମୟରେ ଏକ ସମ୍ପ୍ରଦାୟର ପବିତ୍ର ଗ୍ରନ୍ଥକୁ ଅପବିତ୍ର କରାଯାଇଥିବା ଗୁଜବକୁ ନେଇ ସୋମବାର ଦିନ ନାଗପୁରର ଚିଟନିସ ପାର୍କ ଅଞ୍ଚଳରେ ହିଂସା ଦେଖାଦେଇଥିଲା । ସୋମବାର ସନ୍ଧ୍ୟାରେ ହିଂସା ଘଟିବା ପରେ ନାଗପୁରର ଅନେକ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିଲା । ଔରଙ୍ଗଜେବଙ୍କ କବର ଭାଙ୍ଗିବା ଦାବିରେ ବିଶ୍ବ ହିନ୍ଦୁ ପରିଷଦର ସଦସ୍ୟମାନେ ମୋଗଲ ସମ୍ରାଟଙ୍କ କୁଶ ପୁତ୍ତଳିକା ଦାହ କରିବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଥିଲା ।