ଭୁବନେଶ୍ବର,୬/୩ : ସି.ଭି.ରମଣ ଗ୍ଲୋବାଲ ୟୁନିଭର୍ସିଟି(CGU)ରେ ମାର୍ଚ୍ଚ ୬ତାରିଖରେ ସ୍ବତନ୍ତ୍ର ଭାବେ ଛାତ୍ରୀମାନଙ୍କ ପାଇଁ ନ୍ୟାସନାଲ ୱେଲ୍ଡିଂ ଲିଗ୍ ୨୦୨୬ର ଉଦଘାଟନ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ World Skill Centre (WSC)ର CEO ରଶ୍ମି ରଞ୍ଜନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେ ତାଙ୍କ ଅଭିଭାଷଣରେ ଦକ୍ଷତା ବିକାଶ ଏବଂ ଶିଳ୍ପ-ଶିକ୍ଷା ସହଯୋଗକୁ ପ୍ରୋତ୍ସାହନ ଦେବାରେ ବିଶ୍ବ ବିଦ୍ୟାଳୟର ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ I

ବିଶ୍ବ ବିଦ୍ୟାଳୟର ପ୍ରତିଷ୍ଠାତା ଏବଂ ଅଧ୍ଯକ୍ଷ ସଞ୍ଜୀବ ରାଉତ ତାଙ୍କ ଅଭିଭାଷଣରେ ଉପସ୍ଥିତ ଅତିଥିମାନେ ଏବଂ ଛାତ୍ରୀମାନଙ୍କୁ ସମ୍ବୋଧନ କରି ୨୦୧୯ମସିହାରୁ ଆରମ୍ଭ ହୋଇଥିବା ନ୍ୟାସନାଲ ୱେଲ୍ଡିଂ ଲିଗର ପରିକଳ୍ପନା ବିଷୟରେ ଉଲ୍ଲେଖ କରିଥିଲେ। ସେ ୱେଲ୍ଡିଂକୁ ମହିଳାମାନଙ୍କ ପାଇଁ ଏକ ଆଧୁନିକ ଓ ପ୍ରଯୁକ୍ତିନିର୍ଭର ଜୀବିକା ବୋଲି ଗୁରୁତ୍ୱାରୋପ କରିଥିଲେ ।

ବିଶ୍ବ ବିଦ୍ୟାଳୟର ଉପାଧ୍ଯକ୍ଷା ଶୈଳଜା ରାଉତ ଅଂଶଗ୍ରହଣକାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ବିଶେଷ କରି ଅନ୍ତର୍ଜାତୀୟ ମହିଳା ଦିବସରେ ଅଂଶଗ୍ରହଣକାରୀମାନେ ନିରନ୍ତର ଭାବେ ସେମାନଙ୍କର ଦକ୍ଷତା ବୃଦ୍ଧି କରିବାକୁ ଉତ୍ସାହିତ କରିଥିଲେ I CGUର ଭାଇସ୍-ଚାନ୍ସେଲର ପ୍ରୋଫେସର ବଂଶୀଧର ମାଝୀ ଦକ୍ଷତାଭିଭିକ ବୈଷୟିକ ଶିକ୍ଷାର ଗୁରୁତ୍ବ ଉପରେ ଆଲୋକପାତ କରି କହିଥିଲେ ଯେ, ଏହି ପ୍ରୟାସ ମହିଳାମାନଙ୍କୁ ତାଙ୍କର ୱେଲ୍ଡିଂ କୌଶଳ ପ୍ରଦର୍ଶନ କରିବା ସହ ଉତ୍ପାଦନ ଶିଳ୍ପରେ କ୍ୟାରିଅର ଗଢ଼ିବା ପାଇଁ ଏକ ଅନନ୍ୟ ମଞ୍ଚ । ଶେଷରେ ବିଶ୍ବବିଦ୍ୟାଳୟର ପ୍ରୋ-ଭାଇସ୍-ଚାନ୍ସେଲର ଡ଼. ଗୁଡ଼ା ଶ୍ରୀଦେବୀ ସମସ୍ତ ଅତିଥି, ଅଂଶଗ୍ରହଣକାରୀ ଏବଂ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ I