ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କର୍କଟ ରୋଗର ଡାଏଟ ପ୍ଲାନ; ନବଜୋତ ସିଂହ ସିଦ୍ଧୁ କର୍କଟ ରୋଗି ମାନଙ୍କ ପାଇଁ ସେୟାର କଲେ ଡାଏଟ ପ୍ଲାନ

Published By : Bijay Swain | November 26, 2024 1:07 AM

Image courtesy:- aajtak

ନୂଆଦିଲ୍ଲୀ:- ପୂର୍ବ କ୍ରିକେଟର ନବଜୋତ ସିଂହ ସିଦ୍ଧୁ ସୋମବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଡାଏଟ ପ୍ଲାନକୁ ଶେୟାର କରିଛନ୍ତି । ଯାହା ବିଷୟରେ ସେ କହିଛନ୍ତି କି ତାଙ୍କ କର୍କଟ ପିଡିତ ପତ୍ନୀ ନବଜୋତ କୈରଙ୍କୁ ଏହି ଡାଏଟ ପ୍ଲାନ କର୍କଟ ସହ ଲଢେଇରେ ଅନେକ ସାହାଯ୍ୟ କରିଥିଲା । ମୋ ପାଇଁ ଡାକ୍ତର କୈଣସି ଭଗବାନଙ୍କ ଠାରୁ କମ ନୁହନ୍ତି ବୋଲି ସେ ଏହି ପୋଷ୍ଟରେ କହିଛନ୍ତି ।  ଆଜି ମୁଁ ସମସ୍ତଙ୍କ ମଙ୍ଗଳ ପାଇଁ ଏହି ଡାଏଟ ପ୍ଲାନକୁ ସେୟାର କରୁଛି । ଏହି ଡାଏଟ ପ୍ଲାନକୁ ବନେଇବାରେ ମୋର କୈଣସି ହାତ ନାହିଁ, ଦୁନିଆର ଭିନ୍ନଭିନ୍ନ ଡାକ୍ତର ମାନଙ୍କ ଅଭିଜ୍ଞତା ଓ ସହାୟତାରେ ଏହି ଡାଏଟ ପ୍ଲାନ ପ୍ରସ୍ତୁତ କରାଯାଇଥିଲା ବୋଲି ସେ ଏହି ପୋଷ୍ଟରେ କହିଛନ୍ତି । 

 “ଆମେ ପାଇଥିବା ଖୁସି ଓ ଲାଭକୁ ଆମେ ସମସ୍ତଙ୍କ ସହ ବାଣ୍ଟିବାକୁ ଚାହୁଁ । ମୋ ପତ୍ନୀଙ୍କ କର୍କଟ ରୋଗରେ ଅସ୍ତ୍ରୋପଚାର, କେମୋଥେରାପି, ହରମୋନାଲ ଏବଂ ଟାର୍ଗେଟେଡ ଥେରାପି ସହ କର୍କଟ ରୋଗ ସହ ଲଢିବା ପାଇଁ ଦୃଢ ଇଚ୍ଛାଶକ୍ତି ବଳରେ ଏହି ରୋଗ ପ୍ରତିହତ ହୋଇଥିଲା । ପ୍ରାଚୀନ ଭାରତୀୟ ଆୟୁର୍ବେଦ ଓ ୟୋସିନୋରି ଓସୁମିଙ୍କ ନୋବେଲ ପୁରସ୍କାର ପ୍ରାପ୍ତ ରିସର୍ଚ୍ଚରେ ଥିବା ଉଲ୍ଲେଖ ସହ ଡାକ୍ତର ମାନଙ୍କ ସହାୟତାରେ ଏହି ଡାଏଟ ପ୍ଲାନ ପ୍ରସ୍ତୁତ କରାଯାଇଥିଲା ଯାହା ଏହି ରୋଗକୁ ହରାଇବାରେ ବହୁ ସହାୟକ ହୋଇଥିଲା ବୋଲି ନବଜୋତ ସିଂହ ସିଦ୍ଧୁ କହିଛନ୍ତି । 

