ମୁମ୍ବାଇ, ୧୨/୦୫: ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ୍ (ନିଟ୍) ୟୁଜି ୨୦୨୬ ପେପର ଲିକ୍ ମାମଲାରେ ବଡ଼ ଅପଡେଟ୍ । ନିଟ୍-ୟୁଜି ପେପର ଲିକ୍ ମାମଲା ମହାରାଷ୍ଟ୍ରର ନାସିକ୍ କନେକ୍ସନ ସାମ୍ନାକୁ ଆସିଛି । ଏହି ଘଟଣା ସହିତ ସମ୍ପୃକ୍ତ ଜଣେ ସନ୍ଦିଗ୍ଧକୁ ପୁଲିସ ଅଟକ ରଖିଛି । ସନ୍ଦିଗ୍ଧ ବ୍ୟକ୍ତିକୁ ନାସିକର ଇନ୍ଦରାନଗର ଥାନା ପୁଲିସ ନିଜ ହେପାଜତକୁ ନେଇ ପଚରାଉଚରା କରୁଛି । ଏହି ଯା଼ଞ୍ଚ ପ୍ରକ୍ରିୟା ରାଜସ୍ଥାନ ପୁଲିସ ଏବଂ ଅନ୍ୟ ଯାଞ୍ଚ ଏଜେନ୍ସି ମାନେ ସାମିଲ୍ ରହିଛନ୍ତି । ଆସନ୍ତୁ ନିଟ୍ ୟୁଜି ୨୦୨୬ ପେପର ଲିକ୍ ମାମଲା କ’ଣ । ତଦନ୍ତ କରୁଥିବା ସଂସ୍ଥା ଗୁଡ଼ିକ ତଦନ୍ତ କେତେ ବାଟ ଗଲାଣି । ପୂରା ଘଟଣାକ୍ରମକୁ ବିସ୍ତରରେ ଜାଣିବା ।
ନିଟ ୟୁଜି ରଦ୍ଦ, ସିବିଆଇ ଯାଞ୍ଚ:
ନିଟ୍ ୟୁଜି ୨୦୨୬ ପେପର ଲିକ୍ ମାମଲାର ବଡ଼ ଅପଡେଟ୍ ହେଉଛି ଏନଟିଏ ପୂରା ଟେଷ୍ଟରୁ ରଦ୍ଦ କରିଦେଇଛି । ଅର୍ଥାତ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ସାମ୍ନାକୁ ଆସିବା ପରେ ଏନଟିଏ ତୁରନ୍ତ ନିଟ୍-ୟୁଜି ୨୦୨୬ ପରୀକ୍ଷାରୁ ରଦ୍ଦ କରିଦେଇଛି ଏବଂ ମାମଲକୁ ତଦନ୍ତ ପାଇଁ ସିବିଆଇକୁ ଦିଆଯାଇଛି । ଏହା ସହିତ ପୁଣି ଥରେ ଏଣ୍ଟ୍ରାନ୍ସ ଟେଷ୍ଟ ଆୟୋଜନ ପାଇଁ ଘୋଷଣା କରିଛି ।
କେରଳ ସେଣ୍ଟର ପଏଣ୍ଟ:
ନିଟ୍ ଯୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାର ସେଣ୍ଟର ପଏଣ୍ଟ କେରଳରେ ଥିବା ପ୍ରାରମ୍ଭିକ ତଦନ୍ତରୁ ସାମ୍ନାକୁ ଆସିଛି। ରାଜସ୍ଥାନ ପୁଲିସର SOG ତଦନ୍ତରେ ଜଣାପଡ଼ିଛି ଯେ, ରାଜସ୍ଥାନର ଚୁରୁ ଜିଲ୍ଲାର ଜଣେ ପ୍ରାର୍ଥୀ କେରଳରେ MBBS ପଢୁଥିଲେ। ସେ ସ୍ବୀକର କରିଛନ୍ତି ଯେ, ସେ ଜଣେ ପିଜି ମାଲିକଙ୍କୁ ଗେଟ୍ ପେପର ଦେଇଥିଲେ । ତେବେ ସେହି ପ୍ରଶ୍ନପତ୍ର ଲିକ୍ ହୋଇଛି ବୋଲି ସନ୍ଦେହ କରାଯାଉଛି । ଏହି ମାମଲାରେ SOG ଡେରାଡୁନରୁ ମଧ୍ୟ କିଛି ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇଛି । ନିଟ୍ ପ୍ରଶ୍ନପତ୍ର ଲିକ୍ ଚେର ଦେଶର ବିଭିନ୍ନ ରାଜ୍ୟକୁ ବ୍ୟାପିଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ମାମଲାର ତଦନ୍ତ CBI କରିବ । ଯାହା ଜଣାପଡ଼ୁଛି, ଏହି ମାମଲାରେ ଆହୁରି ଅନେକ ଲୋକ ଧରାପଡ଼ିବେ ।
ଜୁନ୍ରେ ପୁଣି ନିଟ୍ ୟୁଜି:
ନିଟ୍ ୟୁଜି ୨୦୨୬ ଏଣ୍ଟ୍ରାନ୍ସ ମେ’ ୩ ତାରିଖରେ ଆୟୋଜିତ ହୋଇଥିଲା। ଏହାପରେ ମେ’ ୬ ତାରିଖରେ NTA ପକ୍ଷରୁ ପ୍ରୋଭିଜନାଲ୍ ଆନ୍ସର-କି ଜାରି କରାଯାଇଥିଲା। ଏଥର ଶୀଘ୍ର ଫଳାଫଳ ପ୍ରକାଶ ପାଇଁ ପ୍ରସ୍ତୁତି ଚାଲିଥିଲା, କିନ୍ତୁ ଏହି ମଧ୍ୟରେ ପ୍ରଶ୍ନପତ୍ର ଲିକ୍ ମାମଲା ସାମ୍ନାକୁ ଆସିବା ପରେ NTA କୁ ପରୀକ୍ଷାକୁ ବାତିଲ୍ କରିଛି । ଏବେ ପୁନର୍ବାର ନିଟ୍ ୟୁଜି ଆୟୋଜନ ହେବାକୁ ଯାଉଛି । ଜୁନ୍ ମାସରେ ଏହି ପରୀକ୍ଷା ହୋଇପାରେ। ବର୍ତ୍ତମାନ CUET UG ୨୦୨୬ ପରୀକ୍ଷା ଚାଲୁଛି । ଏହା ମେ’ ୩୦ ତାରିଖ ପାର୍ଯ୍ୟନ୍ତ ଚାଲିବ । ତେଣୁ ଏକାସାଙ୍ଗରେ ନିଟ୍ ୟୁଜି ପରୀକ୍ଷା କରାଯିବା ସମ୍ଭବ ନୁହେଁ । ତେବେ ଆସନ୍ତା ଜୁନ୍ ମାସରେ ନିଟ୍ ୟୁଜି ୨୦୨୬ ପରୀକ୍ଷା ହେବା ସମ୍ଭାବନା ଅଧିକ ରହିଛି ।
ଅଧିକ ପଢନ୍ତୁ- NEET-UG 2026 cancelled: ନିଟ୍ ୟୁଜି ପରୀକ୍ଷା ରଦ୍ଦ, ପେପର ଲିକ୍ ସନ୍ଦେହରେ ଏନଟିଏର ନିଷ୍ପତ୍ତି, ଯାଞ୍ଚ କରିବ ସିବିଆଇ