ଭୁବନେଶ୍ୱର,୦୭/୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆସନ୍ତା ୮ ତାରିଖରେ  ଜଳବାୟୁ ପରିବର୍ତ୍ତନ ନେଇ ଏକ ଦିବସୀୟ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ  ବହୁ ବିଶେଷଜ୍ଞ ଓ ପରିବେଶବିତ୍‌ ଉପସ୍ଥିତ ରହି ଜଳବାୟୁ ପରିବର୍ତ୍ତନ ଓ ଏହାର ପ୍ରଭାବ  ଉପରେ ମତ ରଖିବେ । ‘କ୍ଲାଇମେଟ ଚେଞ୍ଜ: ପ୍ରସ୍‌ପେକ୍ଟସ୍‌ ଆଣ୍ଡ ଚ୍ୟାଲେଞ୍ଜେସ୍‌' ଶୀର୍ଷକ  ଏହି ଜାତୀୟ ସମ୍ମିଳନୀ ସୋଆ ଏବଂ ସାମାଜିକ ଅନୁଷ୍ଠାନ ଏଭର ଗ୍ରୀନ୍‌ ଫୋରମ୍‌ର ମିଳିତ  ଆନୁକୂଲ୍ୟରେ ହେବ । ଏନେଇ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ  ସୂଚନା ଦେଇଛନ୍ତି । 

ଏଭର ଗ୍ରୀନ୍‌ ଫୋରମ୍‌ ପ୍ରତିଷ୍ଠାତା ସଭାପତି ଡ.ପ୍ରକାଶ ଚନ୍ଦ୍ର ଜେନା  କହିଛନ୍ତି, ଏହି ସମ୍ମିଳନୀରେ ବିଜ୍ଞାନ ଓ ଜଳବାୟ ଉପରେ ଆଲୋଚନା ହେବ । ଏଥିରେ  ପୁଣେ ସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟ୍ରପିକାଲ୍‌ ମେଟେରୋଲୋଜିର ନିର୍ଦ୍ଦେଶକ  ଡ.ଆର୍‌ କ୍ରିଷ୍ଣନ୍‌, ଇଣ୍ଟରନ୍ୟାସନାଲ୍‌ ସୋସାଇଟି ଫର୍‌ ଏଗ୍ରିକଲ୍‌ଚରାଲ୍‌ ମେଟେରୋଲୋଜି  ସଭାପତି ଡ.ନବାଂଶୁ ଚଟ୍ଟୋପାଧ୍ୟାୟ, ମିଜୋରାମ୍‌ ମୁଖ୍ୟ ବନ୍ୟ ସଂରକ୍ଷକ ଅଶୋକ  କୁମାର ବିଶ୍ୱାଳ, ସୋଆ ସେଣ୍ଟର ଫର୍‌ କ୍ଲାଇମେଟ୍‌ ସ୍ମାର୍ଟ ଏଗ୍ରିକଲ୍‌ଚର ଡିଷ୍ଟିଙ୍ଗୁଇସ୍‌ଡ  ପ୍ରଫେସର ଡ.ଉମା ଚରଣ ମହାନ୍ତି, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଜିଓ ଫିଜିକ୍ସର  ପ୍ରଫେସର ରାଜୀବ ଭାଟିଆ, ସିସିଏସ୍‌ଏର ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ପଣ୍ଡା, ଭିଜିଟିଂ  ପ୍ରଫେସର ଡ.ନିହାର ରଞ୍ଜନ ଦାସ, ଆଇସିଏଆର୍‌ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ୱାଟର  ମ୍ୟାନେଜମେଣ୍ଟ, ଭୁବନେଶ୍ୱରର ପ୍ରମୁଖ ବୈଜ୍ଞାନିକ ଡ.ପ୍ରମୋଦ କୁମାର ପଣ୍ଡା, ସୋଆର  ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଡ.ଶରତ ଚନ୍ଦ୍ର ସାହୁ ଏବଂ ମେରାଇନ୍‌  ଡିଭିଜନ୍‌, ଡବ୍ଲୁଡବ୍ଲୁଏଫ୍‌ ଇଣ୍ଡିଆର ଷ୍ଟେଟ୍‌ ଲିଡ୍‌-ଓଡ଼ିଶା ସାଧ୍ୱୀ ସିନ୍ଦୁରା ବକ୍ତବ୍ୟ ରଖିବେ ।