ନୂଆଦିଲ୍ଲୀ: ରୁଷ୍  ୟୁକ୍ରେନ ଯୁଦ୍ଧୁକୁ ୩ ବର୍ଷ ବିତିଲାଣି। ଏହି ସମୟରେ ନାଟୋ ଏବେ ରୁଷ ବିରୁଦ୍ଧରେ ଏକ ପ୍ରମୁଖ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛି, ଯାହା ୟୁକ୍ରେନ ଉପରେ ଚାଲିଥିବା ଯୁଦ୍ଧରେ ନିରନ୍ତର ପ୍ରଭାବ ପକାଇବ । ନାଟୋ ରୁଷ ବିରୋଧରେ ଏକ ବଡ ରଣନୀତି ପ୍ରସ୍ତୁତ କରିବାକୁ ସଙ୍କେତ ଦେଇଛି। ନାଟୋ ଏହାର ମୁଖ୍ୟାଳୟରେ ୩୦ ଟି ଦେଶର ପ୍ରତିରକ୍ଷା ମନ୍ତ୍ରୀ ମାନଙ୍କର ଏକ ବଡ଼ ବୈଠକ ଡାକିଛି। ଏହାର ନେତୃତ୍ୱ ବ୍ରିଟେନ ଏବଂ ଫ୍ରାନ୍ସ ନେଉଛନ୍ତି । ଗୁରୁବାର ପ୍ରାୟ ୩୦ ଟି ଦେଶର ପ୍ରତିରକ୍ଷା ମନ୍ତ୍ରୀ ମାନଙ୍କର ଏକ ବୈଠକ ହୋଇଛି । 

ନାଟୋ କହିଛି ଯେ, ଏହି ବୈଠକର ଉଦ୍ଦେଶ୍ୟ ହେଉଛି ରୁଷ ସହିତ ଭବିଷ୍ୟତରେ ଯେକୌଣସି ଶାନ୍ତି ଚୁକ୍ତି ଉପରେ ନଜର ରଖିବା ପାଇଁ ୟୁକ୍ରେନରେ ସେନା ମୁତୟନ କରିବାର ଯୋଜନା ଉପରେ ଆଲୋଚନା କରିବା। ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍ (ନାଟୋ) ମୁଖ୍ୟାଳୟରେ ଅନୁଷ୍ଠିତ ହେଉଛି ଏହି ବୈଠକ । ଏହି ମେଣ୍ଟରେ ସାମିଲ ଦେଶ ଗୁଡ଼ିକର ପ୍ରତିରକ୍ଷା ମନ୍ତ୍ରୀ ମାନଙ୍କର ପ୍ରଥମ ବୈଠକ ହେବ। ଗତ ସପ୍ତାହରେ ବରିଷ୍ଠ ବ୍ରିଟିଶ ଏବଂ ଫରାସୀ ସାମରିକ ଅଧିକାରୀ ମାନେ କିଭ ଗସ୍ତ କରିବା ପରେ ଏହି ବୈଠକ ଅନୁଷ୍ଠିତ ହୋଇଛି। 

ଆମେରିକା ଏହି ବୈଠକରେ ଅଂଶଗ୍ରହଣ କରିବ ନାହିଁ। ଶୁକ୍ରବାର ଦିନ, ପ୍ରାୟ ୫୦ ଟି ଦେଶର ପ୍ରତିନିଧି ୟୁକ୍ରେନ ପାଇଁ ସାମରିକ ସମର୍ଥନ ସଂଗ୍ରହ କରିବା ପାଇଁ ନାଟୋ ମୁଖ୍ୟାଳୟରେ ଏକତ୍ରିତ ହେବେ। ଏହି ବୈଠକର ଅଧ୍ୟକ୍ଷତା ବ୍ରିଟେନ ଏବଂ ଜର୍ମାନୀ କରିବେ।