ନୂଆଦିଲ୍ଲୀ,୨୯।୧୧: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଇଡିର ଚାର୍ଜସିଟ୍ ଉପରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଶୁଣାଣି ତାରିଖ ଘୁଞ୍ଚାଇ ଦେଇଛନ୍ତି। କୋର୍ଟ ଏହି ମାମଲାରେ ୧୬ ଡିସେମ୍ବରରେ ଶୁଣାଣି କରିବେ। ଏହି ହାଇ-ପ୍ରୋଫାଇଲ ମାମଲାରେ କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନାଁ ରହିଛି। ଏହାଛଡା  ଲୋକସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀ, ସାମ୍ ପିଟ୍ରୋଡା,ସୁମନ୍ ଦୁବେଙ୍କ ସହିତ ଅନ୍ୟମାନଙ୍କୁ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍ଏଲଏ) ଅନୁସାରେ ଅଭିଯୁକ୍ତ ଅଛନ୍ତି।

ଉଲ୍ଲେଖନୀୟ ଯେ, ଏହି ମାମଲା ମୂଳ ରୂପରେ କ୍ରିମିନାଲ ବ୍ରିଚ୍ ଅଫ୍ ଟ୍ରଷ୍ଟ ଓ ଚିଟିଂର ରହିଛି। ଯାହାକି ପରେ ମନି ଲଣ୍ଡରିଂ (ପିଏମ୍ଏଲଏ)ରେ ବଦଳି ଯାଇଛି। ମାମଲା ୧୯୩୮ ରୁ ଚାଲିଥିବା ଐତିହାସିକ ଖବର କାଗଜ ନ୍ୟାସନାଲ ହେରାଲ୍ଡ ସହ ଜଡିତ,ଯାହାର କମ୍ପାନୀ ଆସୋସିଏଟେଡ୍ ଜର୍ଣ୍ଣାଲ ଲିମିଟେଡ୍ (ଏଜେଏଲ) ନେହରୁଙ୍କ ସମୟରୁ ରହିଛି। ଇଡିର ଅଭିଯୋଗ ଯେ, କଂଗ୍ରେସ ନେତା ଏଜେଏଲର ୨୦୦୦ କୋଟି ଟଙ୍କାର ସମ୍ପତ୍ତିକୁ ମାତ୍ର ୫୦ ଲକ୍ଷରେ ହାସଲ କରିଥିଲା। ଏହା ବିରୋଧରେ ଇଡି ଚଳିତ ବର୍ଷ ଏପ୍ରିଲରେ ଚାର୍ଜସିଟ୍ ଦାଖଲ କରିଥିଲା।

ଇଡି ଏହି ଦାବି ମଧ୍ୟ କରିଛି ଯେ, ଠକେଇ କାରବାର ଜରିଆରେ ବହୁ ବର୍ଷ ପର୍ଯ୍ୟନ୍ତ ଆଡଭାନ୍ସ ରେଣ୍ଟ ପେମେଣ୍ଟ ଦେଖାଯାଇଛି ଓ କଥିତ ଭାବରେ ନକଲି ଭଡା ରସିଦର ବ୍ୟବହାର କରାଯାଇଛି। ଏବେ କୋର୍ଟ ୧୬ ଡିସେମ୍ବରରେ ବିଚାର କରିବେ। ଏହି କେସ୍ ୧୦ରୁ ଅଧିକ ବର୍ଷ ଧରି ଚାଲିଛି ଓ ସୁପ୍ରିମକୋର୍ଟଙ୍କ ନିକଟରେ ପହଁଞ୍ଚିଛି। ଏହି ମାମଲା ରାଜନୈତିକ ରୂପରେ ଆହୁରି ଅଧିକ ସମ୍ବେଦନଶୀଳ ହୋଇଯାଇଛି। କାରଣ୨୦୨୬ରେ ବହୁ ରାଜ୍ୟରେ ନିର୍ବାଚନ ହେବ। କଂଗ୍ରେସ ନେତା ଇଡିର ସବୁ ଅଭିଯୋଗକୁ ଖାରଜ କରିଛି। ଏହ ମାମଲା ରାଜନୈତିକ ପ୍ରତିଶୋଧ ବୋଲି କହିଛି। ଉଲ୍ଲେଖନୀୟ ଯେ, ନ୍ୟାସନାଲ ହେରାଲ୍ଡ ସହ ଜଡିତ ବିବାଦ ୨୦୧୨ ରେ ଜୋର ଧରିଥଲା। ଏବେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ଟ୍ରାଏଲ କୋର୍ଟରେ ଅଭିଯୋଗ ଦାଖଲ କରଛନ୍ତି ଯେ, କଂଗ୍ରେସ ନେତା ଏଜେଏଲ ଅଧିଗ୍ରହଣରେ ଠକେଇ ଓ ଅପରାଧିକ ବିଶ୍ବାସଘାତ କରିଛନ୍ତି।