()ମୋଗଲ ସମ୍ରାଟ ମାନଙ୍କ କାହାଣୀ ଏବେବି ଆମ ମାନଙ୍କ ମନରେ ଛାପି ହୋଇ ରହିଛି । ଏମାନେ ଏମାନଙ୍କ ନିଷ୍ଠୁର ରାଜକୀୟ ଶାସନ ଶୈଳୀ ଏବଂ ବିଳାସପୂର୍ଣ୍ଣ ଜୀବନ ପାଇଁ ଏବେବି ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛନ୍ତି। କେବଳ ମୋଗଲ ମାନେ ନୁହଁନ୍ତି ଭାରତ ବର୍ଷରେ ଏକଦା ଅବଧ ମାନଙ୍କର ମଧ୍ୟ ଶାସନ ରହିଥିଲା। ଏମାନେ ଏମାନଙ୍କ ଜୀବନକୁ ଖୁବ୍ ବିଳାସମୟ କରୁଥିଲେ। ତାହା ବେଶ, ପୋଷାକ ହେଉ ଅବା ନିଆରା ଖାଦ୍ୟ ଶୈଳୀ ହେଉ। ଏପରିକି ଏହାକୁ ଆଉ ଟିକେ ରୋଚକ କରିବାକୁ ଏକାଧିକ ବିବାହ ମଧ୍ୟ କରୁଥିଲେ ଏମାନେ। ମୋଗଲ ମାନଙ୍କ ପରି ଅବଧର ଶେଷ ନବାବ ୱାଜିଦ ଅଲ୍ଲୀ ଶାହଙ୍କର ଜୈବନଶୈଳୀକୁ ନେଇ ଚର୍ଚ୍ଚା। ଆଉ ଆଜିର ଏହି କାହାଣୀ ୱାଜିଦ ଅଲ୍ଲୀ ଶାହଙ୍କ ହାରେମ କାହାଣୀକୁ ନେଇ । ଏଠାରେ ହାରେମର ଅର୍ଥ ହେଉଛି ଯେଉଁଠି, ମୋଗଲ ସମ୍ରାଟ ମାନେ ଏକାଧିକ ପତ୍ନୀଙ୍କୁ ଏକାଠି ରଖୁଥିଲେ। ସେହି ସ୍ଥାନକୁ ହାରେମ ବୋଲି କୁହାଯାଉଥିଲା। ତେବେ ଅବଧର ଏହି ଶେଷ ନବାବଙ୍କର ମଧ୍ୟ ଏକ ହାରେମ ରହିଥିଲା । ହାରେମରେ ନୃତ୍ୟ, ଗୀତ ଏବଂ ସଂଗୀତରେ ଦକ୍ଷ ଯୁବତୀ ମାନେ ଯୋଗ ଦେଇଥିଲେ। ସମ୍ରାଟ ଏଥିରେ ଏତେ ନିଶାଗ୍ରସ୍ତ ହୋଇଗଲେ ଯେ, ସେ ତାଙ୍କର ସମ୍ପୂର୍ଣ୍ଣ ରାଜ୍ୟ ହରାଇବାକୁ ପଡିଲା ଆଉ ସେ ଲକ୍ଷ୍ନୌ ଛାଡିଦେଲେ। ଏବେ ଆସନ୍ତୁ ଜାଣିବା ୱାଜିଦ ଅଲ୍ଲୀ ଶାହ ଏବଂ ତାଙ୍କ ହାରେମର କାହାଣୀ ବିଷୟରେ…
