ନୂଆଦିଲ୍ଲୀ,୧୭/୧୨: ମଙ୍ଗଳବାର ମୋଦି ସରକାର ଲୋକସଭାରେ  ଏକ ଦେଶ-ଏକ ନିର୍ବାଚନ ବିଲ୍‌ ଆଣିବେ । କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ  ଏହି ବିଲ୍‌ ଗୃହରେ ଉପସ୍ଥାପନ କରିବେ । ପୂର୍ବରୁ ଡିସେମ୍ବର ୧୬  ଏହି ବିଲ୍‌  ଅଣାଯିବ ବୋଲି ସୂଚନା ମିଳିଥିଲା । ଏପରିକି ସରକାର ମଧ୍ୟ ବିଲ୍‌ର କପି ସାଂସଦମାନଙ୍କୁ  ପଢ଼ିବା ଲାଗି ଦେଇଥିଲେ । କିନ୍ତୁ ତାହା ମଙ୍ଗଳବାର କୁ ଘୁଞ୍ଚାଇ ଦିଆଯାଇଥିଲା । ସଂସଦର ଚଳିତ ଶୀତ ଅଧିବେଶନ ଆସନ୍ତା ୨୦ରେ ଶେଷ ହେବା । ତେଣୁ ବିଲ୍‌ ଆଗତ  କରିବା ଲାଗି ସରକାରଙ୍କ ହାତରେ ଆଉ ମାତ୍ର ୪ ଦିନ ସମୟ ରହିଛି।ତେଣୁ ସାଂସଦ ମାନଙ୍କୁ ବିଜେପିର ହ୍ୱିପ୍ ଜାରି କରଛି।

ଗତ ୧୨ ତାରିଖରେ କେନ୍ଦ୍ର କ୍ୟାବିନେଟ ଏକ ଦେଶ-ଏକ ନିର୍ବାଚନ ବିଲ୍‌କୁ ଅନୁମୋଦନ କରିଥିଲା । ଦେଶରେ  ଏକ ସମୟରେ ନିର୍ବାଚନ କରାଇବା ଲାଗି ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ  ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । କମିଟି କେନ୍ଦ୍ର ସରକାରଙ୍କୁ  ରିପୋର୍ଟ ପ୍ରଦାନ କରିସାରିଛନ୍ତି । ସେଥିରେ ଲୋକସଭା ସହ ସବୁ ରାଜ୍ୟର ବିଧାନସଭା, ପୌର ପରିଷଦ ଓ ପଞ୍ଚାୟତ ନିର୍ବାଚନ ଏକସମୟରେ କରିବାକୁ ପ୍ରସ୍ତାବ ଦିଆଯାଇଛି ।  କିନ୍ତୁ ଯାହା ସୂଚନା ମିଳୁଛି କି ସରକାର ବର୍ତ୍ତମାନ କେବଳ ଲୋକସଭା ଓ ବିଧାନସଭା  ନିର୍ବାଚନ ଏକସମୟରେ କରାଇବାକୁ ଚାହୁଁଛନ୍ତି । ପରବର୍ତ୍ତୀ ସମୟରେ ପୌର ପରିଷଦ  ଓ ପଞ୍ଚାୟତ ନିର୍ବାଚନକୁ ପର୍ଯ୍ୟାୟକ୍ରମେ ଏହି ନିର୍ବାଚନ ପ୍ରକ୍ରିୟାରେ ସାମିଲ କରାଯିବ।