ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଏହି ପଡୋଶୀ ଦେଶ ଉପରେ ବେଲଜିୟମ୍ ଲଗାଇଲା ପବନ ଚୋରି ଅଭିଯୋଗ, ଜାଣନ୍ତୁ କ’ଣ ରହିଛି ମାମଲା ?

Published By : Harapriya Biswal | May 31, 2025 6:35 PM

ନୂଆଦିଲ୍ଲୀ,୩୧।୫: ସୁନା-ରୂପା ଓ ଟଙ୍କା ସହ ଦାମୀ ଜିନିଷ ଚୋରୀ ହେବା ସାଧାରଣ କଥା। ବ୍ୟାଙ୍କ ଓ ମ୍ୟୁଜିୟମ୍‌ରୁ ଦୁର୍ଲଭ ଜିନିଷ ଚୋରିର ବହୁ ମାମଲା ସାମନାକୁ ଆସିଛି। କିନ୍ତୁ ଚୋରି ଏବେ ଏକ ମାମଲା ସାମନାକୁ ଆସିଛି। ଯେଉଁଥିରେ ପବନ ଚୋରାଇବାର ଅଭିଯୋଗ ଲଗାଯାଉଛି। ତାହା ପୁଣି ଦୁଇ ଦେଶ ସ୍ତରରେ। ଏପର୍ଯ୍ୟନ୍ତ ପାଣି ଓ ଅନ୍ୟ ପ୍ରାକୃତିକ ସମ୍ପଦ ଚୋରି ଅଭିଯୋଗ ସାମନାକୁ ଆସିଥାଏ। କିନ୍ତୁ ଚୋରିର ଏପର୍ଯ୍ୟନ୍ତ ଏକ ମାମଲା ସାମନାକୁ ଆସିଛି, ଯେଉଁଥିରେ ପବନ ଚୋରାଇବାର ଅଭିଯୋଗ ରହିଛି। ତାହା ପୁଣି ଦୁଇ ଦେଶ ସ୍ତରରେ। ଏପର୍ଯ୍ୟନ୍ତ ପାଣି ଓ ଅନ୍ୟ ପ୍ରାକୃତିକ ସମ୍ପତ୍ତିର ଚୋରି ଅଭିଯୋଗରେ ଗୋଟିଏ ଦେଶ ଅନ୍ୟ ଏକ ଦେଶ ଉପରେ ଅଭିଯୋଗ ଲଗାଇ ଆସୁଛି। ଏବେ ଏହି ମାମଲା କ’ଣ ଆସନ୍ତୁ ଜାଣିବା ?

ନେଦରଲାଣ୍ଡର ଏକ ପାଣିପାଗ ସମ୍ପର୍କିତ ଫାର୍ମର ଅଧିକାରୀ ବେଲଜିୟମ୍‌ ଉପରେ ତା’ର ପବନ ଚୋରାଇ ଥିବାର ଅଭିଯୋଗ କରିଛନ୍ତି। ଏହି କଥା ସେ ବେଲଜିୟମ୍‌ରେ ଏକ ବ୍ରଡକାଷ୍ଟର ସର୍ଭିସ ସହ ଇଣ୍ଟରଭ୍ୟୁରେ କହିଛନ୍ତି। ସେ କହିଛନ୍ତି, ଆପଣଙ୍କ ଲୋକ ଆମ ଦେଶର ପବନ ଚୋରି କରୁଛନ୍ତି। 

ଉଲ୍ଳେଖନୀୟ ଯେ, ବେଲଜିୟମ୍‌ ଓ ନେଦରଲାଣ୍ଡ ପରସ୍ପରକୁ ଲାଗିକି ଅଛନ୍ତି। ଏପରିକି ଗୋଟିଏ ସୀମା ମଧ୍ୟ ସେୟାର କରିଥାନ୍ତି। ଏଭଳି ସ୍ଥିତିରେ ଏହି ଦୁଇ ଦେଶର ସୀମାବର୍ତ୍ତୀ ଅଞ୍ଚଳରେ ଏଭଳି ବହୁ ଗତିବିଧି ରହିଥାଏ। ଯେଉଁଥିରେ ଦୁଇ ଦେଶ ପ୍ରଭାବିତ ହୋଇଥାଏ। ଏବେ ଏଭଳି ସ୍ଥିତିରେ ଏକ ଡଚ ଓ୍ବେଦର ଫୋରକାଷ୍ଟ ସର୍ଭିସ ଫର୍ମର ସିଇଓ ରେମ୍ପକୋ ଭର୍ଜିଲବର୍ଗ ବେଲଜିୟମ୍ ଉପରେ ତାଙ୍କ ଦେଶର ପବନ ଚୋରାଇଥିବାର ଅଭିଯୋଗ କରିଛି। ‘ଦ ବ୍ରୁସେଲ ଟାଇମ୍ସ’ର ରିପୋର୍ଟ ଅନୁସାରେ, ଭର୍ଜଲବର୍ଗ କହିଛନ୍ତି, ବେଲଜିୟମ୍‌ର ପବନ ଫାର୍ମ ଅଜାଣତରେ ଉତ୍ତର ସାଗରରେ ତାଙ୍କ ଦେଶର ପବନ ଫାର୍ମରୁ ପବନ ଶକ୍ତି ଚୋରି କରୁଛି। ସେ ଦାବି କରିଛନ୍ତି ଉତ୍ତର ସାଗରରେ ବେଲଜିୟମ୍‌ର ପବନ ଚକ୍ରିକୁ ତାଙ୍କ ଡଚ୍ ଲୋକଙ୍କ ତୁଳନାରେ ଲାଭ ରହିଛି। ସେମାନେ ଡଚ୍ ପବନ ଚୋରି କରୁଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.