ସୁଲତାନ ୱାଜିଦ ଅଲ୍ଲୀ ଶାହ ପ୍ରେମକୁ ଉଭୟ ପୂଜା ଏବଂ ଧର୍ମ ବୋଲି କହୁଥିଲେ। ସେ ସୌନ୍ଦର୍ଯ୍ୟକୁ ଈଶ୍ୱରଙ୍କ କାରିଗରୀ ବୋଲି କହୁଥିଲେ। ସେ ଏକ ତାଲିମ କେନ୍ଦ୍ର ସ୍ଥାପନ କରିଥିଲେ, ଯେଉଁ ଠାରେ ସେ ସୁନ୍ଦର ଯୁବତୀ ମାନଙ୍କୁ ନୃତ୍ୟ, ଗୀତ ଏବଂ ସଙ୍ଗୀତ ତାଲିମ ଦେଉଥିଲେ ଏବଂ ପରେ ସେମାନଙ୍କୁ ତାଙ୍କ ହାରେମର ଅଂଶ କରୁଥିଲେ। ଆଉ ଏସବୁ ଭିତରେ ସବୁଠାରୁ ବଡ କଥା ହେଉଛି, ତାଙ୍କୁ ଛବିଶ ବର୍ଷ ବୟସ ସୁଦ୍ଧା ସେ ପଚାଶ ମହିଳାଙ୍କୁ ବିବାହ କରିଥିଲେ। ଏହି ନିଶା ପାଇଁ ସେ ତାଙ୍କ ରାଜ୍ୟ ହରାଇଥିଲେ। ତାଙ୍କୁ ଏଥିପାଇଁ ବହୁତ ପସ୍ତାଇବାକୁ ପଡିଥିଲା, ସେ ବହୁତ ଲୁହ ଢାଳିଥିଲେ । ଆଉ ରାଜ୍ୟ ଛାଡି ଲକ୍ଷ୍ନୌ ଚାଲିଯାଇଥିଲେ । ସେ ବ୍ରିଟିଶ ମାନଙ୍କ ପାଖରେ ଅବଧକୁ ହରାଇଥିଲେ, କିନ୍ତୁ ପ୍ରେମ ଯୁଦ୍ଧରେ ସେ କେବେ ଆତ୍ମସମର୍ପଣ କରି ନଥିଲେ। ସାରା ଜୀବନ ଯୁବକ ରହିବା ହିଁ ତାଙ୍କର ଇଛା ଥିଲା। ସେ ସୁନ୍ଦରୀ ମହିଳାଙ୍କୁ ଗ୍ରାସ କରି ଚାଲିଥିଲେ।
ରାଜକୁମାରୀଙ୍କ ଠାରୁ ପରିବା ବିକାଳୀ ଯାଏଁ ସମସ୍ତଙ୍କୁ ବିବାହ କରିଥିଲେ…
ସେ ୧୮୪୭ ରୁ ୧୮୫୬ ପର୍ଯ୍ୟନ୍ତ ଅବଧରେ ଶାସନ କରିଥିଲେ। ସେ ଶାସନ ବ୍ୟବସ୍ଥା ଅପେକ୍ଷା ସଙ୍ଗୀତ ଏବଂ ନୃତ୍ୟ ଆସରରେ ଅଧିକ ଆଗ୍ରହୀ ଥିଲେ। ସେ ଜଣେ ଭଲ କବି ଥିଲେ । ଉର୍ଦ୍ଦୁ ଏବଂ ପାରସିକ ଭାଷାକୁ ଅତ୍ୟନ୍ତ ଭଲପାଆନ୍ତି ଏବଂ କଳାକାର ମାନଙ୍କୁ ସମ୍ମାନ କରନ୍ତି । ସେ ସୌନ୍ଦର୍ଯ୍ୟ ପ୍ରେମୀ ଥିଲେ। ତାଙ୍କ ଭିତରେ କୌଣସି ଭେଦଭାବ ନଥିଲା । ଯାହାର ଉଦାହରଣ ହେଉଛି ରାଜକୁମାରୀଙ୍କ ଠାରୁ ପନିପରିବା ବିକ୍ରେତା ଯୁବତୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଭଲ ପାଉଥିଲେ ଏବଂ ବିବାହ କରୁଥିଲେ।
