ପ୍ରମୂଖ ଖବର
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ପୁରୀରେ ନବୀନଙ୍କ ନିର୍ବାଚନୀ ପ୍ରଚାର, ଓଡ଼ିଶାର ବିକାଶ ପାଇଁ ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ଭୋଟରଙ୍କୁ କଲେ ଅନୁରୋଧ

ପୁରୀ, ୨୨।୫  : ଆସନ୍ତା ୨୫ ତାରିଖରେ ପୁରୀ ସଂସଦୀୟ କ୍ଷେତ୍ର ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହା ଅଧିନରେ ଥିବା ୭ଟି ବିଧାନସଭା ମଣ୍ଡଳୀରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ବିଜେଡ଼ି ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟର ମାନେ ଜିତାଇବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀ ତାଳବଣିଆ ପଡ଼ିଆରେ ଏକ ନିର୍ବାଚନୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଯୋଡ଼ି ଶଙ୍ଖରେ ଭୋଟ ଦେଇ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଆହ୍ବାନ ଦେଇଥିଲେ। ବିରୋଧୀ ଦଳ ମାନେ ଓଡିଶାର ବିକାଶ ଆଳରେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାର ବିକାଶ ପାଇଁ ବିଜେଡିକୁ ଆଶୀର୍ବାଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ଭୋଟରଙ୍କୁ ଅନୁରୋଧ କରିଛନ୍ତି। 

ଜୁଲାଇ ମାସରୁ ମାଗଣାରେ ବିଜୁଳି, ମଧ୍ୟବିତ୍ତ ପରିବାରକୁ BSKY କାର୍ଡ, ଅଳ୍ପ ସୁଧ ହାରରେ ଗୃହ ରୁଣ, ପାଠପଢ଼ା ରୁଣ ଯୋଗାଇ ଦେବାକୁ ଗ୍ୟାରେଣ୍ଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ମଧ୍ୟ ବିଜେଡ଼ି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବା ପାଇଁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଓଡ଼ିଶା ବାସୀଙ୍କୁ ନିଜ ପରିବାର ଭଳି ଯତ୍ନ ନେଉଛନ୍ତି। ଏଣୁ ଓଡ଼ିଶା ର ବିକାଶ କରିବା ହେଉଛି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଲକ୍ଷ। ଓଡ଼ିଶା ବାସୀଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ହୋଇ ଆସନ୍ତା ୯ ତାରିଖରେ ଶପଥ ଗ୍ରହଣ କରିବେ ବୋଲି ପାଣ୍ଡିଆନ କହିଥିଲେ।‌ 

ମୁଖ୍ୟମନ୍ତ୍ରୀ ଯେଉଁ ଦିନ ଶପଥ ନେବେ ସେହିଦିନ ହିଁ ଓଡ଼ିଶାର ୯୦ ପ୍ରତିଶତ ଲୋକଙ୍କୁ ବିଜୁଳି ଛାଡ ସ୍କିମ୍, ସବୁବର୍ଗର ଲୋକଙ୍କୁ BSKY କାର୍ଡ ଏବଂ ମିଶନ ଶକ୍ତି ମହିଳାଙ୍କ ପାଇଁ ଅବସର ପରେ ପେନସନ୍ ଓ ଭତ୍ତା ଯୋଜନା ଲାଗୁ କରିବେ ବୋଲି କାର୍ତ୍ତିକ ପାଣ୍ଡିଆନ କହିଥିଲେ।‌ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.