ନୂଆଦିଲ୍ଲୀ : ନେପାଳ ରାଷ୍ଟ୍ର ବ୍ୟାଙ୍କ (ଏନଆରବି) ଚାଇନା ବ୍ୟାଙ୍କ ନୋଟ୍ ପ୍ରିଣ୍ଟିଂ ଆଣ୍ଡି ମିଣ୍ଟିଂ କର୍ପୋରେସନକୁ ୫୦,୫୦୦ ଓ ୧୦୦୦ର ନୂଆ ନୋଟ୍ ଡିଜାଇନ୍ କରିବା , ଛାପିବା ଓ ବିତରଣ କରିବାର ଠିକା ଦେଇଛି। ଏନଆରବିର ପ୍ରବକ୍ତା ଗୁରୁ ପ୍ରସାଦ ପୌଡେଲ କହିଛନ୍ତି ଯେ, ଚାଇନା କମ୍ପାନୀକୁ ୯ ମାସ ଭିତରେ ନୋଟ୍ ପ୍ରଦାନ କରିବାକୁ ହେବ। ଚାଇନା କମ୍ପାନୀ ଡିଜାଇନ ପ୍ରସ୍ତୁତ କରିଥାଏ ,ଯାହାର ଅନୁମୋଦନପରେ ଛପା ଯାଇଥାଏ। ଏହି କମ୍ପାନୀ ସବୁଠୁ କମ୍ ମୂଲ୍ୟର ନିଲାମ ଆଧାରରେ ଚୟନ କରାଯାଇଛି ଏବଂ ପୂର୍ବରୁ ମଧ୍ୟ ନେପାଳର ୫,୧୦ , ୧୦୦ ଓ ୫୦୦ ଟଙ୍କାର ନୋଟ ଛପା ଯାଇ ସାରିଛି।
ଚାଇନା କମ୍ପାନୀକୁ ୪୩ କୋଟିର ନେପାଳୀ ଟଙ୍କାର ୧୦୦୦ର ନୋଟ୍ ଡିଜାଇନ ଓ ଛପା ପାଇଁ ଚିଠି ଲେଖି ଥିଲେ। ହଜାରେ ନୂଆ ନୋଟ୍ରେ ନେପାଳର ରାଷ୍ଟ୍ରୀୟ ଫୁଲ୍ ରୋଡୋଡେଣ୍ଡ୍ରୋନ (ଲାଲି ଗୁରାନ୍ସ)ର ୭ଟି ଚିତ୍ର ରହିବ, ଯାହା ଦେଶର ସାତୋଟି ପ୍ରାନ୍ତକୁ ଦର୍ଶାଇ ଥାଏ। ଏହା ଉପରେ ବର୍ତ୍ତମାନ ଗଭର୍ଣ୍ଣର ପ୍ରଫେସର ଡା. ବିଶ୍ୱନାଥ ପୌଡେଲଙ୍କ ଦସ୍ତଖତ ମଧ୍ୟ ରହିବ। ଏଥିଯୋଗୁଁ ଭାରତ ସହ ନକ୍ସା ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଗତ ଗୁରୁବାର ନେପାଳର କେନ୍ଦ୍ରୀୟ ବ୍ୟାଙ୍କ ନୂଆ ରାଷ୍ଟ୍ରୀୟ ନକ୍ସା ଥିବ ୧୦୦ଟକିଆ ନୋଟ୍ ଜାରି କରିଛି,ଯେଉଁଥିରେ କଳାପାଣି , ଲିପୁଲେଖ ଓ ଲିମ୍ପିୟାଧୁରା ଅଞ୍ଚଳ ସାମିଲ ଅଛି। ଏହି ଅଞ୍ଚଳ ମହାକାଳୀ ନଦୀର ପୂର୍ବରେ ରହିଛି। ଯାହାକୁ ଭାରତ ଦାବି କରୁଛି।
ନେପାଳର ଦାବି କ୍ଷେ , ଏହି ଅଞ୍ଚଳ ୧୮୧୬ର ସୁଗୌଲି ଚୁକ୍ତି ଅନୁସାରେ ଏହି ଅଞ୍ଚଳ ଆସିଥାଏ। ଏହି ବିବାଦୀୟ କ୍ଷେତ୍ର ମେ ୨୦୨୦ରେ କେପି ଶର୍ମା ଓଲି ସରକାରଙ୍କ ପକ୍ଷରୁ ନେପାଳର ରାଜନୀତିକ ନକ୍ସାରେ ସାମିଲ କରାଯାଇ ଥିଲା,ଯାହାକୁ ପରେ ସଂସଦ ମଧ୍ୟ ଅନୁମୋଦନ ଦେଇଥିଲେ। ଏହି ସମୟରେ ଭାରତ ବଦଳି ଥିବା ନକ୍ସାର କଡ଼ା ସମାଲୋଚନା କରିଥିଲା , ଏହାକୁ ଏକତରଫା ଓ ଅସ୍ୱୀକାର୍ଯ୍ୟ ବିସ୍ତାର ବୋଲି କହିଥିଲା।