ତାଙ୍କ ଶାସନର ପ୍ରଥମ ଦୁଇ ବର୍ଷ ଭିତରେ, ତାଙ୍କର କେବଳ ଜଣେ ପତ୍ନୀ ଥିଲେ, ଯାହାଙ୍କ ନାମ ଖାସ୍ ମହଲ ଆରା ବେଗମ ଥିଲା। ୧୮୫୧ ମସିହାରେ, ସେ ତାଙ୍କର ୧୧ ବର୍ଷୀୟ ଶାଳୀ ରୌନକ ଆରାଙ୍କୁ ଦ୍ୱିତୀୟ ଥର ବିବାହ କରିଥିଲେ। ତାଙ୍କୁ "ମଲକ-ଏ-ଅବଧ ନବାବ ଅଖତର ମହଲ ସାହିବା" ଉପାଧି ଦିଆଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ୧୮୪୩ ମସିହାରେ ଯୁବରାଜ ଘୋଷଣା ହେବାର ଚାରି ବର୍ଷ ପରେ, ସେ ପ୍ରାୟ ୨୫ ଜଣ ମହିଳାଙ୍କୁ ପତ୍ନୀ ଭାବେ ଗ୍ରହଣ କରିସାରିଥିଲେ, ଏମାନଙ୍କୁ ବେଗମ କିମ୍ବା ମହଲର ମାନ୍ୟତା ପ୍ରଦାନ କରିସାରିଥିଲେ। ୧୮୪୯ ସୁଦ୍ଧା, ଏହି ସଂଖ୍ୟା ପ୍ରାୟ ୫୦ରେ ପହଞ୍ଚିଥିଲା। ଇସଲାମରେ, କେବଳ ଚାରୋଟି ବିବାହ ଅନୁମତିପ୍ରାପ୍ତ। ଏହି ସୀମା ଆଗକୁ ବଢିଲେ, ଜଣଙ୍କୁ ମୁତାହର ପ୍ରଥା ଉପରେ ନିର୍ଭର କରିବାକୁ ପଡିବ। ୱାଜିଦ ଅଲି ଶାହ ତାଙ୍କ ବିବାହକୁ ଯଥାର୍ଥ କରିବା ପାଇଁ ପ୍ରାୟତଃ ଏହି ପ୍ରଥା ବ୍ୟବହାର କରୁଥିଲେ।
ନବାବ ୱାଜିଦ ଅଲି ଶାହଙ୍କ ହାରେମ ଇତିହାସ…
ନବାବ ଲକ୍ଷ୍ନୌରେ "ପରିଖାନା" ନାମକ ଏକ ଭବ୍ୟ କୋଠା ମଧ୍ୟ ନିର୍ମାଣ କରିଥିଲେ। ସେଠାରେ ମାଷ୍ଟର ମାନେ ସୁନ୍ଦରୀ ଯୁବତୀ ଏବଂ ମହିଳା ମାନଙ୍କୁ ଗୀତ ଗାଇବା ଏବଂ ନୃତ୍ୟ କରିବାରେ ତାଲିମ ଦେଇଥିଲେ। ନବାବ ୱାଜିଦ ଅଲି ଶାହ ନିଜେ ବିଭିନ୍ନ ସମୟରେ ଏଥିରେ ଯୋଗ ଦେଉଥିଲେ। ନବାବ "ପରିଖାନା"ର ଅନେକ ଝିଅ ଏବଂ ମହିଳା ସହିତ ମଧ୍ୟ ସମ୍ପର୍କ ରଖୁଥିଲେ । ସେମାନେ କେତେକ ବିବାହିତ ଥିଲେ, ଏବଂ ନବାବ ସେମାନଙ୍କୁ ପୁରସ୍କାର ଏବଂ ଉପାଧି ପ୍ରଦାନ କରୁଥିଲେ, ଯାହା ସେମାନଙ୍କୁ ତାଙ୍କ ହାରେମର ଅଂଶ କରିଥିଲା।
