ପ୍ରମୂଖ ଖବର
  • ଯାଜପୁର : ରିଲ୍ସ ବନାଇବା ହେଲା କାଳ, ଝରଣାରେ ବୁଡି ୨ ଯୁବକ ମୃତ
  • ||
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଜାତୀୟ ମହାକାଶ ଦିବସ; ଆର୍ଯ୍ୟଭଟ୍ଟରୁ ଗଗନଯାନ... ଭାରତର ଶକ୍ତି ଦେଖିଥିଲା ବିଶ୍ୱ

Published By : Ankita S | August 23, 2025 3:11 PM

ନୂଆଦିଲ୍ଲୀ,୨୩/୦୮: ୨୦୨୩ ମସିହା ଅଗଷ୍ଟ ୨୩ ଭାରତ ପାଇଁ ଐତିହାସିକ ଥିଲା । ପ୍ରତିଟି ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ଦିନ ଥିଲା । ଇତିହାସ ରଚିଥିଲା ଭାରତ । ରେକର୍ଡ ସୃଷ୍ଟି କରିଥିଲା ।  ସାରା ବିଶ୍ୱ ଦେଖିଥିଲା ଭାରତର ଶକ୍ତି । ଏହି ଦିନ ଭାରତ ଚନ୍ଦ୍ରରେ ଅବତରଣ କରିଥିବା ଚତୁର୍ଥ ଦେଶ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୩ ଅଗଷ୍ଟକୁ 'ଜାତୀୟ ମହାକାଶ ଦିବସ' ଭାବରେ ଘୋଷଣା କରିଥିଲେ । ଏହା ପରେ ପ୍ରତିବର୍ଷ ୨୩ ଅଗଷ୍ଟକୁ ଭାରତ ଜାତୀୟ ମହାକାଶ ଦିବସ ପାଳନ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରୋ ମୁଖ୍ୟ ଭି. ନାରାୟଣନ ଦେଶର ମହାକାଶ ଶକ୍ତି ବିଷୟରେ ଉଲ୍ଲେଖ କରିଛନ୍ତି । ମିଶନ ଗଗନଯାନ ବିଷୟରେ ସୂଚନା ଦେଇଛନ୍ତି ।

ମହାକାଶ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ- ପ୍ରଧାନମନ୍ତ୍ରୀ ମୋଦି ମହାକାଶ ଦିବସରେ  ଭିଡିଓ ବାର୍ତ୍ତାରେ କହିଛନ୍ତି, ''ଏଥର ମହାକାଶ ଦିବସର ବିଷୟବସ୍ତୁ 'ଆର୍ଯ୍ୟଭଟ୍ଟରୁ ଗଗନଯାନ'। ଏଥିରେ ଅତୀତର ଆତ୍ମବିଶ୍ୱାସ ସହିତ ଭବିଷ୍ୟତର ସଂକଳ୍ପ ମଧ୍ୟ ରହିଛି । ଆଜି ଆମେ ଦେଖୁଛୁ ଯେ ଏତେ କମ୍ ସମୟ ମଧ୍ୟରେ ଜାତୀୟ ମହାକାଶ ଦିବସ ଆମ ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ ଏବଂ ଆକର୍ଷଣର ଏକ ଅବସର ପାଲଟିଛି । ଏହା ଦେଶ ପାଇଁ ଗର୍ବର ବିଷୟ ।''

ISRO ମୁଖ୍ୟ ମିଶନ ଗଗନଯାନ ବିଷୟରେ ଉଲ୍ଲେଖ କରିଛନ୍ତି- ଜାତୀୟ ମହାକାଶ ଦିବସ ଅବସରରେ, ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଅଧ୍ୟକ୍ଷ ଭି ନାରାୟଣନ ଗଗନୟାନ ମିଶନ ଏବଂ ଏଥିପାଇଁ ପ୍ରସ୍ତୁତ ୪ ଜଣ ମହାକାଶଚାରୀଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି , 'ଆମର ଗଗନଯାତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)କୁ ପଠାଇବା ଆମ ପାଇଁ ଏକ ବଡ଼ ସଫଳତା । ଏଥିପାଇଁ ଆମକୁ ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ପଡିବ, ଏହା ତାଙ୍କର ଧାରଣା ଥିଲା ଯେ ଆମର ରକେଟ୍ ସାହାଯ୍ୟରେ ଗଗନଯାତ୍ରୀଙ୍କୁ ମହାକାଶକୁ ପଠାଇବା ପୂର୍ବରୁ, ଆମେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ISSକୁ ପଠାଇବା ଉଚିତ।'

ମହାକାଶ ଷ୍ଟେସନର ପ୍ରଥମ ଝଲକ- ଜାତୀୟ ମହାକାଶ ଦିବସ ଅବସରରେ ଇସ୍ରୋ ଭାରତୀୟ ମହାକାଶ ଷ୍ଟେସନର ମଡେଲ ଲୋକଙ୍କୁ ଦେଖାଇଛି ।  ପ୍ରଥମ ଥର ପାଇଁ ଲୋକମାନେ ମହାକାଶ ଷ୍ଟେସନର ଏକ ଝଲକ ଦେଖିଛନ୍ତି । ଏହାର ପ୍ରଥମ ମଡ୍ୟୁଲ୍ ୨୦୨୮ ସୁଦ୍ଧା ଲଞ୍ଚ ହେବାକୁ ଯାଉଛି, ଯାହା ପାଇଁ ନିରନ୍ତର ପ୍ରସ୍ତୁତି ଚାଲିଛି । ମିଶନ ଗଗନଯାନ ସହିତ, ଭାରତୀୟ ମହାକାଶଚାରୀମାନେ ପ୍ରଥମ ଥର ପାଇଁ ନିଜସ୍ୱ ମହାକାଶ ଷ୍ଟେସନରେ ଅବତରଣ କରିବେ । ଏପର୍ଯ୍ୟନ୍ତ କେବଳ ଆମେରିକା ଏବଂ ଚୀନର ମହାକାଶ ଷ୍ଟେସନ ଅଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.