ଭୁବନେଶ୍ଵର, ୨୬/୧୨ : ବିଜେଡି ପ୍ରତିଷ୍ଠା ଦିବସ ମଞ୍ଚରୁ ନବୀନଙ୍କ ରଣହୁଙ୍କାର। ସେବା ସ୍ବାଭିମାନ ସଂଗ୍ରାମ ଆମର ମନ୍ତ୍ର। ବିକାଶ ଆମର ପରିଚୟ। ୨୦୨୪ ଥିଲା ଓଡ଼ିଶା ବିକାଶ ଇତିହାସର ସୁବର୍ଣ୍ଣଯୁଗ। ଗରିବ, ପ୍ରାକୃତିକ ବିପର୍ଯ୍ୟୟ ସହ ଆମେ ଲଢ଼ିଛୁ, ସଫଳ ବି ହୋଇଛୁ। ମା'ମାନଙ୍କୁ ସଶକ୍ତ କରିଛୁ। ଚାଷୀର ରୋଜଗାର ବୃଦ୍ଧି କରିଛୁ। ବିଏସ୍‌କେଓ୍ବାଇ କରି ମାଗଣା ସ୍ବାସ୍ଥ୍ୟସେବା ଦେଇଛୁ। ରାଜ୍ୟ ଅର୍ଥନୀତିକୁ ମଜଭୁତ କରିଛୁ। ରାଜ୍ୟକୁ ନିବେଶ ଆଣିଛୁ। 

ପ୍ରତିଷ୍ଠା ଦିବସରେ ନବୀନ ଡବଲ ଇଞ୍ଜିନ୍ ସରକାରକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାରେ ଏବେ ଡବଲ ଇଞ୍ଜିନ୍ ସରକାର ଚାଲିଛି। କିନ୍ତୁ ବିକାଶ କାହିଁ। ଚାଷୀ ସାର ପାଉନି, ମଣ୍ଡି ଖୋଲୁନି, ମିଶନ ଶକ୍ତି ମାଆ ହଇରାଣ, ଯୁବପିଢ଼ି ହତାଶ। ଗତ ୧୮ ମାସ ଭିତରେ ଡବଲ ଇଞ୍ଜିନ୍ ସରକାରରେ ୧୮ ପ୍ରଶ୍ନପତ୍ର ଲିକ୍ ହୋଇଛି। ରାଜ୍ୟ ସରକାର ଥିବା ଭଳି ଅନୁଭବ ହେଉନି। ରାଜ୍ୟରେ ଆଇନଶୃଙ୍ଖଳା ବିଷୟରେ ନ କହିବା ଭଲ। ମହିଳାମାନଙ୍କ ଉପରେ ଅତ୍ୟାଚାର ବଢ଼ିଛି। ନାବାଳିକା ଦୁଷ୍କର୍ମ ବଢ଼ିଛି। ଏବେ କିଛି ଲୋକ ବିଜୁ ଜନତା ଦଳ ବିଷୟରେ ଅପ୍ରଚାର କରୁଛନ୍ତି। ବିଜେଡି ଭାଙ୍ଗିଯିବ ବୋଲି ଗୁଜବ କରୁଛନ୍ତି। 

ବିଜୁ ଜନତା ଦଳ ଜଣେ କି ଦୁଇ ଜଣ ନେତାକୁ ନେଇ ନୁହେଁ। ଏହା ସାଧାରଣ ଲୋକଙ୍କ ଦଳ, ଓଡ଼ିଆଙ୍କ ଗର୍ବ। ବିଜେଡି ରହିଛି ଏବଂ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ପାଇଁ ରହିବ। ଯୁବପିଢ଼ି ଆମର ମୁଖ୍ୟ ସମ୍ପଦ।

ଏହି ଖବରଟିକୁ ପଢନ୍ତୁ- ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋଙ୍କ ବାର୍ତ୍ତା, 'ଓଡ଼ିଶାର ବିକାଶରେ ବିଜୁ ଜନତା ଦଳ ସର୍ବଦା ଅଟଳ'