ଭୁବନେଶ୍ବର, ୧୮।୬ :  ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର ହେବ। ଆସନ୍ତା  ୨୨ ରେ ନବୀନଙ୍କ ହେବ ଅସ୍ତ୍ରୋପଚାର। ସର୍ଭାଇକାଲ ଆର୍ଥ୍ରାଇଟସ୍ ଅସ୍ତ୍ରୋପଚାର କରାଯିବ। ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଏହି  ଅସ୍ତ୍ରୋପଚାର କରାଯିବ। ଏ ନେଇ ବୁଧବାର  ନବୀନ ପଟ୍ଟନାୟକ  ସୂଚନା ଦେଇଛନ୍ତି। 

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି,  ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଚଳିତ ମାସର ୨୨ ତାରିଖରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍‌ର ସର୍ଜରୀ କରାଇବି। ମୋର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇରେ ଏସବୁ ବୁଝୁଛନ୍ତି। ତାଙ୍କ ତତ୍ତ୍ଵାବଧାନରେ ମୋର ଚିକିତ୍ସା ହେବ। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାର ଭାଇଭଉଣୀମାନଙ୍କ ଶୁଭକାମନା ସହିତ, ଆପଣ ସମସ୍ତଙ୍କ ସେବା ଜାରି ରଖିବା ପାଇଁ ସୁସ୍ଥ ହୋଇ ଶୀଘ୍ର ଫେରିବାକୁ ଅପେକ୍ଷା କରୁଛି।