ନୂଆଦିଲ୍ଲୀ : ଅନେକ ଥର ଶୁଣି ଥିବେ, ଯେବେ ୱାଶିଂ ମେସିନ ଚଲାଉଛନ୍ତି ସ୍ନାନ କରନ୍ତୁ ନାହିଁ। କିନ୍ତୁ ଆଜିକାଲିର ଧାଁ ଦୌଡ଼ର ବ୍ୟସ୍ତ ଜୀବନଶୈଳୀରେ ଲୋକେ ସମୟ ବଞ୍ଚାଇବା ପାଇଁ ଅନେକ କାମ ଏକାଠି କରି ଥା'ନ୍ତି। ଯେମିତି ବାଥରୁମ୍‌ରେ ରଖାଯାଇ ଥିବା ୱାଶିଂ ମେସିନ ଚଲାଇ ପୁଣି ସ୍ନାନ ଆରମ୍ଭ କରି ଦିଅନ୍ତି। ଏହି ଅଭ୍ୟାସ ଯଦିଓ ନର୍ମାଲ ଲାଗି ଥାଇ ପାରେ , କିନ୍ତୁ ଏହା ପଛରେ ଖୁବ୍ ରିସ୍କ ଲୁଚି ରହିଥାଏ। ଯଦି ଆପଣଙ୍କର ୱାଶିଂ ମେସିନ୍ ହାଥରୁମ୍‌ରେ ରଖିଛନ୍ତି ଏବଂ ଆପଣ ସେଠାରେ ଗାଧୋଉଛନ୍ତି , ହେଲେ ଏହି ଦୁଇଟି କାମ ଏକାଠି କେବେ କରନ୍ତୁ ନାହିଁ ଅନେକ ଥର ଘରର ପ୍ଲମ୍ୱର ଓ ଇଲେକ୍ଟ୍ରିସିଆନ ଏହି କାମକରିବାକୁ ମନାକରନ୍ତି।

ପ୍ରକୃତକଥା ହେଲା , ୱାଶିଂ ମେସିନ ଓ ବାଥରୁମ୍ ଉଭୟରେ ପାଣି ଓ ବିଦ୍ୟୁତ୍ ଉଭୟର ବ୍ୟବହାର ହୋଇଥାଏ। ଯଦି ଘରର ଆର୍ଥିଂ ଓ ୱାୟରିଂ ଠିକ୍ ନାହିଁ ତ ଏଥିରେ ଖୁବ୍ ବିପଦ ହୋଇ ପାରେ। ବିଶେଷଜ୍ଞଙ୍କ ଅନୁସାରେ ,ୱାଶିଂ ମେସିନ ଯେବେ ଚାଲୁଥାଏ ତ ଏଥିରେ ଇଲେକ୍ଟ୍ରିସିଟିର କରେଣ୍ଟ ଥାଏ। ସେହି ସ୍ଥାନରେ ଯଦି ଆପଣ ଗାଧୋଉଛନ୍ତି ଏବଂ ୱାଶିଂମେସିନରେ କେଉଁଠି ବି ଖରାପ କିମ୍ୱା ଇଲେକ୍ଟ୍ରିସିଟ୍ ଆସୁଥିବ ତ କରେଣ୍ଟ ଲାଗିବାର ଡ଼ର ବଢିଯାଏ। ଶରୀର ଓଦା ଥିଲେ କରେଣ୍ଟ ଖୁବ୍ ଜୋରରେ ଆପଣଙ୍କ ଶରୀରରେ ଲାଗି ଥାଏ। ଅନେକ ଥର ଲୋକେ ଏହିପରି ସାବଧାନତାକୁ ଅବହେଳା କରିଥାନ୍ତି ଏବଂ ବଡ଼ ଦୁର୍ଘଟଣାର ଶିକାର ହୋଇଥାନ୍ତି।

ୱାଶିଂ ମେସନରେ ହାଇ ଭୋଲଟେଜ୍ କରେଣ୍ଟ ଯାଇଥାଏ। ଯଦି ମେସିନର କୌଣସି ବି ଛୋଟ ଅଂଶରେ ଖରାପ ଥାଏ ତ ପାଣିର ହାଲକା ଛିଟାର ସଂପର୍କରେ ଆସିବା କ୍ଷଣି କରେଣ୍ଟ ବ୍ୟାପି ଯାଏ।