ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ପୋଖରୀରେ ବୁଡ଼ି ୨ ଭାଇଙ୍କ ମୃତ୍ୟୁ

ରେଢ଼ାଖୋଲ, ୧୫/୦୬ : ପୋଖରୀରେ ବୁଡ଼ି ୨ ଭାଇଙ୍କ ମୃତ୍ୟୁ। ରେଢ଼ାଖୋଲ ସହର କଳିନ୍ଦର ଗ୍ରାମ ନିକଟ କୁକୁଡ଼ା ଫାର୍ମ ନିକଟରେ ଥିବା ଏକ ପୋଖରୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ ହୋଇଛି। ଦୁହିଁଙ୍କ ମୃତଦେହ ଉଦ୍ଧାର କରାଯାଇଛି। 

ସୂଚନାନୁଯାୟୀ, ଅନୁଗୁଳ ଜିଲ୍ଲା ଟିକରପଡା ପୁରୁଣା କୋଟ ଥାନା ଅଞ୍ଚଳର ଟୁକୁନା ସେଠ ଓ ତାଙ୍କ ପତ୍ନୀ କଳିନ୍ଦର ଗ୍ରାମ ନିକଟରେ ଥିବା କୁକୁଡ଼ା ଫାର୍ମରେ କାମ କରୁଛନ୍ତି। ତାଙ୍କର ସାଢେ ୩ ବର୍ଷ ଓ ଅଢେଇ ବର୍ଷର ୨ ପୁଅ ଅଛନ୍ତି। ଆଜି ବାପା ଓ ମା କାମ କରୁଥିବା ସମୟରେ ଦୁଇ ଭାଇ ପୋଖରୀ ଭିତରକୁ ଚାଲିଯାଇ ପାଣିରେ ବୁଡି ଯାଇଥିଲେ। ବାପା-ମା ଦୁଇ ପୁଅଙ୍କୁ ନପାଇ ଖୋଜାଖୋଜି କରିବା ସମୟରେ ପୋଖରୀ ଭିତରେ ଭାସୁଥିବା ଦେଖିବାକୁ ପାଇଥିଲେ। ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରେଢ଼ାଖୋଲ ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.