ଭୁବନେଶ୍ଵର, ୧୧/୦୬ : ପର୍ଯ୍ୟଟକଙ୍କ ପାଇଁ ଜରୁରୀ ସୂଚନା। ଆସନ୍ତା ସୋମବାର ଅର୍ଥାତ ୧୫ ତାରିଖ ନନ୍ଦନକାନନ ଖୋଲା ରହିବ ଓ ମଙ୍ଗଳବାର ୧୬ ତାରିଖ ବନ୍ଦ ରହିବ। ସୋମବାର ରଜ ସଂକ୍ରାନ୍ତି ପଡୁଥିବାରୁ ନନ୍ଦନକାନନର ଉଭୟ ( ପ୍ରାଣୀ ଓ ଉଦ୍ଭିଦ) ଉଦ୍ୟାନ ଖୋଲା ରହିବ। ଏହାର ପରଦିନ ଅର୍ଥାତ ମଙ୍ଗଳବାର ୧୬ ତାରିଖ ନନ୍ଦନକାନନର ଉଭୟ ଉଦ୍ୟାନ ବନ୍ଦ ରହିବ। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

ନନ୍ଦନକାନନର ନିୟମ ଅନୁଯାୟୀ, ନନ୍ଦନକାନନର ଉଭୟ ଉଦ୍ୟାନ ସପ୍ତାହରେ ଗୋଟିଏ ଦିନ ସୋମବାର ବନ୍ଦ ରୁହେ। ତେବେ ଯଦି ସୋମବାର ସ୍ଵାଧୀନତା ଦିବସ, ଗଣତନ୍ତ୍ର ଦିବସ, ବଡ଼ଦିନ, ନୂଆବର୍ଷ, ଦଶହରା ଓ ରଜ ପଡେ ତେବେ ସେହିଦିନ ନନ୍ଦନକାନନ ଖୋଲା ରହି ପରଦିନ ବନ୍ଦ ରହିବା ନିୟମ ରହିଛି। 

ଆହୁରି ପଢନ୍ତୁ- ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁକୁ ଏନ୍‌କାଉଣ୍ଟର, ୩ ପୁଲିସ କର୍ମଚାରୀ ଆହତ

ଦେଶରେ ଦେଖାଦେବ ଜଳ ଓ ଶକ୍ତି ସଙ୍କଟ,୧୩୦ କୋଟି ଲୋକଙ୍କ ପାଣି ଶୋଷିଦେବ AI ...!​​​​​​​