ଭୁବନେଶ୍ୱର,୨୦/୧୦: ଗଞ୍ଜେଇ କାରବାର ନେଇ ଏନ୍‌ସିବି ପଞ୍ଝାରେ ପଡିଛନ୍ତି ଢେଙ୍କାନାଳ ଜିଲ୍ଳାର ଜଣେ ବିଧାୟକଙ୍କ ଖାସ୍‌ ସହଯୋଗୀ । ତାଙ୍କ ଠାରୁ ଦୁଇ କୁଇଣ୍ଟାଲ୍‌ରୁ ଅଧିକ ଗଞ୍ଜେଇ ଜବତ କରାଯାଇଥିବା ଜଣାପଡିଛି । ଏଥିରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ଏନ୍‌ସିବି ବିଭିନ୍ନ ଆଡ଼େ ଚଢ଼ଉ ଜାରି ରଖିଛି । 

ବିଧାୟକଙ୍କ ସହଯୋଗୀ ଗତ କିଛି ମାସ ହେବ ଗଞ୍ଜେଇ କାରବାର କରୁଥିବା ଏନ୍‌ସିବି ଖବର  ପାଇଥିଲା । ଶନିବାର ସକାଳେ ଏନ୍‌ସିବି ଟିମ୍‌ ଭୁବନ ଥାନା ଶାମଳ ଅଞ୍ଚଳରୁ  ବିଧାୟକଙ୍କ ସହଯୋଗୀଙ୍କୁ ଉଠାଇ ଆଣିଥିଲା । ସେ ଏକ ଗାଡ଼ିରେ ଲୁଚାଇ ରଖିଥିବା ଗଞ୍ଜେଇକୁ ମଧ୍ୟ ଠାବ କରିଥିଲା ଏନ୍‌ସିବି । ଘଟଣାର ତଦନ୍ତ  ଚାଲିଥିବାରୁ ଏନ୍‌ସିବି ପକ୍ଷରୁ ଅଧିକ ସୂଚନା ଦିଆଯାଇ ନାହିଁ ।