ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଫେସ୍‌ ଆଇଡି ଥିବା ଆଧାର ଆପ୍‌ ଶୁଭାରମ୍ଭ; ଅଶ୍ୱିନୀ କହିଲେ, ନୂଆ ଶିଳ୍ପ ବିପ୍ଳବ ହେଉଛି ଏଆଇ

Published By : Anindita Ratha | April 9, 2025 9:03 AM

ନୂଆଦିଲ୍ଲୀ,୦୯/୦୮: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ବର୍ତ୍ତମାନ ନୂଆ ଶିଳ୍ପ ବିପ୍ଳବ ହୋଇଛି । ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମି ସହ ଏଆଇକୁ କିଭଳି ସମନ୍ୱିତ କରାଯାଇ ପାରିବ, ସେଥିପାଇଁ ଅଂଶୀଦାରମାନେ ନିଜ ଚିନ୍ତାଧାରା ବିନିମୟ କରିବା ଆବଶ୍ୟକ । ନୂଆଦିଲ୍ଲୀରେ ମଙ୍ଗଳବାର ଅନୁଷ୍ଠିତ ‘ଆଧାର ସମ୍ବାଦ’ରେ ଯୋଗଦେଇ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି ।

 ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଅନେକ ପଦକ୍ଷେପର ‘ଆଧାର’ ହୋଇଛି ଆଧାର । ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମିର ମୂଳଭିତ୍ତି ସାଜିଛି । ଜୀବନକୁ କିଭଳି ଆହୁରି ସହଜ କରିହେବ, ତାହା ଉପରେ ସରକାର ପ୍ରାଥମିକତା ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ସେ ନୂଆ ‘ଆଧାର ଫେସ୍‌ ଅଥେଣ୍ଟିକେସନ’ର ଉଦାହରଣ ଦେଇଛନ୍ତି । ଅଶ୍ୱିନୀଙ୍କ ଦ୍ୱାରା ଆଜି ଫେସ୍‌ ଆଇଡି ଥିବା ଆଧାର ମୋବାଇଲ ଆପ୍‌ ଶୁଭାରମ୍ଭ ହୋଇଛି । ଏହି ଆପ୍‌ ଦ୍ୱାରା ୟୁଜରମାନେ ସେମାନଙ୍କ ଆଧାର ବିବରଣୀ ଡିଜିଟାଲ ଭାବେ ସେୟାର କରିପାରିବେ । ସେମାନଙ୍କୁ ଆଧାର କାର୍ଡ କିମ୍ବା ଏହାର କପି ଦେବାକୁ ପଡ଼ିବ ନାହିଁ । ଏଥିରେ ତଥ୍ୟ ଲିକ୍‌ ହେବନାହିଁ ।

ଏହା ମଧ୍ୟ ପଢନ୍ତୁ- ସପାର ପୂର୍ବତନ ବିଧାୟକ ଅବଦୁଲ୍ଲା ଆଜମ ଖାନଙ୍କ ବଢିଲା ଅଡ଼ୁଆ, ଷ୍ଟାମ୍ପ ଚୋରି ମାମଲାରେ ୩ କୋଟି ୭୧ ଲକ୍ଷ ଟଙ୍କା ଜରିମାନା ଲଗାଇଲେ କୋର୍ଟ…

କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ‘ଆଧାର ସମ୍ବାଦ’ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ । ଏଥିରେ ପ୍ରାୟ ୭୫୦ ବରିଷ୍ଠ ନୀତି ନିର୍ଦ୍ଧାରକ, ବିଶେଷଜ୍ଞ, ଟେକ୍ନୋକ୍ରାଟ, ବିଭିନ୍ନ କ୍ଷେତ୍ରର ପ୍ରତିନିଧି ଓ ପେସାଦାର ସାମିଲ ହୋଇଥିଲେ । କେନ୍ଦ୍ର ଆଇଟି ସଚିବ ଏସ୍‌ କ୍ରିଷ୍ଣନ କହିଥିଲେ, ଅନ୍ତର୍ଭୁକ୍ତିକରଣକୁ ଆଧାର ଗତିଶୀଳ କରାଇବା ସହ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେଉଛି । ତା’ଛଡ଼ା ଆଧାର ଏଭଳି ଏକ ପରିଷ୍କୃତ ପ୍ରଣାଳୀ, ଯାହା ଗୋପନୀୟତାକୁ ସୁରକ୍ଷିତ ରଖିବା ସହ ପରିଚୟକୁ ପ୍ରମାଣିତ କରୁଛି । ସମ୍ମିଳନୀରେ ପରିସଂଖ୍ୟାନ ଓ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟର ସଚିବ ଡ. ସୌରଭ ଗର୍ଗ, ୟୁଆଇଡିଏଆଇ ଅଧ୍ୟକ୍ଷ ନୀଳକଣ୍ଠ ମିଶ୍ର, ୟୁଆଇଡିଏଆଇ ସିଇଓ ଭୁବନେଶ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.