ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମେ ପହିଲାରୁ ମହଙ୍ଗା ମାଡ଼,ଏଟିଏମରୁ ଟଙ୍କା ଉଠାଣ ମହଙ୍ଗା

Published By : Anindita Ratha | May 1, 2025 9:38 AM

ନୂଆଦିଲ୍ଲୀ,୦୧/୦୫: ମେ ପହିଲାରୁ ମହଙ୍ଗା ମାଡ଼ ।  ଆଜିଠୁ ବଦଳିଲା ନିୟମ ।  ଏଟିଏମରେ ଟଙ୍କା ଉଠାଇବା ହେଲା ମହଙ୍ଗା । ଫ୍ରି ଟ୍ରାନଜାକସନ୍ ଲିମିଟ୍ ପାଇଁ ବ୍ୟାଙ୍କକୁ ଅନୁମତି ଦେଲା ଆରବିଆଇ । ମେଟ୍ରୋ ସିଟିରେ ୩ ଥର, ସହରାଞ୍ଚାଳରେ ୫ରୁ ଅଧିକ ଥର ଏଟିଏମ ବ୍ୟବହାର କଲେ ଗଣିବାକୁ ପଡ଼ିବ ଟଙ୍କା ।

 ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କକୁ ଫ୍ରି ଲିମିଟ ପରେ ଏଟିଏମ ସେବା ଚାର୍ଜ ବଢ଼ାଇବାକୁ ଅନୁମତି ଦେଇଛି । ନୂଆ ଗାଇଡଲାଇନ ଅନୁସାରେ ଗ୍ରାହକ ପ୍ରତି ମାସରେ ଏକି ନିଶ୍ଚିତ ସଂଖ୍ୟକ ଟ୍ରାନଞ୍ଜସନ କରିପାରିବେ ଅର୍ଥାତ ଟଙ୍କା ଉଠାଇ ପାରିବେ । ଏହି ଫ୍ରି ଟ୍ରାଞ୍ଜାକ୍ସନରେ ଫାଇନାନସିଆଲ ଓ ନନଫାଇନାନସିଆଲ ଆକ୍ଟିଭିଟିଜ ସାମିଲ ରହିଛି । ଏହାପରେ ଯଦି ଆପଣ ଏଟିଏମରୁ ଟଙ୍କା ଉଠାନ୍ତି ତେବେ ଆପଣଙ୍କୁ ଏଟିଏମ ଚାର୍ଜ ବାବଦକୁ ଟଙ୍କା ଗଣିବାକୁ ପଡ଼ିବ ।  ସେହିପରି ମଦର ଡେୟରୀ ଓ ବେରକା ବ୍ରାଣ୍ଡ ପରେ ଅମୂଲ ମଧ୍ୟ ସାରା ଦେଶରେ କ୍ଷୀରର ଦାମ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି । ଆଜିଠାରୁ ନୂଆ ନିୟମ ଲାଗୁ ହୋଇଛି । ଭାରତୀୟ ରେଲଓ୍ବେ ତରଫରୁ ମଧ୍ୟ ନିୟମ ବଦଳିଛି । ଏବେ ସ୍ଲିପର ଓ ଏସି କୋଚରେ ଓ୍ବେଟିଂ ଟିକେଟ ମାନ୍ୟ ହେବ ନାହିଁ । ଅଗ୍ରୀମ ସଂରକ୍ଷଣର ଅବଧି ୧୨୦ ଦିନକୁ ହ୍ରାସ କରାଯାଇ ୬୦ ଦିନ କରାଯାଇଛି । 

ସେହିପରି ପ୍ରତି ମାସର ୧ ତାରିଖରୁ ଏଲପିଜି ସିଲିଣ୍ଡରର ଦାମ୍ ସମୀକ୍ଷା କରାଯାଇଥାଏ । ୧ ମେରେ ଘରୋଇ ଓ ବ୍ୟବସାୟିକ ସିଲିଣ୍ଡରର ଦାମରେ ପରିବର୍ତ୍ତନ ସମ୍ଭାବନା ରହିଛି । ଆଜି ଠାରୁ ଏୟାର ଟର୍ବାଇନ ଫୁଏଲ (ଏଟିଏଫ), କମ୍ପ୍ରେସଡ ନ୍ୟାଚୁରାଲ ଗ୍ୟାସ (ସିଏନଜି), ଓ ପାଇପଡ ନ୍ୟାଚୁରାଲ ଗ୍ୟାସ (ପିଏନଜି)ର ଦରରେ ପରିବର୍ତ୍ତନ ସମ୍ଭାବନା ରହିଛି ।ଆରବିଆଇ ଦ୍ବାରା ନିକଟରେ ରେପୋ ରେଟ କଟ୍ ପରେ ଅନେକ ବ୍ୟାଙ୍କ ସ୍ଥାୟୀ ଜମା (ଏଫଡି) ଓ ସେଭିଙ୍ଗ ଆକାଉଣ୍ଟ ଉପରେ ସୁଧ ଦରରେ ପରିବର୍ତ୍ତନ କରିଛନ୍ତି । ଏହା ଗ୍ରାହକଙ୍କ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିପାରେ ।ଚଳିତ ମାସରେ ବିଭିନ୍ନ ଉତ୍ସବ ଓ ସପ୍ତାହାନ୍ତ କାରଣରୁ ବ୍ୟାଙ୍କ ୧୨ ଦିନ ବନ୍ଦ ରହିବ । ତେଣୁ ବ୍ୟାଙ୍କରେ ଜରୁରୀ କାମ ଥିଲେ ଆଗୁଆ ସାରିଦେବାକୁ ଗ୍ରାହକଙ୍କୁ ପରାମର୍ଶ ଦିଆଯାଇଛି ।






Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.