ମୁମ୍ବାଇ, ୩୧/୧ : ବଲିଉଡ ଅଭିନେତ୍ରୀ ନୀଲମ । ଏକଦା ଗୋବିନ୍ଦାଙ୍କ ପ୍ରେମରେ ପଡ଼ିଥିବା ଖବର ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା । ଏମିତିକି ଗୋବିନ୍ଦାଙ୍କ ପତ୍ନୀ ସୁନିତା ମଧ୍ୟ ଅଭିଯୋଗ ଆଣିଥିଲେ କି, ଟଙ୍କା ପାଇଁ ତାଙ୍କ ସ୍ବାମୀଙ୍କୁ ଫସାଇଥିଲେ ଏହି ଅଭିନେତ୍ରୀ । ତେବେ ୯୦ ଦଶକରେ ଅନେକ ଫିଲ୍ମରେ ଉଭୟ ନଜର ଆସିଥିବାବେଳେ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ଏକ ଇଣ୍ଟରଭିୟ୍ୟୁ ସମୟରେ ଗୋବିନ୍ଦା ମଦ୍ୟ ନୀଲମଙ୍କୁ ତାଙ୍କ କ୍ରସ ବୋଲି କହିଥିଲେ ।

ନିକଟରେ ଏକ ପୋଡକାଷ୍ଟରେ ଅତିଥୀ ଭାବେ ଯୋଗ ଦେଇଥିଲେ ଏହି ବଲିଉଡ ଅଭିନେତ୍ରୀ । ତେବେ ଗୋବିନ୍ଦାଙ୍କ କ୍ରସ କତା ପଚରା ଯାଇଥିବାବେଳେ ସେ ହସି ହସି କହିଥିଲେ କି, ହେ ଭଗବାନ୍: କିଏ କହିଲା । ଗୋବିନ୍ଦା ଜଣେ ଭଲ ମଣିଷ । ବାସ୍ତବରେ କିନ୍ତୁ ଏଥିରେ କିଛି ସତ୍ୟତା ନାହିଁ । ଆମେ ଅନେକ ଫିଲ୍ମରେ ନଜର ଆସିଛୁ । ସ୍କ୍ରିନରେ ରୋମାନ୍ସ କରିଛୁ । ସେ ଜଣେ ଭଲ ମଣିଷ । କିନ୍ତୁ ଆମ ଭିତରେ ସେମିତି କିଛି ନାହିଁ । ଏହା ଏକ ଗୁଜବ । ଆମକୁ ପରଦାରେ ଦର୍ଶକେ ବହୁତ ଭଲ ପାଇବା ଦେଇଛନ୍ତି ।

ଏହାସହ ପଢ଼ନ୍ତୁ : ଇଶାନଙ୍କ ଶତକୀୟ ପାଳି, ନ୍ୟୁଜିଲାଣ୍ଡ ଆଗରେ ୨୭୨ ରନର ବିଶାଳ ଲକ୍ଷ୍ୟ ରଖିଲା ଭାରତ