କିନ୍ତୁ ପ୍ରେମ ପାଇଁ ଏହି ଆଗ୍ରହ ସର୍ବଦା ସହଜ ନଥିଲା। ଏହା ଅଗ୍ନିର ନଦୀ ପରି ଥିଲା। ବସନ୍ତର ଫୁଲ କେବଳ ହାରେମରେ ଫୁଟିଥିବା ଫୁଲ ନଥିଲା। ସୁର ଏବଂ ସ୍ୱର ସର୍ବଦା ମଧୁର ନଥିଲା। ସବୁବେଳେ ଏପରି ନଥିଲା ଯେ ବେଗମ ମାନେ ସର୍ବଦା ନବାବଙ୍କ ପ୍ରତି ସମର୍ପିତ ଥିଲେ। ପ୍ରଚୁର ଝଗଡା ଏବଂ ସଂଘର୍ଷ ହେଉଥିଲା। ଯଦି ଜଣେ କିମ୍ବା ଦୁଇ ଜଣ ଥାଆନ୍ତେ, ନବାବ ହୁଏତ ଅଳ୍ପ ସମୟ ଏବଂ ପ୍ରେମ ବାଣ୍ଟିଥାଆନ୍ତେ। କିନ୍ତୁ ଧାଡ଼ି ଲମ୍ବା ଥିଲା। ନବାବଙ୍କ ପାଖରେ ବିକଳ୍ପ ନଥିଲା। ଯଦି ସେ ଜଣଙ୍କ ପ୍ରତି ଦୟାଳୁ ହେଉଥିଲେ, ତେବେ ବେଗମ ମାନେ ସମ୍ରାଟଙ୍କ ଉପରେ ଆକ୍ରୋଶିତ ହେଉଥିଲେ, ରାଗ ଝାଡୁଥିଲେ ।
ବେଳେବେଳେ ଏହି ବେଗମ ମାନେ ନିଜ ନିଜ ମଧ୍ୟରେ ଲଢ଼ୁଥିଲେ, ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ସେମାନେ ନବାବଙ୍କ ଉପରେ ରୋଷ ମଧ୍ୟ ଝାଡୁଥିଲେ । ନବାବଙ୍କ ଅନୁସାରେ,"ଉପରବାଲା” ପ୍ରତ୍ୟେକ ମଣିଷକୁ ପ୍ରେମ କରିବାର ସ୍ୱଭାବ ଦେଇଛନ୍ତି। ଏହା ଏକ ବସନ୍ତ ଉଦ୍ୟାନ ହେବା ଉଚିତ, କିନ୍ତୁ ମୋ ପାଇଁ, ଏହା ଏକ ମହଙ୍ଗା ଜଙ୍ଗଲରେ ପରିଣତ ହୋଇଛି। ନବାବ ତାଙ୍କ ଉଦ୍ଦେଶ୍ୟରେ ଏକ ପରିଖାନା (ପୁସ୍ତକ) ଲେଖିଥିଲେ, ଯେଉଁଥିରେ ସେ କହିଛନ୍ତି ଯେ, ମହିଳା ମାନଙ୍କ ବିଷୟରେ ପାଠକ ମାନଙ୍କୁ ସତର୍କ କରିବା। ସେମାନଙ୍କ ଉପରେ ବିଶ୍ୱାସ କରନ୍ତୁ ନାହିଁ ଏବଂ ସେମାନଙ୍କ ଉପରେ ଆପଣଙ୍କ ଅର୍ଥ ନଷ୍ଟ କରନ୍ତୁ ନାହିଁ। ତଥାପି, ନବାବ ନିଜେ ତାଙ୍କ ଜୀବନସାରା ନିଜ ପରାମର୍ଶ ପାଳନ କରିପାରିଲେ ନାହିଁ ।