ନୂଆଦିଲ୍ଲୀ,୦୩/୧୨: ଆଉ ଦିନକ ପରେ ଇତିହାସ ରଚିବାକୁ ଯାଉଛି ଇସ୍ରୋ । ପିଏସଏଲଭି ଏକ୍ସଏଲ ରକେଟରୁ ୟୁରୋପୀୟ ଏଜେନ୍ସି ଲଞ୍ଚ କରିବ ପ୍ରୋବା -୩ ସାଟେଲାଇଟ୍ । ଆସନ୍ତାକାଲି ସନ୍ଧ୍ୟା ୪ଟା ୬ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟ ସ୍ଥିତ ଧବନ ଅନ୍ତରୀକ୍ଷ କେନ୍ଦ୍ରରୁ ହେବ ଉତକ୍ଷେପଣ। ଏହା ପୃଥିବୀର ଅଣ୍ଡାକାର କକ୍ଷରେ କରିବ ପରିକ୍ରମା । ଆଉ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୂର୍ଯ୍ୟ ଚତୁଃପାର୍ଶ୍ବ ବାୟୁମଣ୍ଡଳର ଅଧ୍ୟୟନ କରିବା। 

ଏନେଇ ଇସ୍ରୋ କହିଛି ଯେ, ମିଶନରେ ଦୁଇଟି ଅନ୍ତରୀକ୍ଷ ଯାନ ସାମିଲ ରହିଛି  । ଅର୍ଥାତ ସିଏସସି ଓ ଓଏସସି ଏକା ସହିତ ଗୋଟିଏ ପରେ ଗୋଟିଏ ଲଞ୍ଚ କରାଯିବ। ପିଏସଏଲବି ଏକ ପ୍ରକ୍ଷେପଣ ଯାନ । ଯାହା ଉପଗ୍ରହ ଓ ବିଭିନ୍ନ ପେଲୋଡ଼କୁ ଅନ୍ତରୀକ୍ଷ ନେବାରେ ସାହାଯ୍ୟ କରିଥାଏ  । ଏଥିସହ ଇସ୍ରୋର ଆବଶ୍ୟକତା ଅନୁସାରେ ଏହି ପ୍ରକ୍ଷେପଣ ଯାନ ଭାରତର ପ୍ରଥମ ଏଭଳି ଏକ ବାହନ ଅଟେ ଯାହା ଲିକ୍ବିଡ଼୍ ଷ୍ଟେଜରୁ କମ୍ ଅଟେ । ଇସ୍ରୋ ଆହୁରି ମଧ୍ୟ କହିଛି ଯେ,  ସୂର୍ଯ୍ୟ ଚାରିପାଖ ଖୁବ୍‌ ଧୂଆଁଳିଆ । ଏହାକୁ ଖାଲି  ଆଖିରେ ଦେଖିବା ଅସମ୍ଭବ ।  କେଉଁ ଉପାଦାନରେ ତିଆରି ହୋଇଛି ସାଟେଲାଇଟ୍‌ ମାଧ୍ୟମରେ ଜାଣିବାକୁ ଚେଷ୍ଟା କରାଯାଉଛି । ସୂର୍ଯ୍ୟ ଚତୁଃପାର୍ଶ୍ୱରେ ଦୁଇ ପ୍ରକାର କୋରୋନା ଯଥା ହାଇ-କୋରୋନା ଓ ଲୋ-କୋରୋନା ରହିଛି ।  ଅନେକ ସାଟେଲାଇଟ୍‌ ଏହାର ଅଧ୍ୟୟନ କରୁଛନ୍ତି, କିନ୍ତୁ ଉଭୟ ପରସ୍ତ ମଧ୍ୟରେ ଥିବା ଫାଙ୍କ ଅର୍ଥାତ୍‌ କଳା ଅଂଶର ଅଧ୍ୟୟନ କରିବ ପ୍ରୋବା-୦୩ । ଏହା ଇସ୍ରୋର ଦେଶର ପ୍ରଥମ ସମର୍ପିତ ବୈଜ୍ଞାନିକ ଉପଗ୍ରହ ଅଟେ।