ପ୍ରମୂଖ ଖବର
  • ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,୫୫୦୦ କୋଟିର ପ୍ରକଳ୍ପ ଲୋକାର୍ପଣ କରିବେ
  • ||
  • ଶିମିଳିପାଳରେ ହାଡଭଙ୍ଗା ଶୀତ, ଉପର ବାର୍ହାକାମୁଡ଼ାରେ ୩ ଡିଗ୍ରୀକୁ ଖସିଲା ପାରଦ
  • ||
  • ତାମିଲନାଡୁ ଘରୋଇ ଅର୍ଥୋପେଡିକ୍‌ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୭ ମୃତ, ୨୮ ଆହତ
  • ||
  • ଜାଡ଼ରେ ଥରିଲା ଓଡ଼ିଶା, ୩ ଡିଗ୍ରୀ ଖସିଲା ପାରଦ: ୧୬ ତାରିଖରୁ ୧୦ ଡିଗ୍ରୀ ତଳେ ଅଧିକାଂଶ ସହର
  • ||

ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓଙ୍କ ନାଁରେ ଏନବିଡବ୍ଲ୍ୟୁ

Published By : Prameya | November 12, 2024 5:48 PM

ରାୟଗଡା, ୧୨।୧୧ : ପୂର୍ବତନ ରାଜ୍ୟସଭା ସାଂସଦ ତଥା ରାୟଗଡା ଜିଲ୍ଲା ବିଜେଡି ସଭାପତି ଏନ୍.ଭାସ୍କର ରାଓଙ୍କ ବିରୋଧରେ ଜାମିନ ବିହୀନ ଗିରଫ୍ ପରୱାନା ଜାରୀ। ଏକ ହତ୍ୟା ମାମଲାର ବିଚାର କରି ଗିରଫ ପରୱାନା ଜାରି କରିଛନ୍ତି ରାୟଗଡା ଏସଡିଜେଏମ କୋର୍ଟ। ମଙ୍ଗଳବାର ରାୟଗଡ଼ା ଏସଡିଜେଏମ କୋର୍ଟ ମାମଲାର ଶୁଣାଣି କରି ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେଡି ଜିଲ୍ଲା ସଭାପତି ଏନ୍ ଭାସ୍କର ରାଓଙ୍କ ସମେତ ଅନ୍ୟ ୫ଜଣ  ଆଦି ନାରୟାନା, ଓ୍ବାଇ. କୋଣ୍ଡାବାବୁ, କେ .କ୍ରୀଷ୍ନାରାଓ ,ଇପିଲି ସନ୍ୟାସୀ ରାଜୁ ଓ ଦିଲ୍ଲୀପ କୁମାର ପେଦିନାଙ୍କ ବିରୁଦ୍ଧରେ ୱାରେଣ୍ଟ ଜାରି କରାଯାଇଛି। ଏସଡିଜେଏମ ଆଜି ଏହି ମାମଲାର ଶୁଣାଣି କରି ବିଭିନ୍ନ ପ୍ରମାଣକୁ ଭିତ୍ତି କରି ଏହି ରାୟ ଶୁଣାଇଛନ୍ତି। 

ଗତ ୨୦୧୦ ମସିହା ଡିସେମ୍ବର ମାସ ୧୫ ତାରିଖରେ ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗି ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକେ ରାୟଗଡା ଟାଉନ୍ ଥାନାରେ ଭାଗିରଥିଙ୍କ ନିଖୋଜ ହେବା ନେଇ ଅଭିଯୋଗ ହୋଇଥିଲା। ପରେ ପୁଲିସ ଆନ୍ଧ୍ରପ୍ରଦେଶର କମରଡା ଥାନାର ସହାୟତାରେ ଆନ୍ଧ୍ରପ୍ରଦେଶର ଝଞ୍ଜାବତୀ ନିକଟ ଡ୍ୟାମରୁ ମୃତଦେହ ଉଦ୍ଧାର କରିଥିଲା। ତେବେ ଏହି ଘଟଣାରେ ପୁଲିସ ଶୂନ କାର୍ଯ୍ୟାନୁଷ୍ଠାନ ପରେ ରାଜ୍ୟ ସରକାର ଘଟଣାର ଗୁରୁତ୍ୱକୁ ଦେଖି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଦୀର୍ଘ ଦିନ ପରେ ମଧ୍ଯ କ୍ରାଇମବ୍ରାଞ୍ଚ ଏହି ଘଟଣାରେ  କୌଣସି ଅଭିଯୁକ୍ତକୁ ଗରିଫ୍ କରିନଥିଲା। ପରେ ପରିବାର ଲୋକେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ର ଦ୍ବାରସ୍ଥ ହୋଇଥିଲେ। ପରେ ମୃତ ଭାଗିରଥିଙ୍କ ଭାଇ ଜଗନ୍ନାଥ ମାଣ୍ଡାଙ୍ଗି ରାୟଗଡା ଏସଡିଜେଏମ୍ କୋର୍ଟରେ ୱ।ନ୍ ସିସି ଦାଖଲ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.