ମୁମ୍ବାଇ,୧୬/୬ : କ’ଣ ଆପଣ କେବେ ଭାବିଛନ୍ତି କ୍ରିକେଟ ଦୁନିଆରେ ୧୦୦ସବୁଠାରୁ ପ୍ରଭାବଶାଳୀ ଖେଳାଳୀଙ୍କ ଲିଷ୍ଟରେ ବିରାଟ କୋହଲୀଙ୍କ ନାଁ ନିଆଯିବ ନି । ବିରାଟ ନୁହେଁ ବରଂ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁ ବି ଏହି ଲିଷ୍ଟରେ ନାହିଁ । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ କି ଏହି ଦୁଇ ଜଣଙ୍କ ନାଁ ନୁହେଁ ରୋହିତ ଶର୍ମା ବି ଏହି ଲିଷ୍ଟରେ ନାହାନ୍ତି । ଏହି ଲିଷ୍ଟରେ କେବଳ ଜଣେ ଭାରତୀୟ ଖେଳାଳୀ ଅଛନ୍ତି ତାଙ୍କ ନାଁ ସ୍ମୃତି ମନ୍ଧାନା ।

ଭାରତୀୟ ମହିଳା କ୍ରିକେଟ୍ ଟିମର ଉପଅଧିନାୟକ ସ୍ମୃତି ମନ୍ଧାନାଙ୍କୁ ଟାଇମ୍ ପତ୍ରିକା ଚଳିତ ବର୍ଷ ଖେଳ ଜଗତର ୧୦୦ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ରହିଛି । ସେ ଏହି ଲିଷ୍ଟରେ ସାମିଲ ହୋଇଥିବା ଏକମାତ୍ର ଭାରତୀୟ ଅଟନ୍ତି । ଟାଇମ୍ ପତ୍ରିକାର ୨୦୨୬ର ଖେଳ ଜଗତରେ ୧୦୦ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସୂଚୀରେ ଏଭଳି ଖେଳାଳୀ, କୋଚ୍, ସମର୍ଥକ ଏବଂ ନିବେଶକ ସାମିଲ ଅଛନ୍ତି ଯେଉଁମାନେ ଖେଳରେ ମହତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି ।

ଏହି ଲିଷ୍ଟରେ ଆମେରିକା ବାସ୍କେଟବଲର ଭେଟରାନ୍ ଲେମ୍ବ୍ରାନ ଜେମ୍ସ, ଫୁଟବଲ୍ ଷ୍ଟାର ଲିୟୋନେଲ ମେସ୍ସୀ, କ୍ରିଷ୍ଟିୟାନ ରୋନାଲ୍ଡୋ, ଚିନୀ- ଆମେରିକା ସ୍କରୟର ଏଲିନ ଗୁ, ଟେନିସ ଷ୍ଟାର କାର୍ଲୋସ ଅଲ୍କାରାଜ, ବାସ୍କେଟବଲ ଖେଳାଳୀ ଭିକ୍ଟର ବେମ୍ବନ୍ୟାମା, ଭେଟରାନ ଗୋଲ୍ଫର ରୋରୀ ମ୍ୟାକଲୟ, ଦକ୍ଷିଣ ଆଫ୍ରିକା କ୍ରିକେଟ ଅଧିନାୟକ ଟେମ୍ବା ବାବୁମା ଭଳି ଖେଳ ଜଗତର ସୁପରଷ୍ଟାର ସାମିଲ ଅଛନ୍ତି ।

ଭାରତୀୟ ମହିଳା ରାଷ୍ଟ୍ରୀୟ ଟିମ୍ ଉପ-ଅଧିନାୟକ ୨୯ବର୍ଷର ମନ୍ଧାନା ଏହି ବିଶିଷ୍ଟ କ୍ଲବର ଭାଗିଦାରୀ ଅଟନ୍ତି । ଟାଇମ୍ ପତ୍ରିକାରେ ମନ୍ଧାନା ବିଷୟରେ କୁହାଯାଇଛି । ମନ୍ଧାନା ଘରୋଇ ଓ୍ବାନଡେ ମ୍ୟାଚରେ ଦ୍ବିତୀୟ ଶତକ କରିଥିବା ପ୍ରଥମ ଭାରତୀୟ ମହିଳା ଖେଳାଳୀ ଅଛନ୍ତି । ସେ ୩ ଅନ୍ତରାଷ୍ଟ୍ରୀୟ ସ୍ତରରେ ଶତକ ବନାଇଥିବା ପ୍ରଥମ ମହିଳା ଖେଳାଳୀ ଅଟନ୍ତି ଏବଂ ୧୭ଶତକ ସହ ଅନ୍ତରାଷ୍ଟ୍ରୀୟ ମହିଳା କ୍ରିକେଟରେ ସବୁଠାରୁ ଅଧିକ ଶତକର ଯୁଗ୍ମ ରେକର୍ଡ଼ ଅଟେ ।