ଡାଏଟ ପ୍ଲାନ ସେୟାର କରିବା ସହ ସେ ଲେଖିଛନ୍ତି, ଆପଣ ପିଉଥିବା ପାଣିର ଆଦର୍ଶ ପିଏଚ ସ୍ତର  ରହିବା ଦରକାର ଯାହାଦ୍ବାରା ଆପଣ ଜଲଦି ଠିକ ହେବାରେ ସାହାଯ୍ୟ କରିଥାଏ । ଚାହା ବିକଳ୍ପରେ ଗୁଜୁରାତି, ତୁଳସୀ, ପୋଦିନା, ଅଦା ଓ ଡାଳଚିନିର କାଢ଼ା ସେବନ କରନ୍ତୁ । ରାତ୍ରୀ ଭୋଜନ ଓ ସକାଳ ଜଳଖିଆ ମଧ୍ୟରେ ୧୨ରୁ ୧୭ ଘଣ୍ଟାର ବ୍ୟବଧାନ ରହିବା ଦରକାର। ରାତ୍ରୀ ଭୋଜନ ସୂର୍ଯ୍ୟାସ୍ତ ପୂର୍ବରୁ ଓ ସକାଳ ଜଳଖିଆ ସକାଳ ୧୦ଟା ମଧ୍ୟରେ କରିବା ଦରକାର । ସକାଳୁ ଗରମ ପାଣିରେ ଫାଳେ ଲେମ୍ବୁ ଓ ଚାମଚେ ଆପଲ ସାଇଡର ଭିନେଗାର ଦେଇ ପିଇବା ସହ ରସୁଣ ଦୁଇ କୋଲା ପ୍ରତି ଦୁଇଦିନ ଅନ୍ତରରେ ଥରେ ଖାଇବା କଥା । ଏହା ପରଦିନ ଖଣ୍ଡେ କଞ୍ଚା ହଳଦୀ କିମ୍ବା ହଳଦୀ ଗୁଣ୍ଡ ସହ ରୁ ୧୦ଟି ନିମ୍ବପତ୍ର ସେବନ କରନ୍ତୁ। ତୁତ୍ କୋଳି, ବ୍ଲାକ ବେରି, ଷ୍ଟ୍ରବେରି ଅଥବା ଡାଳିମ୍ବ ଭଳି ଫଳ ସହ ଗାଜର, ବିଟ, ଅଁଳା, ତୈଳବୀଜ ଆଦିର ସେବନ କରିବା ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକର । 

ଦ୍ବିପ୍ରହର ସମୟରେ ଭୋକ ଲାଗିଲେ ଲାଉରସ କିମ୍ବା କମଳା ରସ, ହଳଦୀ ଓ ଅଦାର ଜୁସ କିମ୍ବା ସପୁରୀ, କକୁଡି ଓ ଅଦାର ଜୁସ ପିଇ ପାରିବେ । ଦିନରେ ଥରେ ହନୁମାନ ଫଳ ଅଥବା ଗଙ୍ଗଶିଉଳି ପତ୍ରର କାଢ଼ା ସେବନ କରିବାର ଆବଶ୍ୟକତା ରହିଛି । ଶରୀରର ଓଜନର ଏକ ପ୍ରତିଶତ ଭଳି ଓଜନର ସାଲାଡ ଖାଆନ୍ତୁ । କୌଣସି ବି ସୋଡା ଅଥବା କାର୍ବୋନେଟେଡ ମୃଦୁ ପାନୀୟକୁ ସେବନ କରନ୍ତୁ ନାହିଁ । ସାଧାରଣ ଲୁଣ ବଦଳରେ ସୈନ୍ଧବ ଲବଣର ବ୍ୟବହାର କରନ୍ତୁ । ଦୈନିକ ବ୍ୟାୟାମ କରନ୍ତୁ ଓ ପନିପରିବା ଗୁଡିକୁ ସିଧାସଳଖ ନରାନ୍ଧି ବେକିଂ ପାଣିରେ ଧୋଇ ରାନ୍ଧନ୍ତୁ । ବିନା ଚିନିଯୁକ୍ତ ଖଜୁରୀ କେବେକେବେ ନିଜ ଡାଏଟରେ ନେଇପାରିବେ । ରୁଟି ବନେଇବା ପାଇଁ  କ୍ବିନୋଆ, ଆଲମଣ୍ଡ କିମ୍ବା ପାଣିଫଳର ଅଟାକୁ ବ୍ୟବହାର କରିବା ସହ ରନ୍ଦା ଖାଦ୍ୟକୁ ସୀମିତ ଭାବେ ସେବନ କରିବା ପାଇଁ ସେ ଏହି ପୋଷ୍ଟରେ କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.