ନୂଆଦିଲ୍ଲୀ,୧୦/୦୩; ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ମାଗିଲା NCERT । ନ୍ୟାୟପାଳିକା ସମ୍ବନ୍ଧୀୟ ବିବାଦୀୟ ଚାପ୍ଟରକୁ ନେଇ ନିସର୍ତ୍ତରେ ସାର୍ବଜନୀନ କ୍ଷମା ପ୍ରାର୍ଥନା କରିଛି ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ । ଏକ ବିବୃତ୍ତି ଜାରି କରି ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତରେ 'ନ୍ୟାୟପାଳିକା ଦୁର୍ନୀତିଗ୍ରସ୍ତ' ଅଧ୍ୟାୟକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପାଇଁ କ୍ଷମା ମାଗିଛି । ଏନସିଆରଟି କହିଛି ଯେ ବିତରଣ ବହିକୁ ସମୂର୍ଣ୍ଣ ପ୍ରତ୍ୟାହାର କରିନିଆଯାଇଛି । ବିବାଦୀୟ ଚାପ୍ଟରକୁ ନେଇ କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ । ପୂର୍ବରୁ, ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ NCERT ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଦାୟୀ ଲୋକଙ୍କ ବିରୁଦ୍ଧରେ କାହିଁକି ଅବମାନନା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବ ନାହିଁ ସେ ବିଷୟରେ ସ୍ପଷ୍ଟୀକରଣ ମାଗିଥିଲେ।
ସୋସିଆଲ ମିଡିଆ ଏକ୍ସରେ NCERT କ୍ଷମା ପ୍ରାର୍ଥନା କରି ଲେଖିଛନ୍ତି, ଏନସିଆରଟି ସମ୍ପ୍ରତି ଏକ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ, ଏକ୍ସପ୍ଲୋରିଂ ସୋସାଇଟି : ଇଣ୍ଡିଆ ଆଣ୍ଡ ବିୟଣ୍ଡ, ଗ୍ରେଡ୍ ୮ ଭାଗ-୨ ପ୍ରକାଶ କରିଛି । ଯେଉଁଥିରେ ଅଧ୍ୟାୟ iv ଶୀର୍ଷକ ଥିଲା, ଆମ ସମାଜରେ ନ୍ୟାୟପାଳିକାର ଭୂମିକା । ଏନସିଆରଟି ନିର୍ଦ୍ଦେଶକ ଏବଂ ସଦସ୍ୟମାନେ ସେହି ଅଧ୍ୟାୟ ପାଇଁ ନିସର୍ତ୍ତରେ କ୍ଷମା ପ୍ରାର୍ଥନା କରିଛନ୍ତି । ସଂଗଠନ ଆହୁରି ଲେଖିଛି, ସମ୍ପୂର୍ଣ୍ଣ ପୁସ୍ତକଟି ପ୍ରତ୍ୟାହର କରାଯାଇଛି । ଆଉ କୌଣସି ସ୍ଥାନରେ ଏହା ଉପଲବ୍ଧ ନାହିଁ ।
ଗତ ମାସରେ ବିବାଦୀୟ ଚାପ୍ଟରକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ପ୍ରସଙ୍ଗରେ ବିଚାର କରି ଏନସିଇଆରଟିକୁ କଡ଼ା ଭର୍ତ୍ସନା କରିଥିଲେ । ସୁପ୍ରିମକୋର୍ଟ ନୂଆ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକକୁ ମଧ୍ୟ ନିଷିଦ୍ଧ କରିଥିଲେ । 'ନ୍ୟାୟପାଳିକା ଦୁର୍ନୀତି' ବିଷୟରେ ଉଲ୍ଲେଖ କରିଥିବା ଏକ ଅଧ୍ୟାୟକୁ ବିରୋଧ କରି ସ୍କୁଲ, ବୁକଷ୍ଟୋର ଏବଂ ଅନଲାଇନ୍ ଫ୍ଲାଟଫର୍ମରୁ ପୁସ୍ତକର ସମସ୍ତ କପି (ମୁଦ୍ରିତ ଏବଂ ଡିଜିଟାଲ ଉଭୟ) ତୁରନ୍ତ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ବିପୁଳ ଏମ୍. ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ବିଷୟବସ୍ତକୁ ନ୍ୟାୟପାଳିକାର ମର୍ଯ୍ୟାଦା ଏବଂ କର୍ତ୍ତୃତ୍ୱକୁ ହ୍ରାସ କରିବା ପାଇଁ ଜାଣିଶୁଣି କରାଯାଇଥିବା ପ୍ରୟାସ ବୋଲି ମନେ ହେଉଥିବା କହିଥିଲେ ।
𝐏𝐫𝐞𝐬𝐬 𝐑𝐞𝐥𝐞𝐚𝐬𝐞: 𝐏𝐮𝐛𝐥𝐢𝐜 𝐀𝐩𝐨𝐥𝐨𝐠𝐲
— NCERT (@ncert) March 10, 2026
The National Council of Educational Research and Training [NCERT] has recently published a social science textbook, “Exploring Society: India and Beyond," Grade 8 (Part II), which contained Chapter IV titled “The Role of… pic.twitter.com/mZY15aJTDo
ଏହା ବି ପଢନ୍ତୁ...NCERT ର ବିବାଦୀୟ ପୁସ୍ତକ ଜବତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, କହିଲେ- ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଗ୍ରହଣୀୟ ନୁହେଁ