ପ୍ରମୂଖ ଖବର
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

କମିବାରେ ଲାଗିଛି ନୋଟାର ଲୋକପ୍ରିୟତା; ୨୦୨୪ରେ ମିଳିଛି ସବୁଠାରୁ କମ୍‌ ଭୋଟ୍‌, କାହିଁକି ଏହାର ପଡ଼ୁଥିଲା ଆବଶ୍ୟକତା?

Published By : Soubhagya Ranjan | February 15, 2025 5:34 PM

Image source: ABP Live

ନୂଆଦିଲ୍ଲୀ,୧୫/୦୨: ୨୦୨୪ ଲୋକସଭା ନିର୍ବାଚନରେ ସବୁଠାରୁ କମ୍‌ ଭୋଟ, ଏ‌ଥିମଧ୍ୟରୁ କେଉଁଟି ନୁହେଁ ଅର୍ଥାତ୍‌ ନୋଟା ବିକଳ୍ପକୁ ଦିଆଯାଇଛି। ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ ଗତ ତିନିଟି ଲୋକସଭା ନିର୍ବାଚନରେ ନୋଟାର ଭୋଟ୍ କ୍ରମାଗତ ଭାବେ ହ୍ରାସ ପାଇଛି। ୨୦୧୪ ରେ, ନୋଟାରେ ୧.୦୮ ପ୍ରତିଶତ ଭୋଟ୍ ପାଇ‌ଥିବା ବେଳେ ଏହା ୨୦୨୪ ରେ ୦.୯୯ ପ୍ରତିଶତକୁ ହ୍ରାସ ପାଇଥିଲା। ୨୦୧୪ ରେ ଲୋକସଭା ନିର୍ବାଚନରେ ପ୍ରଥମେ ନୋଟା ବିକଳ୍ପ କାର୍ଯ୍ୟକାରୀ କରାଯାଇଥିଲା। ବିହାରରେ ନୋଟା ବିକଳ୍ପରେ ଭୋଟର ସର୍ବାଧିକ ଭୋଟ୍ ଦେଇଛନ୍ତି।

ନୋଟାରେ ଭୋଟ୍‌ ହ୍ରାସ ପାଇଛି:

ନୋଟା ବିକଳ୍ପରେ ଭୋଟ ହାର ବିହାରରେ ୨.୦୭ ପ୍ରତିଶତ, ଦାଦ୍ରା ଏବଂ ନଗର ହାଭେଳିରେ ୨.୦୬ ପ୍ରତିଶତ, ଡାମନ ଏବଂ ଡିୟୁରେ ୨.୦୬ ପ୍ରତିଶତ, ଗୁଜୁରାଟରେ ୧.୫୮ ପ୍ରତିଶତ ଏବଂ ନାଗାଲାଣ୍ଡରେ ୦.୨୧ ପ୍ରତିଶତ ରହିଛି। ନୋଟା ପାଇଁ ଭୋଟର ପାର୍ଥକ୍ୟ ଦର୍ଶାଉଛି ଯେ ବିଭିନ୍ନ ରାଜ୍ୟରେ ଭୋଟରମାନେ ନିର୍ବାଚନ ପ୍ରକ୍ରିୟାରେ ଭିନ୍ନ ଭିନ୍ନ ବିକଳ୍ପକୁ ପସନ୍ଦ କରିଛନ୍ତି। ଭୋଟରମାନେ ନିର୍ବାଚନରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି ଏବଂ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି। ତତ୍‌ସହିତ ବିରୋଧ କିମ୍ବା ଅସନ୍ତୋଷ ପ୍ରକାଶ କରିବାକୁ ଯାଇ ନୋଟା ବିକଳ୍ପକୁ ବ୍ୟବହାର କରିଛନ୍ତି।

୨୦୧୩ ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିର୍ବାଚନ ଆୟୋଗ ଶେଷ ବିକଳ୍ପ ଭାବରେ ଇଭିଏମ୍ ଉପରେ NOTA ବଟନ୍ ଯୋଡ଼ିଥିଲେ। ଏହାପୂର୍ବରୁ, ଯେଉଁମାନେ କୌଣସି ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଚାହୁଁନଥିଲେ ସେମାନଙ୍କୁ ଫର୍ମ ୪୯ ଓ ପୂରଣ କରିବାକୁ ପଡୁଥିଲା, କିନ୍ତୁ ଏହା ଭୋଟରଙ୍କ ଗୋପନୀୟତା ଉପରେ ପ୍ରଶ୍ନ ଉଠାଇଥିଲା।

ଇଭିଏମ୍‌କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି:

କିଛି ଦିନ ପୂର୍ବରୁ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ ଇଭିଏମ୍‌ର ଜଳିଯାଇଥିବା ମେମୋରୀ ଏବଂ ମାଇକ୍ରୋ କଣ୍ଟ୍ରୋଲରର ଯାଞ୍ଚ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠିଥିବା ମାମଲାର ଶୁଣାଣି କରିଥିଲେ। ଖଣ୍ଡପୀଠ କହିଥିଲେ ଯେ ଇଭିଏମ୍‌ର ମେମୋରୀ ଇତ୍ୟାଦି ଯାଞ୍ଚ ବିଷୟରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ନିର୍ବାଚନ ଆୟୋଗ ପ୍ରାମାଣିକରଣ ପାଇଁ କେଉଁ ପ୍ରକ୍ରିୟା ଅନୁସରଣ କରୁଛନ୍ତି ତାହା କେବଳ ଜାଣିବାକୁ ଚାହୁଁଛୁ। 

ସୂଚନାଥାଉକି, ଅନ୍ୟ ଦେଶର ଭୋଟିଂ ମେସିନ୍ ଅପେକ୍ଷା ଭାରତର ଇଭିଏମ୍ ଗୁଡିକ ଅଧିକ ନିରାପଦ ଅଟେ। ଏହାର ଗୋଟିଏ କାରଣ ହେଉଛି ଏଥିରେ ଜଳିଯାଇଥିବା ମେମାରୀର ରିକଭରି। ଜଳିଯାଇଥିବେ ମେମୋରୀ ବା ବର୍ଣ୍ଟ ମେମୋରୀର ଅର୍ଥ ହେଉଛି ପ୍ରୋଗ୍ରାମିଂ ପର୍ଯ୍ୟାୟ ସମାପ୍ତ ହେବା ପରେ ମେମୋରୀକୁ ସ୍ଥାୟୀ ଭାବରେ ଲକ୍ କରିବା। ଏହି କାରଣରୁ, ଏଥିରେ କୌଣସି ପ୍ରକାରର ଟ୍ୟାମ୍ପରିଂ ପାଇଁ ସୁବିଧାସୁଯୋଗ ନାହିଁ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.