ପ୍ରମୂଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ବର୍ଦ୍ଧିତ ଅପରାଧକୁ ନେଇ କ୍ଷୁବ୍ଧ ମୁଖ୍ୟମନ୍ତ୍ରୀ, ଡାକିଲେ ଜରୁରୀ ବୈଠକ
  • ||
  • ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ମାମଲା : ବ୍ଲାକମେଲର ପୁରୁଷ ବନ୍ଧୁ ଅଟକ, ଚେନ୍ନାଇରୁ ଓଡ଼ିଶା ଆଣୁଛି ପୁଲିସ
  • ||
  • ଶୁକ୍ରବାର ରାଜ୍ୟବ୍ୟାପୀ କଂଗ୍ରେସ ପାଳିବ ବିଶ୍ୱ ଆଦିବାସୀ ଦିବସ, ରବିବାର କଂଗ୍ରେସ ଭବନରେ ହେବ ସଭା
  • ||
  • ଓଟିଇଟି ଲିକ୍‌ କେଳେଙ୍କାରୀର ଖୋଲିବ ଗୁମର, ରିମାଣ୍ଡରେ ଆସିବେ ଜିତନ୍, ବିଜୟ,ସୋମବାରଠୁ ଚାଲିବ ଜେରା
  • ||
  • ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ, କହିଲେ ଟାରିଫ୍ ବିବାଦର ସମାଧାନ ନହେବା ଯାଏ କିଛି ହେବନି
  • ||
  • ଅସ୍ତବ୍ୟସ୍ତ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି: ୧୩ ତାରିଖରେ ଲଘୁଚାପ, ୨୦ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା
  • ||
  • ପାଞ୍ଚ ଦିନରେ ପାଞ୍ଚ ଜିଲ୍ଲା ବୁଲିବେ ଉପମୁଖ୍ୟମନ୍ତ୍ରୀ, ଆଜି କୋଟିଆରେ ‘ସୁଭଦ୍ରା’ ସମୀକ୍ଷା କରିବେ
  • ||
  • ବଲାଙ୍ଗୀର : ନାଳକୁ ଖସିଲା ବାଇକ୍‌; ଜଣେ ମୃତ, ୨ ଗୁରୁତର
  • ||

ଏନ୍‌ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ବାଛିବେ ମୋଦି, ଜେପି ନଡ୍ଡା; ଆସନ୍ତା ୧୨ରେ ହୋଇପାରେ ନାମ ଘୋଷଣା

Published By : Manoj | August 8, 2025 10:10 AM

ନୂଆଦିଲ୍ଲୀ,୦୮/୦୮: ଉପରାଷ୍ଟ୍ରପତି ପ୍ରାର୍ଥୀ ଚୟନ ଲାଗି ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ  ସିଂହଙ୍କ ଅଧ୍ୟକ୍ଷତାରେ ଏନ୍‌ଡିଏ ଦଳଗୁଡ଼ିକର ବୈଠକ ବସିଥିଲା । ଏହାପରେ ସର୍ବସମ୍ମତିକ୍ରମେ  ଏକ ସଂକଳ୍ପ ପାରିତ ହୋଇଛି ଯେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା  ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସ୍ଥିର କରିବେ । ସେମାନେ ଯାହାଙ୍କ ନାମ ସ୍ଥିର କରିବେ, ତାହାକୁ  ଏନ୍‌ଡିଏ ସ୍ୱୀକାର କରିବ ବୋଲି ବୈଠକ ପରେ  ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ  କହିଛନ୍ତି । ସେହିଭଳି ରିଜିଜୁ ନିର୍ବାଚନ ପ୍ରକ୍ରିୟା  ପାଇଁ ଧାର୍ଯ୍ୟ ସମୟସୀମା ବାବଦରେ ବି ଘୋଷଣା କରିଛନ୍ତି । 

ଗୁରୁବାର ସଂସଦ ଭବନରେ ହିଁ  ଏନ୍‌ଡିଏର ଏହି ବୈଠକ ବସିଥିଲା । ଏଥିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଏନ୍‌ଡିଏ ଦଳର  ଅନ୍ୟ ନେତାମାନେ ଯୋଗଦେଇଥିଲେ । ଆସନ୍ତା  ୧୨ ତାରିଖରେ ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ  ନାମ ଘୋଷଣା ହେବା ନେଇ ଆଶା କରାଯାଉଛି । 

ଅନ୍ୟପକ୍ଷରେ ଆସନ୍ତା ସେପ୍ଟେମ୍ବର ୯ରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଫଳରେ ଆଜିଠାରୁ ନାମାଙ୍କନପତ୍ର  ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଗଷ୍ଟ ୨୧  ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ଦିନ ରହିଥିଲା ବେଳେ ୨୨ରେ ତାହା ଯାଞ୍ଚ କରାଯିବ ।  ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅଗଷ୍ଟ  ୨୫ ରହିଛି । 

ଗତ ଜୁଲାଇ ୨୫ରେ ଉପରାଷ୍ଟ୍ରପତି  ପଦରୁ ଜଗଦୀପ ଧନଖଡ ହଠାତ୍‌ ସ୍ୱାସ୍ଥ୍ୟଗତ  କାରଣ ଦର୍ଶାଇ ଇସ୍ତଫା ଦେବା ପରେ ଏହି ପଦବି  ଖାଲି ପଡିଛି । ଧନଖଡଙ୍କ କାର୍ଯ୍ୟକାଳ ୨୦୨୭  ଅଗଷ୍ଟ ପର୍ଯ୍ୟନ୍ତ ଥିଲା । ଶାସକ ଏନ୍‌ଡିଏ ପକ୍ଷରୁ  ଏପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.